National archery school: ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜି: ୧୦ ପଦକ ସହ ଓଡ଼ିଶା ଉପବିଜେତା

Advertisment

ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

dagdgdgdg

ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜି ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଓଡ଼ିଶା ଏଥିରେ ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ମୋଟ ୧୦ ପଦକ ଜିତି ଉପବିଜେତା ହୋଇଛି। ମହାରାଷ୍ଟ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝାଡ଼ଖଣ୍ଡ ତୃତୀୟ ସ୍ଥାନରେ ରହିଥିଲା। ଚଳିତ ଜାନୁଆରି ୬ରୁ ୧୦ ତାରିଖ ଯାଏଁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକ ୧୮ଜଣିଆ ଦଳ (୧୧ ବାଳିକା, ୭ ବାଳକ) ଅଂଶଗ୍ରହଣ କରିଥିଲା। 

AAP MP Raghav Chadha: ଡେଲିଭରି ବଏ ଭୂମିକା‌ରେ ସାଂସଦ ରାଘବ ଚଢ଼ା...

ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ୟୁଜିପି ସରକାରୀ ଉଚ୍ଚବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ରୋହିତ କୁମାର ମାରାଣ୍ଡି ୩୦ ମିଟର୍ ଇଣ୍ଡିଆ ରାଉଣ୍ଡ, ଅଲିମ୍ପିକ୍ ରାଉଣ୍ଡ ଓ ମିକ୍ସ ରାଉଣ୍ଡରେ ୩ଟି ସ୍ବର୍ଣ୍ଣ ପଦକ ଏବଂ ଓଭରଅଲ୍ ୩୦ ଓ ୨୦ ମିଟରରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଭୁବନେଶ୍ବର କିସ୍ ବିଦ୍ୟାଳୟର ରେଶମା ମଲ୍ଲିକ ୩୦ ମିଟର୍ ମିକ୍ସ ରାଉଣ୍ଡରେ ରୋହିତଙ୍କ ସହ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି  କେନ୍ଦୁଝରର ସୁନିତା ନାଏକ ୬୦ ମିଟର୍ ରିକର୍ଭ ରାଉଣ୍ଡରେ ଗୋଟିଏ ରୌପ୍ୟ, ୬୦ ଇଣ୍ଡିଭିଜୁଆଲ୍ ରାଉଣ୍ଡରେ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି। ୬୦ ମିଟର୍ ରିକର୍ଭ ରାଉଣ୍ଡରେ କେନ୍ଦୁଝରର ସାବିତ୍ରୀ ପାତ୍ର, ସୁନ୍ଦରଗଡ଼ର ଟେନିସ୍ ମେହେର ଏବଂ ଭୁବନେଶ୍ବରର ପାଂଖି ଭତ୍ରା ରୌପ୍ୟ ପଦକ ହାସଲ କରିଛନ୍ତି।

KIIT Chess Tournament 2026: ୧୪ରୁ କିଟ୍‌ରେ ଚେସ୍‍ ମହାକୁମ୍ଭ: ସାମାଜିକ ଓ ଶିକ୍ଷାଗତ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe