ହାଇଦ୍ରାବାଦ: କୋଲକାତାର ଘୋର ଅବ୍ୟବସ୍ଥାଭରା କାର୍ଯ୍ୟକ୍ରମ ପରେ ମହାନ ଫୁଟ୍ବଲର୍ ଲିଓନେଲ ମେସି ଶନିବାର ସଂଧ୍ୟାରେ ହାଇଦ୍ରାବାଦ ପହଞ୍ଚିଛନ୍ତି। ତାଙ୍କ ‘ଗୋଟ୍ ଇଣ୍ଡିଆ ଟୁର୍’ର ଦ୍ବିତୀୟ ପର୍ଯ୍ୟାୟରେ ଏଠାରେ ସେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିଛନ୍ତି। ଏହା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଭେଟ କରିଛନ୍ତି। ରେଡ୍ଡୀ ଓ ମେସି ମିଳିତ ଭାବେ ବଲ୍ ଗଡ଼ାଇବା ପରେ ଆରମ୍ଭ ହୋଇଥିଲା ଏହି ମ୍ୟାଚ୍। ମେସିଙ୍କ ସହ ତାଙ୍କ ଇଣ୍ଟର ମିଲାନ ସାଥୀ ରୋଡ୍ରିଗୋ ଡି’ ପଲ୍ ଓ ଲୁଇସ୍ ସୁଆରେଜଙ୍କ ଉପସ୍ଥିତି ମଧ୍ୟ ପ୍ରଶଂସକଙ୍କୁ ଉଲ୍ଲସିତ କରିଛି। ଏହି କାର୍ଯ୍ୟକ୍ରମ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିଲା। ବହୁ କୁନିକୁନି ପିଲା ଉପସ୍ଥିତ ରହି ମେସିଙ୍କୁ ପାଖରୁ ଦେଖିବାର ସୁବର୍ଣ୍ଣ ଓ ସ୍ମରଣୀୟ ସୁଯୋଗ ହାସଲ କରିଥିଲେ। ମେସି କହିଥିଲେ, ହାଇଦ୍ରାବାଦରେ ପହଞ୍ଚି ବହୁତ ଖୁସି ଲାଗୁଛି।
ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ
ସର୍ବୋଚ୍ଚ ମୂର୍ତ୍ତି ଉନ୍ମୋଚିତ
ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଘଟିଥିବା ଅଶୋଭନୀୟ ଘଟଣା ଭିତରେ କୋଲକାତାର ଲେକ୍ ଟାଉନ୍ସ୍ଥିତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ୍ଠାରେ ମେସିଙ୍କର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଯାହାର ଉଚ୍ଚତା ୭୦ ଫୁଟ ରହିଛି। ହଜାର ହଜାର ପ୍ରଶଂସକଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିବା ଏହି ପ୍ରତିମୂର୍ତ୍ତିରେ ମେସି ଫିଫା ବିଶ୍ବକପ୍ ଟ୍ରଫି ତୋଳି ଧରିବା ଭଙ୍ଗୀରେ ରହିଛନ୍ତି। ୮ଥର ବାଲାନ ଡି’ଓର୍ ପୁରସ୍କାର ବିଜେତା ମେସିଙ୍କର ଏହି ପ୍ରତିମୂର୍ତ୍ତିକୁ ମାତ୍ର ୪୦ ଦିନ ଭିତରେ ତିଆରି କରାଯାଇଛି।
ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ
କୋଲକାତା କାର୍ଯ୍ୟକ୍ରମରୁ ଦୂରେଇଲା ଏଆଇଏଫ୍ଏଫ୍
କୋଲକାତାରେ ଆୟୋଜିତ ‘ମେସିଙ୍କ ଗୋଟ୍ ଇଣ୍ଡିଆ ଟୁର’ କାର୍ଯ୍ୟକୟମରେ ବଡ଼ଧରଣର ବିଭ୍ରାଟ ଦେଖାଦେବା ପରେ ସର୍ବ ଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍)ଏହି କାର୍ଯ୍ୟକ୍ରମ ଆୟୋଜନ ସହ ତା’ର କୌଣସି ସଂପର୍କ ନଥିବା ସ୍ପଷ୍ଟ କରି ଦେଇଛି। ଏହି ଘଟଣା ଘଟିବାର ଠିକ୍ ପରେ ପରେ ପ୍ରେସ୍ ବିଜ୍ଞପ୍ତି ଜାରି କରି ମହାସଂଘ କହିଛି, ଏହା ଏକ ଘରୋଇ କାର୍ଯ୍ୟକ୍ରମ ଥିଲା। ଏକ ପିଆର ଏଜେନ୍ସି ଏହାକୁ ଆୟୋଜନ କରିଥିଲା। ଆମର ଏଥିରେ କୌଣସି ହାତ ନାହିଁ। କାର୍ଯ୍ୟକ୍ରମସ୍ଥିର କରିବା ପୂର୍ବରୁ ଆମଠାରୁ କୌଣସି ଅନୁପତି ପତ୍ର ନିଆଯାଇ ନଥିଲା କିମ୍ବା ଏହାର ସୂଚୀ ବିଷୟରେ ଆମକୁ କୌଣସି ସୂଚନା ଦିଆଯାଇ ନଥିଲା। ସେପଟେ ମେସି ଶନିବାର ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍, ବ୍ୟବସାୟୀ ସଂଜୀବ ଗୋଏଙ୍କା ଏବଂ ଅନ୍ୟାନ୍ୟ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/messi-2025-12-14-03-12-07.jpg)