Advertisment

Cricket: ପୁଣି ଥରେ କ୍ରିକେଟ୍‌ ପଡ଼ିଆକୁ ଫେରିଲେ କ୍ୟାପ୍‌ଟେନ୍‌ କୁଲ୍‌ ଏମ୍‌ଏସ୍‌ ଧୋନି

Advertisment

କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ କ୍ରିକେଟ୍‌ ପଡ଼ିଆକୁ ଫେରିଛନ୍ତି। ଆଇପିଏଲ୍‌ର ନୂଆ ଋତୁ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସେ। ମାହି ନେଟ୍ସରେ ଅଭ୍ୟାସ କରିବା ଲାଗି ପ୍ୟାଡ୍‌ ପିନ୍ଧୁଥିବାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ...

କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ କ୍ରିକେଟ୍‌ ପଡ଼ିଆକୁ ଫେରିଛନ୍ତି। ଆଇପିଏଲ୍‌ର ନୂଆ ଋତୁ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସେ। ମାହି ନେଟ୍ସରେ ଅଭ୍ୟାସ କରିବା ଲାଗି ପ୍ୟାଡ୍‌ ପିନ୍ଧୁଥିବାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ...

Untitled-28.jpg

ରାଞ୍ଚି: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ କ୍ରିକେଟ୍‌ ପଡ଼ିଆକୁ ଫେରିଛନ୍ତି। ଆଇପିଏଲ୍‌ର ନୂଆ ଋତୁ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସେ। ମାହି ନେଟ୍ସରେ ଅଭ୍ୟାସ କରିବା ଲାଗି ପ୍ୟାଡ୍‌ ପିନ୍ଧୁଥିବାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରି ଝାଡ଼ଖଣ୍ଡ କ୍ରିକେଟ୍‌ ସଂଘ (ଜେଏସ୍‌ସିଏ) ଏହି ସୂଚନା ଦେଇଛି। ଭିଡିଓ ତଳେ କ୍ୟାପସନ୍‌ ରହିଛି, ଦେଖିନ୍ତୁ କିଏ ଫେରିଲାଣି।

ଜେଏସ୍‌ସିଏର ଗର୍ବ: ମହେନ୍ଦ୍ର ସିଂହ ଧୋନି

ପ୍ରକାଶଯୋଗ୍ୟ ଯେ ଗତ ଜୁଲାଇ ମାସରେ ୪୫ବର୍ଷ ବୟସରେ ଉପନୀତ ହୋଇଥିବା ଧୋନି ଆଗାମୀ ମାର୍ଚ୍ଚରେ ନିଜ ଖେଳ ଜୀବନର ୧୯ତମ ଆଇପିଏଲ୍‌ ଋତୁ ଖେଳିବେ। ଗତ ଋତୁରେ ତାଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଅନ୍ୟନ୍ତ ଖରାପ ପ୍ରଦର୍ଶନ କରି ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ରହିଥିଲା। ୧୪ ମ୍ୟାଚ୍‌ରୁ କେବଳ ୪ଟି ଜିତି ପାରିଥିଲା ସିଏସ୍‌କେ। ଆହତ ହୋଇ ଯୁବ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ୍‌ ଦଳରୁ ବାଦ୍‌ ପଡ଼ିବା ପରେ ଧୋନି ମଧ୍ୟ କିଛି ମ୍ୟାଚ୍‌ରେ ସିଏସ୍‌କେର ନେତୃତ୍ବ ନେଇଥିଲେ। ବହୁ ପୂର୍ବରୁ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି। ଆଇପିଏଲ୍ ଖେଳିବା କିନ୍ତୁ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ସେ ୨୭୮ ଆଇପିଏଲ୍‌ ମ୍ୟାଚ୍ ଖେଳି ୨୪ ଅର୍ଦ୍ଧଶତକ ଓ ୧୩୭.୪୫ର ଷ୍ଟ୍ରାଇଟ୍‌ ରେଟ୍‌ ସହ ୫୪୩୯ ରନ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: Job: ଯୁବପିଢ଼ିଙ୍କୁ ମୋଦୀଙ୍କ ଭେଟି, ବାଣ୍ଟିଲେ ୬୧୦୦୦ ନିଯୁକ୍ତି ପତ୍ର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe