Golden girl Nikita: ଦୁଃଖକୁ ଦଳିଥିବା ସୁନା ଝିଅ ‘ନିକିତା’

Advertisment

ଯାହାର କେହି ନାହିଁ ତାକୁ ଦଇବ ସାହା। ଏଭଳି ଏକ ପ୍ରଚଳିତ ଉକ୍ତି ପୁଣି ଉଭା ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମଇଦାନରେ। ଦୁଃଖ, ଦୁର୍ଦ୍ଦିନ ଭିତରେ ସଂଘର୍ଷ କରିଥିବା ଏକ ପରିବାରରୁ ଫୁଟି ବାହାରିଛନ୍ତି ନିକିତା ଟୋପ୍ପୋ।

ଯାହାର କେହି ନାହିଁ ତାକୁ ଦଇବ ସାହା। ଏଭଳି ଏକ ପ୍ରଚଳିତ ଉକ୍ତି ପୁଣି ଉଭା ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମଇଦାନରେ। ଦୁଃଖ, ଦୁର୍ଦ୍ଦିନ ଭିତରେ ସଂଘର୍ଷ କରିଥିବା ଏକ ପରିବାରରୁ ଫୁଟି ବାହାରିଛନ୍ତି ନିକିତା ଟୋପ୍ପୋ।

dagdagzvcvv

ଜୟପୁରରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ

ଜୟପୁର (ରାଜସ୍ଥାନ): ଯାହାର କେହି ନାହିଁ ତାକୁ ଦଇବ ସାହା। ଏଭଳି ଏକ ପ୍ରଚଳିତ ଉକ୍ତି ପୁଣି ଉଭା ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ମଇଦାନରେ। ଦୁଃଖ, ଦୁର୍ଦ୍ଦିନ ଭିତରେ ସଂଘର୍ଷ କରିଥିବା ଏକ ପରିବାରରୁ ଫୁଟି ବାହାରିଛନ୍ତି ନିକିତା ଟୋପ୍ପୋ। ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼‌ାରେ ‘କିଟ୍‌’କୁ ପ୍ରଥମ ଥର ସ୍ବର୍ଣ୍ଣ ବିଜେତା କରିବା ପରେ ନିକିତାଙ୍କ ସଂଘର୍ଷର ଜୀବନରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ନୂଆ ସ୍ବପ୍ନ ଦେଖିବା ସହ ପାରିବାରିକ ଜୀବନରେ ବି ନୂଆ ଜୀବନ ଭରିଦେବାକୁ ଆଶାର ଆଲୋକ ପାଲଟିଛି। ନିକିତାଙ୍କ ଜୀବନଯାତ୍ରାର ଅଙ୍କାବଙ୍କା ରାସ୍ତା ଏବଂ ଖେଳ ଜୀବନର ଉତ୍‌ଥାନ ପତନ କାହାଣୀ ଶୁଣିଲେ ଯେ କୌଣସି ବ୍ୟକ୍ତିର ଆଖିରୁ ବି ଲୁହ ଝରିଆସିବ। ରାଜଗାଙ୍ଗପୁର ନିକଟସ୍ଥ ଏକ ଗାଁର ନାମ ହେଉଛି କୁକୁଡ଼ା। ଏହି ଗାଁରେ ନିକିତାଙ୍କ ଜନ୍ମ। କିନ୍ତୁ ମାତ୍ର ୫ ବର୍ଷ ବୟସରୁ ସେ ହରାଇଥିଲେ ଉଭୟ ବାପା ଓ ମା’ଙ୍କୁ। ଏକ ଅଭିଶପ୍ତ ପରିବାର ଭଳି ବଡ଼ ଭାଇ ବି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୦୨୨ରେ। ଅନ୍ୟ ଜଣେ ମାତ୍ର ଭାଇ ବି ଏବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ହରାଇ ବସିଛନ୍ତି ସ୍ମରଣଶକ୍ତି। ଏଭଳି ଏକ ବେସାହାରା ପରିବାରରେ ବସ୍ତୁତଃ ନିକିତା ଏବେ ଏକା ଏକା। ବଡ଼ ବାପା ମା’ ଓ ପିଉସ‌ାଙ୍କ ହେପାଜତରେ ଅଛନ୍ତି ଅସୁସ୍ଥ ଭାଇ ଓ ନିକିତା।

Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ

ନିକିତାଙ୍କ ଖେଳ ଜୀବନ ବି ସେଭଳି ଘାତ ପ୍ରତିଘାତ ଭିତରେ ଗଡ଼ିଛି। ୨୦୧୬ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ‌‌ଯୋଗଦେବା ପରେ କୋଭିଡ୍‌ ସମୟରେ ଟାଟା ନାଭାଲ୍ ଏଚ୍‌ପିସିରେ ନିଜ ମିଡ୍‌ଫିଲ୍ଡ ଦକ୍ଷତାକୁ ଶାଣିତ କରିଥିଲେ। ଭାରତୀୟ କନିଷ୍ଠ ଶିବିରରେ ସାମିଲ ହୋଇ ଏସିଆ କପ୍‌ ଏବଂ ବିଶ୍ବକପ୍‌ ଖେଳିବା ସମ୍ଭାବନା ବଢ଼ିଥିବାବେଳେ ହଠାତ୍ ଆଣ୍ଠୁ ଅସ୍ତ୍ରୋପଚାର କାରଣରୁ ସ୍ବପ୍ନ ମଉଳି ଯାଇଥିଲା। ୨୦୨୨ରେ ପଞ୍ଚରାଷ୍ଟ୍ରୀୟ ପ୍ରତି‌ଯୋଗିତା ଲାଗି ଆୟର୍ଲାଣ୍ଡ୍‌ ଗସ୍ତ  କରୁଥିବା ବେଳେ ଭାଇଙ୍କ ଚାଲିଯିବା ଖବର ପାଇଥିଲେ। ତାଙ୍କ ଅନ୍ତ୍ୟେଷ୍ଟିରେ ବି ସାମିଲ ହୋଇପାରି ନଥିଲେ। ଭାରତ ସେଠାରେ ରୌପ୍ୟ ପଦକ ଜିତିଥିଲା। ୨୦୨୩ରେ ଭାରତୀୟ ୨୧ ବର୍ଷରୁ କମ୍ ଦଳରେ ସାମିଲ ହୋଇ ଦକ୍ଷିଣ ଆଫ୍ରିକା ଗସ୍ତ କରି ୪ ମ୍ୟାଚ୍‌ ଜିତିଥିଲେ। ଆହତଜନିତ ଅସ୍ତ୍ରୋପଚାର ପରେ ନିକିତା ପୁଣି ପାନପୋଷ କ୍ରୀଡ଼ା ଛାତ୍ରାବାସରେ ସାମିଲ ହେବା ସହ ଏବେ ‘କିଟ୍‌’ରେ ଗୃହବିଜ୍ଞାନର ଛାତ୍ରୀଭାବେ ପୁଣି ହକିର ମୁଖ୍ୟସ୍ରୋତକୁ ଫେରିଛନ୍ତି।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ଜୟପୁରର ସ୍ବର୍ଣ୍ଣିମ ସଫଳତା ତାଙ୍କ ଭିତରେ ନୂଆ ଉତ୍ସାହ ଓ ଉନ୍ମାଦନା ଭରି ଦେଇଛି। ‘‘କିଟ୍ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିବାକୁ ଆମେ ଆତ୍ମବିଶ୍ବାସର ସହ ଆସିଥିଲୁ। କିଛି ବି ହେଲେ ସୁନା ନେଇଯିବୁ ବୋଲି ସମସ୍ତେ ପରସ୍ପରକୁ କହିଥିଲୁ। ବିଜୟର ଶ୍ରେୟ ମୁଁ ଦଳୀୟ ସାଥୀ ଖେଳାଳିଙ୍କୁ ଦେବି ଏବଂ ପରିବାରକୁ ଏ ବିଜୟକୁ ଉତ୍ସର୍ଗ କରିବି’’ ବୋଲି ‘ସମ୍ବାଦ’ ସହିତ କଥା ହେବାବେଳେ ନିକିତା କହିଛନ୍ତି। ଭାରତୀୟ ବରିଷ୍ଠ ମହିଳା ଦଳରୁ ପ୍ରତିନିଧିତ୍ବ କରିବା ସହ ଚାକିରି କରିବା ମୋ ପରବର୍ତ୍ତୀ ଦୁଇ ଲକ୍ଷ୍ୟ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe