କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି। ତେବେ କଲମ୍ବୋର ଆର୍.ପ୍ରେମଦାସା ଷ୍ଟାଡିୟମ୍ର ପିଚ୍ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ଏହି ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ହାରିଯାଇଥିଲା। ଏହି ମ୍ୟାଚ୍ ପରେ ଗ୍ରାଉଣ୍ଡ୍ କର୍ମୀ ଗୋଟିଏ ନିର୍ଦ୍ଦିଷ୍ଟ ପିଚ୍କୁ କପଡ଼ା ଘୋଡ଼ାଇ ରଖିଥିବା ଦେଖାଯାଇଥିଲା। କୁହାଯାଉଛି ଏହି ପିଚ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ ହୋଇପାରେ। ଯେଉଁ ପିଚ୍ରେ ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍ ଖେଳାଯାଇଥିଲା ତାହା ଏକ ନୂଆ ପିଚ୍ ଥିଲା। ଖେଳ ଆଗେଇବା ସହ ଏହି ପିଚ୍ ଧୀମା ହୋଇଯାଇଥିଲା ଓ ବଲ୍ ଠିକ୍ଭାବେ ବ୍ୟାଟ୍କୁ ଆସୁନଥିଲା। ଫଳରେ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲୀୟ ବ୍ୟାଟର୍ ଷ୍ଟ୍ରୋକ୍ ଖେଳିବାକୁ ସମସ୍ୟାରେ ପଡୁଥିଲେ। ଆବୃତ ରଖାଯାଇଥିବା ପିଚ୍ର ପ୍ରକୃତି ବି ସମାନ ରହିପାରେ। ଅର୍ଥାତ୍ ମ୍ୟାଚ୍ ଆଗେଇବା ସହ ଧିମା ହୋଇପାରେ। ବଲ୍ ମଧ୍ୟ ତଳୁଆ ରହିବାର ଆଶଙ୍କା ରହିବ, ଯେଉଁଥିରେ ଖେଳିବା ବ୍ୟାଟର୍ଙ୍କ ପାଇଁ କଠିନ ହୋଇପାରେ। ଏଣୁ ଯେଉଁ ଦଳ ଟସ୍ ଜିତିବ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ପୁଣି ଏହି ପିଚ୍କୁ ଦୃଷ୍ଟିରେ ରଖି ଭାରତ ଜଣେ ଅତିରିକ୍ତ ସ୍ପିନର ଭାବେ କୁଳଦୀପ ଯାଦବଙ୍କୁ ଦଳରେ ସାମିଲ କରିପାରେ।
Weekly Horoscope 2026 Feb 15 To Feb 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଅଭିଷେକଙ୍କୁ ନେଇ ସଂଶୟ ଜାରି
ଭାରତୀୟ କ୍ରିକେଟ୍ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଏବେବି ସଂଶୟ ଜାରି ରହିଛି। ବିଶେଷ କରି ବିସ୍ଫୋରକ ଯୁବ ଓଭରନ୍ ଅଭିଷେକ ଶର୍ମାଙ୍କ ଫିଟ୍ନେସ୍ ଉପରେ ସମସ୍ତଙ୍କ ନଜର ରହିଛି। ପାକସ୍ତଳୀ ସଂକ୍ରମଣରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଷେକ ପୂରା ଫିଟ୍ ହେଲେଣି କି ନାହିଁ ସେଥିନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ବି ଦିଆଯାଇନି। ଅଭିଷେକ ଫିଟ୍ ନଥିଲେ ପୂର୍ବ ମ୍ୟାଚ୍ ଭଳି ସଞ୍ଜୁ ସାମସନ୍ ପାଳି ଆରମ୍ଭ କରିବେ। ରିଙ୍କୁ ସିଂହଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦରଙ୍କୁ ଖେଳାଇବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ। ସେପଟେ ପାକିସ୍ତାନ ଦୁଇ ଜଣ ଲେଖାଏଁ ପେସର୍ ଓ ସ୍ପିନର୍ଙ୍କୁ ନିଜ ଦଳରେ ରଖିପାରେ। ଏହା ହେଲେ ପାକିସ୍ତାନକୁ ନିଜ ଚୂଡ଼ାନ୍ତ ଏକାଦଶରୁ ଜଣେ ଅଲରାଉଣ୍ଡର୍କୁ ବାଦ୍ ଦେବାକୁ ପଡ଼ିବ।
ସ୍ପିନ୍ ହେବ ପ୍ରମୁଖ ଅସ୍ତ୍ର
ଉଭୟ ଭାରତ ଓ ପାକିସ୍ତାନ ପାଖରେ ଭଲ ଦ୍ରୁତ ବୋଲର ଅଛନ୍ତି। ହେଲେ ରବିବାର ମୁକାବିଲାରେ ସ୍ପିନ୍ ଯୁଦ୍ଧକୁ ଜିଏ ଜିତିବ, ସିଏ ବିଜୟୀ ହେବ ବୋଲି ଆକଳନ ଓ ଅନୁମାନ କରାଯାଉଛି। ଭାରତ ପାଖରେ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦରଙ୍କ ଭଳି ସ୍ପିନର ଅଛନ୍ତି। ପାକିସ୍ତାନ ଦଳରେ ମଧ୍ୟ ଅବରାର ଅହମଦ, ଉସମାନ ତାରିକ, ମହମ୍ମଦ ନୱାଜ ଓ ସଦାବ ଖାନ୍ଙ୍କ ରୂପରେ ଚାରି ଜଣ ଦକ୍ଷ ସ୍ପିନର୍ ଅଛନ୍ତି। ପୂର୍ବତନ କ୍ରିକେଟର୍ ଦୀପ୍ ଦାସଗୁପ୍ତା ପାକିସ୍ତାନର ପୂର୍ବ ଦୁଇ ମ୍ୟାଚ୍ରେ ଖେଳିଥିବା ଦଳକୁ ତର୍ଜମା କରି ରବିବର ସ୍ପିନ୍ ହିଁ ବିଜୟ ମନ୍ତ୍ର ହେବ ବୋଲି କହିଛନ୍ତି। ପ୍ରେମଦାସା ଷ୍ଟାଡିୟମ୍ ମଧ୍ୟ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା ଦେଇ ଆସୁଛି। ଏହି ଦୃଷ୍ଟିରୁ ରବିବାର ବିଜୟର ସ୍ବାଦ ଚାଖିବା ଲାଗି ଭାରତକୁ ସ୍ବତନ୍ତ୍ର ରଣନୀତି କରିବାକୁ ପଡ଼ିବ ବୋଲି କୁହାଯାଉଛି।
Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ
ସୁରକ୍ଷାରେ ସଶସ୍ତ୍ର ବାହିନୀ
ଭାରତ-ପାକିସ୍ତାନ ମହାଲଢ଼େଇ ଲାଗି କଲମ୍ବେ ଏବେ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଉଭୟ ଦଳର ଖେଳାଳିଙ୍କ ସହ କ୍ରିକେଟ୍ପ୍ରେମୀଙ୍କ ସୁରକ୍ଷାକୁ କଲମ୍ବୋ ପୁଲିସ ଅଗ୍ରାଧିକାର ଦେଉଛି। ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ପୂର୍ବରୁ କିମ୍ବା ପରେ ଯେମିତି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ତା ଉପରେ ସର୍ବାଧିକ ଧ୍ୟାନ ଦିଆଯାଉଛି। ମ୍ୟାଚ୍କୁ ସଶସ୍ତ୍ର ବାହିନି ଜଗିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୂଚନା ଦେଇଛି। ଖେଳାଳିମାନେ ହୋଟେଲ ରୁମ୍ରୁ ବାହରି ଫେରିବା ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଦର୍ଶକମାନଙ୍କୁ ୪ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବା ଲାଗି ଧାଡ଼ିରେ ରହିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା/ସଞ୍ଜୁ ସାମସନ, ଈଶାନ କିଶନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ/ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍ରା।
ସମ୍ଭାବ୍ୟ ପାକିସ୍ତାନ: ସୈମ ଆୟୁବ, ଶାହବଜାଦା ଫରହାନ, ସଲମାନ ଅଲୀ ଆଗା (ଅଧିନାୟକ), ବାବର ଆଜମ, ଉସମାନ ଖାନ୍, ଶଦାବ ଖାନ୍, ଫହିମ ଅସ୍ରଫ, ସାହିନ ଶାହ ଆଫ୍ରିଦି, ସଲମାନ ମିର୍ଜା, ଅବରାର ଅହମ୍ମଦ, ଉସମାନ ତାରିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/15/dagaddgzvcvcv-2026-02-15-01-57-38.jpg)