୨ୟ ଦିନିକିଆ : ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି ନୀତୀଶ ରେଡ୍ଡୀ

Advertisment

ଆଜି ରାଜକୋଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ୨ୟ ଦିନିକିଆ ଅନ୍ତର୍ଜାତୀୟ ଖେଳାଯିବ। ଚୂଡ଼ାନ୍ତ ଏକାଦଶରେ ଆୟୁଷଙ୍କ ଖେଳିବା ସମ୍ଭାବନା କମ୍। ତାଙ୍କ ସ୍ଥାନରେ ଦଳ ନୀତିଶ ରେଡ୍ଡିଙ୍କୁ ସାମିଲ କରିବାର ଅଧିକ ସମ୍ଭାବନା ରହିଛି।

ଆଜି ରାଜକୋଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ୨ୟ ଦିନିକିଆ ଅନ୍ତର୍ଜାତୀୟ ଖେଳାଯିବ। ଚୂଡ଼ାନ୍ତ ଏକାଦଶରେ ଆୟୁଷଙ୍କ ଖେଳିବା ସମ୍ଭାବନା କମ୍। ତାଙ୍କ ସ୍ଥାନରେ ଦଳ ନୀତିଶ ରେଡ୍ଡିଙ୍କୁ ସାମିଲ କରିବାର ଅଧିକ ସମ୍ଭାବନା ରହିଛି।

Nitish Reddy

Nitish Reddy Photograph: (sambad.in)

ରାଜକୋଟ୍: ଆଜି ରାଜକୋଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ୨ୟ ଦିନିକିଆ ଅନ୍ତର୍ଜାତୀୟ ଖେଳାଯିବ । ଆଜିର ମ୍ୟାଚକୁ ଜିତି ଭାରତ ଶୃଙ୍ଖଳାରେ ଅଗ୍ରଣୀ ରହିବାକୁ ଚେଷ୍ଟା କରିବ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଜିତି ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବ। 

ଏହି ମ୍ୟାଚ ପୂର୍ବରୁ ଯାହା ଭାରତର ମନୋବଳ ବୃଦ୍ଧି କରିବ ତାହା ହେଉଛି ଦଳର ମୁଖ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ରୋହିତ ଶର୍ମାଙ୍କ ଚମତ୍କାର ଫର୍ମ। ସେହିପରି କେଏଲ ରାହୁଲ ଓ ଶ୍ରେୟସ ଆୟର ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେବେ ଭାରତ ପାଇଁ ଚିନ୍ତାର କାରଣ ହେଉଛି  ଖେଳାଳିଙ୍କ ଆଘାତ କିମ୍ବା ଅସୁସ୍ଥତା। ଆହତ ଜନିତ କାରଣରୁ ଦଳର ପ୍ରମୁଖ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ସିରିଜରୁ ବାଦ ପଡ଼ିଛନ୍ତି ।

ଦଳ ନୀତିଶଙ୍କୁ ସାମିଲ କରିବାର ଅଧିକ ସମ୍ଭାବନା ରହିଛି

ସେହିପରି ଋଷଭ ପନ୍ତ ମଧ୍ୟ ଖେଳୁନାହାନ୍ତି। ଏପରି ସ୍ଥିତିରେ ସୁନ୍ଦରଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କୁ ଦଳରେ ସାମିଲ କରାଯାଇଛି। ଏହା ସତ୍ତ୍ବେ ଚୂଡ଼ାନ୍ତ ଏକାଦଶରେ ଆୟୁଷଙ୍କ ଖେଳିବା ସମ୍ଭାବନା କମ୍। ତାଙ୍କ ସ୍ଥାନରେ ଦଳ ନୀତିଶ ରେଡ୍ଡିଙ୍କୁ ସାମିଲ କରିବାର ଅଧିକ ସମ୍ଭାବନା ରହିଛି। କାରଣ ନୀତୀଶ ମଧ୍ୟ ଜଣେ ପ୍ରକୃତ ଅଲରାଉଣ୍ଡର୍, ଯିଏକି ମଧ୍ୟକ୍ରମରେ ଉପଯୋଗୀ ବ୍ୟାଟିଂ କରିବା ସହ ଦଳର ୬ଷ୍ଠ ବୋଲର ଭୂମିକା ନିର୍ବାହ କରିପାରିବେ । ତାଙ୍କର ପେସ ବୋଲିଂ ଦଳର ବୋଲିଂ ବିଭାଗକୁ ଅଧିକ ସନ୍ତୁଳନ ପ୍ରଦାନ କିରବ ।  ଏଣୁ ତାଙ୍କ ସହ ଦଳ ପଡ଼ିଆକୁ ଓହ୍ଲାଇବ।

ଆହୁରି ପଢ଼ନ୍ତୁ: Iran May Hang Protester : ପ୍ରଦର୍ଶନକାରୀଙ୍କୁ ଆଜି ସର୍ବସାଧାରଣରେ ଫାଶୀ ଦେଇପାରେ ଇରାନ, ଟ୍ରମ୍ପ-ନେତାନ୍ୟାହୁଙ୍କୁ ମୁଖ୍ୟ ହତ୍ୟାକାରୀ କହିଲା ତେହେରାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe