Advertisment

Cricket: ବିପର୍ଯ୍ୟୟ ସୃଷ୍ଟି କରିବାକୁ ଆମେ ସକ୍ଷମ: ସାଣ୍ଟନର୍‌

Advertisment

ରବିବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ର ଦିନକ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଯଦି ଯୋଜନା ଅନୁସାରେ...

ରବିବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ର ଦିନକ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଯଦି ଯୋଜନା ଅନୁସାରେ...

Mitchel Santnor

ଅହମଦାବାଦ: ରବିବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ର ଦିନକ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଯଦି ଯୋଜନା ଅନୁସାରେ ଠିକ୍‌ ଠାକ୍‌ ଖେଳେ ତେବେ ଯେକୌଣସି ବଡ଼ ଦଳ ବିପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ସକ୍ଷମ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ବିଶ୍ବକପ୍‌ ଭାରତରେ ହେଉଥିବାରୁ ଘରୋଇ ମାଟିରେ ବିଶ୍ବକପ୍‌ ଜିତିବା ନେଇ ଭାରତୀୟ ଦଳ ଉପରେ ଅତିରିକ୍ତ ଚାପ ରହିବ। ଏଣୁ ଆୟୋଜକ ଦଳ ଉପରେ ଆହୁରି ଅତିରିକ୍ତ ଚାପ ସୃଷ୍ଟି କରିବାକୁ ନ୍ୟୁଜିଲାଣ୍ଡ୍‌ ଉଦ୍ୟମ କରିବ ବୋଲି ସେ କହିଛନ୍ତି। ଫାଇନାଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ହୋଇଥିଲେ ବି ଦଳ ସମାନ ପ୍ରସ୍ତୁତି ଓ ଆଭିମୁଖ୍ୟ ନେଇ ଖେଳିବ, ଯେପରି ଆଫଗାନିସ୍ତାନ ବିରୋଧରେ ପ୍ରଥମ ମ୍ୟାଚ୍‌ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେମିଫାଇନାଲ୍‌ ମ୍ୟାଚ ପୂର୍ବରୁ ରହିଥିଲା। ଦଳ ଭିଡିଓ ଦେଖି, ପରିସ୍ଥିତିକୁ ବୁଝି ରଣନୀତି ପ୍ରସ୍ତୁତ କରିଛି ଓ ପଡ଼ିଆରେ ତାହାର ପ୍ରୟୋଗ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Final Match: ଅହମଦାବାଦରେ ୨ଟି ମ୍ୟାଚ୍ ହାରିସାରିଥିବାରୁ ବଦଳିଲା ଟିମ୍ ଇଣ୍ଡିଆର ହୋଟେଲ

ବ୍ୟାଟିଂ ସଫଳତାକୁ ନେଇ ଉତ୍ସାହିତ ଭାରତୀୟ ଦଳ ଦୃଢ ମନୋବଳ ସହିତ ପଡ଼ିଆକୁ ଓହ୍ଲାଇବ, କିନ୍ତୁ ବୋଲିଂ ବିଭାଗ ଭାରତ ପାଇଁ ସାମାନ୍ୟ ଚିନ୍ତାର କାରଣ ବୋଲି ସେ ସୂଚାଇ ଦେଇଛନ୍ତି। ତେବେ ଭାରତୀୟ ଦଳ ଏହି ମ୍ୟାଚ୍‌ର ଫେଭରାଇଟ୍‌ ହୋଇଥିଲେ ବି ରଣନୀତି ଅନୁସାରେ ଏକ ଭଲ ଦଳଗତ ପ୍ରଦର୍ଶନ କରି ବିଶ୍ବକପ୍‌ ଜିତିବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe