Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌: ମିସନ୍‌ ଟାଇଗର ବିଜେତା

Advertisment

ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଲେଶ୍ବରର ମିସନ୍‌ ଟାଇଗର ଦଳ ବିଜେତା ହୋଇଛି।

ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଲେଶ୍ବରର ମିସନ୍‌ ଟାଇଗର ଦଳ ବିଜେତା ହୋଇଛି।

1001524004_073725_9112

ଆନନ୍ଦପୁର: ଆନନ୍ଦପୁର କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଟାଉନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଲେଶ୍ବରର ମିସନ୍‌ ଟାଇଗର ଦଳ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୪-୩ ‌(୧-୧) ଟାଇବ୍ରେକର୍‌ରେ ଗଣ୍ଡରପୁରର ୟୁନାଇଟେଡ୍‌ କ୍ଲବ୍‌କୁ ହରାଇଛି। ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ୍‌ର ପ୍ରଥମାର୍ଦ୍ଧରେ ବାଲେଶ୍ବରର ରୋହିତ ‌ଗୋଟିଏ ଗୋଲ୍‌ ଦେଇଥିଲେ। ଦ୍ୱିତୀୟାର୍ଦ୍ଧର ଶେଷ ମୁହୂର୍ତ୍ତରେ ଗଣ୍ଡରପୁର ଦଳ ଗୋଲ୍‌ଟି ଶୁଝି ମ୍ୟାଚ୍‌ ସମାନ ସ୍ଥିତିକୁ ଆଣିଥିଲା। ଶେଷରେ ଟ୍ରାଇବ୍ରେକରରେ ବାଲେଶ୍ବର ୪-୩ରେ ବାଜି ମାରି ଟ୍ରଫି ହାତେଇଥିଲା। ରୋହିତ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

କ୍ରୀଡ଼ା ସଂସଦ ସମ୍ପାଦକ ନବରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଫାଲକନ୍ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ପ୍ରଭାରଞ୍ଜନ ପଟ୍ଟନାୟକ, ସିନେ ତାରକା ପ୍ରଦ୍ୟୁମ୍ନ ଲେଙ୍କା, ଫିଲ୍ମ ପ୍ରଯୋଜକ ଅସିତ ମଲ୍ଲିକ, ଅଭିନେତ୍ରୀ ଧାରାଶ୍ରାବଣୀ ମହାପାତ୍ର, ପୂର୍ବତନ ସମ୍ପାଦକ ମନୋରଂଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ରେଫରି ଶିବଶଙ୍କର ପଣ୍ଡା, ଆଲୋକ ଦେହୁରୀ, ଧନେଶ୍ଵର ସର୍ଦ୍ଦାର, ଆୟୁଷକାନ୍ତ ସ୍ବାଇଁ ଖେଳ ପରିଚାଳନା କରିଥିଲେ।

ଆହୁରି ପଢ଼ନ୍ତୁ: Snapdeal: ସ୍ନାପଡିଲ୍‌ ଉପରେ ୫ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କଣ ପାଇଁ ନିଆଗଲା ଏଭଳି କାର୍ଯ୍ୟାନୁଷ୍ଠାନ ?

କ୍ରୀଡ଼ା ସଂସଦର ଉପସଭାପତି ନିରାକାର ଦଳେଇ, ସହସମ୍ପାଦକ ଅକ୍ଷୟ କୁମାର ମହାତି, ରମେଶ ସିଂ, ସଦସ୍ୟ ଅଶୋକ କୁମାର ରାଉଳ, ଦୁଲାଲ ଦାସ, ବିରଜା ପ୍ରସାଦ ନାୟକ, ଦେବବ୍ରତ କରଣ, ଅଖିଲ କୁମାର ପଟ୍ଟନାୟକ, ବସନ୍ତ କୁମାର ସାହୁ, ମନୋରଂଜନ ସିଂ, ଆଦିକନ୍ଦ ମହାକୁଡ଼, ତପନ ଜେନା, ପ୍ରଦୀପ ହଜାରୀ, ଦେବବ୍ରତ କରଣ, ପ୍ରସନ୍ନ କୁମାର ମିଶ୍ର, ଅନିମେଷ ମିଶ୍ର, ବାଇଧର ସେଠୀ, ଅଜୟ ସେଠୀ, ସଞ୍ଜୀବ କୁମାର, ସୁଦର୍ଶନ ରଣା, ମାର୍କଣ୍ଡ ସାମଲ, ହାଡ଼ିବନ୍ଧୁ ଖୁଣ୍ଟିଆ, ସୁଶାନ୍ତ ସାମଲ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe