କଟକ: ବଡ଼ ପରୀକ୍ଷା ଥିଲେ ମାତ୍ର ୪ ଦିନ ପାଠ ପଢ଼ି ଯାଇହୁଏନି। ଏଥିପାଇଁ ବର୍ଷେ ଦୁଇ ବର୍ଷ ତଳୁ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଆମକୁ ବି କ୍ରିକେଟ୍ରେ ସେଭଳି କରିବାକୁ ହୁଏ। ବିଶ୍ବକପ୍ ଆଉ ମାତ୍ର ୨ ମାସ ରହିଛି, ଆମ ପ୍ରସ୍ତୁତି ଏହି ଶୃ୍ଙ୍ଖଳାରୁ ନୁହେଁ ଗତବର୍ଷ ବିଶ୍ବକପ୍ ବିଜୟ ପରଠାରୁ ହିଁ ଆରମ୍ଭ ହୋଇଯାଇଥିଲା। ଅନେକ କିଛି ପରୀକ୍ଷାନିରୀକ୍ଷା କରିଛୁ। ନୂଆ କିଛି ମଧ୍ୟ ପ୍ରୟୋଗ କରିଛୁ। ପ୍ରଚଳିତ ପ୍ରକ୍ରିୟାରେ ବିଶ୍ବାସ ରଖି ଆଗକୁ ବଢ଼ୁଛୁ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ମଙ୍ଗଳବାର ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ପୂର୍ବରୁ ଏଭଳି କହିଛନ୍ତି ସୂର୍ଯ୍ୟକୁମାର। ସୂଚନାଯୋଗ୍ୟ, ଭାରତ ୨୦୨୬ ଫେବ୍ରୁଆରି ୭ ତାରିଖରେ ଆମେରିକା ସହ ଖେଳି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଟାଇଟଲ୍ ଡିଫେନ୍ସ ଅଭିଯାନ ଆରମ୍ଭ କରିବ। ବାରବାଟୀରେ କିନ୍ତୁ ସୂର୍ଯ୍ୟସେନା ବଜାଇବେ ବିଶ୍ବକପ୍ ପ୍ରସ୍ତୁତିର ଶେଷ ବିଗୁଲ୍।
Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ନଜରରେ ରଖି ଭାରତୀୟ ଟ୍ବେଣ୍ଟି-୨୦ ଦଳର ସଦସ୍ୟମାନେ କିଭଳି ବିସିସିଆଇର ଘରୋଇ ପ୍ରତିଯୋଗିତା ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫିରେ ଖେଳି ନିଜକୁ ପ୍ରସ୍ତୁତ କରିଥିଲେ। ସୂର୍ଯ୍ୟଙ୍କ ସହ ସଂଜୁ ସାମ୍ସନ୍, ଅଭିଷେକ ଶର୍ମା, ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ଏହି ପ୍ରତିଯୋଗିତାରେ ଖେଳିଥିଲେ। ଏ ସମ୍ପର୍କରେ ପ୍ରଶ୍ନ ହେବାରୁ ସୂର୍ଯ୍ୟ କହିଥିଲେ ଘରୋଇ କ୍ରିକେଟ୍ ଅତି ଗୁରୁତ୍ବପୂର୍ଣ୍ଣ। ଏହା ଆମ ମୂଳ ଓ ମୌଳିକ। ଏସବୁ ଖେଳି ଆମେ ଉପରକୁ ଆସିଛୁ, ଏହାକୁ ଭୁଲି ହୁଏନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍ରୁ ଫୁର୍ସତ ମିଳିବା ସମ୍ପର୍କରେ ସୂର୍ଯ୍ୟ କହିଥିଲେ ବିଶେଷ କିଛି ବଦଳିବାର ନାହିଁ। ବିଶ୍ବକପ୍ ପୂର୍ବରୁ ଦୁଇ ଶୃଙ୍ଖଳା ପୂର୍ବ ସମନ୍ବୟକୁ ନେଇ ଜାରି ରହିବ। କିନ୍ତୁ ପ୍ରାରମ୍ଭିକ ବ୍ୟାଟର୍ଙ୍କୁ ନେଇ କ୍ରିକେଟ୍ ଖେଳିବାକୁ ପସନ୍ଦ କରିଥାଉ। ଢେର୍ ପରିଶ୍ରମ କରିବା ସହିତ ଏହିଠାରୁ ବି ଅନେକ କିଛି ଶିଖିବାକୁ ମିଳିଥାଏ। ବିଶ୍ବକପ୍ ପାଇଁ ଦଳୀୟ ସମନ୍ବୟ ଛାଡ଼ିଦେଲେ ତୃତୀୟରୁ ସପ୍ତମ ସ୍ଥାନ ଯାଏ ବ୍ୟାଟିଂରେ ନମନୀୟତା ରଖାଯାଇଛି। ସଂଜୁ ସାମ୍ସନ୍ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ। ସଂଜୁ ଓ ଜିତେଶ ଆମ ଦଳୀୟ ଯୋଜନାରେ ରହିଛନ୍ତି। ଉଭୟ ଆମ ପାଇଁ ସମ୍ପତ୍ତି ଭଳି ଓ ସୁଖଦ ମୁଣ୍ଡବିନ୍ଧାର ବି କାରଣ ବୋଲି କହିଥିଲେ ‘ସ୍କାଏ’ ନାମରେ ପରିଚିତ ସୂର୍ଯ୍ୟକୁମାର ଯାଦବ। ବାରବାଟୀରେ ଏଥର ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ ହୋଇଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସୂର୍ଯ୍ୟ ମଧ୍ୟ ବ୍ୟାଟିଂ ଭଲ ହେବ ବୋଲି କହିଥିଲେ। ଗତି ଓ ବାଉଁସ୍ ଅଧିକ ହେଲେ କିଛି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ। କାକର ସମସ୍ୟାକୁ ନେଇ ସୂର୍ଯ୍ୟ ସେତେଟା ଚିନ୍ତିତ ନୁହନ୍ତି ବୋଲି ପ୍ରକାଶ କରିଥିଲେ।
ବାରବାଟୀ ଷ୍ଟାଡିୟମ୍ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ପ୍ରାୟ ୪/୫ ହଜାର ଦର୍ଶକ ଉପସ୍ଥିତ ଥିଲେ। ଭାରତୀୟ ଖେଳାଳି ପ୍ରାୟ ୩ ଘଣ୍ଟା ଅଭ୍ୟାସ କରିବା ସମୟରେ ଏକ ଅପ୍ରତ୍ୟାଶିତ ମୁକାବିଲା ନଜରକୁ ଆସିଥିଲା। ଭାରତୀୟ ଖେଳାଳିମାନେ ବ୍ୟାଟିଂ ଅଭ୍ୟାସ କରୁଥିବା ବେଳେ କେବଳ ସାଥୀ ଖେଳାଳିମାନେ ବୋଲିଂ କରୁ ନଥିଲେ। ଓଡ଼ିଶାର ପ୍ରାୟ ଡଜନେ ଯୁବ ଓ ଅଭିଜ୍ଞ ବୋଲର ନେଟ୍ ବୋଲର ଭୂମିକାରେ ରହିଥିଲେ। ଏହି ବୋଲିଂ ୟୁନିଟ୍ର ନେତୃତ୍ବ ନେଇଥିଲେ ସଦ୍ୟ ଅବସରପ୍ରାପ୍ତ ଓଡ଼ିଶା ରଣଜୀ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ। ଏହି ସମୟରେ କିରିଛି ପ୍ରଶଂସକ କହିଥିଲେ, ଏବେ ଚାଲିଛି ସୂର୍ଯ୍ୟକୁମାର ଓ ସୂର୍ଯ୍ୟକାନ୍ତଙ୍କ ଲଢ଼େଇ। କାରଣ ସୂର୍ଯ୍ୟକାନ୍ତଙ୍କ ତତ୍ତ୍ବାବଧାନରେ ଓଡ଼ିଶାର ବିଭିନ୍ନ ବର୍ଗର ରାଜ୍ୟ କ୍ରିକେଟର୍ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟର୍ଙ୍କୁ ଢେର୍ ବୋଲିଂ କରିଥିଲେ। ବଡ଼ ବଡ଼ ସଟ୍ର ଶିକାର ତ ହୋଇଥିଲେ, ଏକାଧିକ ଥର ସେମାନଙ୍କ ପରାସ୍ତ କରିବା ଓ ୱିକେଟ୍ ନେବାର ସ୍ମରଣୀୟ ମୁହୂର୍ତ୍ତ ବି ସାଉଁଟିଥିଲେ।
ତିନି ପୁରୁଖା ପ୍ରଶଂସକ ହାଜର
ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଛି, ଭାରତୀୟ କ୍ରିକେଟ୍ ଦଳର ତିନି ପୁରୁଖା ପ୍ରଶଂସକଙ୍କ ଉପସ୍ଥିତି ବା କିଭଳି ହୋଇ ନଥାନ୍ତା। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ସେମାନେ କେବଳ କଟକ ଆସିନାହାନ୍ତି। ସୋମବାର ଦିନତମାମ ଭାରତୀୟ ଦଳର ଅଭ୍ୟାସ ବେଳେ ଉପସ୍ଥିତ ରହି ତ୍ରିରଙ୍ଗା ଉଡ଼ାଇବା ସହ ଉତ୍ସାହିତ କରିଛନ୍ତି। ଏହି ୩ ଜଣ ଜଣାଶୁଣା କ୍ରିକେଟ୍ ପ୍ରଶଂସକ ହେଉଛନ୍ତି ସୁଧୀର ଗୌତମ, ରାମବାବୁ ଓ ଧରମବୀର ପାଲ୍। ସୂଚନାଯୋଗ୍ୟ, ସୁଧୀର ହେଉଛନ୍ତି ସଚିନ ତେନ୍ଦୁଲକରଙ୍କ ବ୍ୟକ୍ତିଗତ ପ୍ରଶଂସକ ଏବଂ ରାମବାବୁ ହେଲେ ମହେନ୍ଦ୍ର ସିଂହ ଧୋନିଙ୍କ ସୁପର୍ ଫ୍ୟାନ୍ ଭାବେ ବେଶ୍ ପରିଚିତ। ଦିବ୍ୟାଙ୍ଗ ପ୍ରଶଂସକ ଧରମବୀର ବି ଓସିଏ ପ୍ରେସ୍ ବକ୍ସ ଅଞ୍ଚଳରେ ହାଜର ହୋଇ ବହୁ ସ୍ଥାନୀୟ ଟିଭି ଚ୍ୟାନେଲ୍କୁ ବାଇଟ୍ ଦେଇଥିଲେ। ‘‘୨୦୦୬ ମସିହାରୁ ଭାରତୀୟ ଦଳକୁ ପିଛା କରୁଛି। ବହୁ ଦେଶ ବୁଲି ଭାରତୀୟ ଖେଳାଳିଙ୍କ ମନୋବଳକୁ ବଢ଼ାଉଛି’’ ବୋଲି କହିଥିଲେ ମଧ୍ୟପ୍ରଦେଶ ଅଧିବାସୀ ଧରମବୀର। ବାରବାଟୀରେ ଯିଏ ଭଲ କ୍ରିକେଟ୍ ଖେଳିବ ନିଶ୍ଚିତ ଜିତିବ। ପ୍ରତିଦ୍ବନ୍ଦ୍ବୀ ଯେତେ କଡ଼ା ଥିଲେ କି ଯେତେ ଭଲ ଖେଳିଲେ କିନ୍ତୁ ମୁଁ ଭାରତୀୟ ଦଳ ସପକ୍ଷରେ ଥାଏ। ଜଣେ ଭାରତୀୟ ଭାବେ ଏହା ମୁଁ କରିଆସିଛି ବୋଲି କହିଥିଲେ ଧରମବୀର।
Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ
ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଶଙ୍କାରେ
ଗତ ସେପ୍ଟେମ୍ବର ମାସର ଏସିଆ କପ୍ଠାରୁ ଆହତ ତାଲିକାରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏହି ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ସୋମବାର ସେ ଏହି ସଜିନ୍ ଓପନର୍ ଅଭ୍ୟାସ ବେଳେ ଉପସ୍ଥିତ ନ ରହିବା ପୁଣି ଆଶଙ୍କା ସୃଷ୍ଟି କରିଛି। ସେ ପୁଣି ଆହତ ହୋଇପଡ଼ିଥିବା କୁହାଯାଉଥିଲେ ମଧ୍ୟ ବିସିସିଆଇ କୌଣସି ସ୍ପଷ୍ଟ କରିନାହିଁ। କିନ୍ତୁ ହାର୍ଦ୍ଦିକ ଦିନିକିଆ ଦଳରେ ନଥିବାରୁ ଦୁଇଦିନ ପୂର୍ବରୁ ଭୁବନେଶ୍ବର ପହଞ୍ଚିବା ସହ ରବିବାର ବାରବାଟୀରେ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ। ଆହତଜନିତ ପୁନଃଥଇଥାନରୁ ଫେରିଥିବାରୁ କେବଳ ବିଶ୍ରାମ ପାଇଁ ହାର୍ଦିକ ସୋମବାର ଅଭ୍ୟାସକୁ ଆସି ନଥିବା ଅନ୍ୟ ଏକ ସୂତ୍ରରୁ ପ୍ରକାଶ।
ଟାର୍ଗେଟ୍ରେ ଅଭିଷେକଙ୍କ ୱିକେଟ୍
ଭାରତୀୟ କ୍ରିକେଟ୍ ଦଳର ଟ୍ବେଣ୍ଟି-୨୦ ବ୍ରାଣ୍ଡ୍ କ୍ରିକେଟ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଐଦେନ୍ ମାର୍କରାମ। ଅଭିଷେକ ଶର୍ମାଙ୍କ ୱିକେଟ୍କୁ ସେ ଟାର୍ଗେଟ୍ କରିଥିବା ପରୋକ୍ଷରେ ସ୍ବୀକାର କରିଛନ୍ତି। ଅଭିଷେକ ଯେଭଳି ଖେଳୁଛନ୍ତି ତାଙ୍କ ୱିକେଟ୍ ସଅଳ ବାହାର କରିବା ଆମେ ପାଇଁ ପ୍ରିମିୟମ୍ ସଫଳତା ହେବ। ତାଙ୍କୁ ଦଳ ସ୍ବାଧୀନତା ଦେଇଛି ଆକ୍ରମଣାତ୍ମକ କ୍ରିକେଟ୍ ଖେଳିବାକୁ। ଏହା ଦ୍ବାରା ସେ ଦଳକୁ ଫାଇଦା ଦେବା ସହ ଫ୍ରାଞ୍ଚାଇଜ୍ କ୍ରିକେଟ୍ରେ ନିଜ ପ୍ରତି ଆକର୍ଷଣ ବଢ଼ାଇ ପାରୁଛନ୍ତି ବୋଲି ମାର୍କରାମ କହିଥିଲେ। ବିରାଟ କୋହଲି ଓ ରୋହିତ ଶର୍ମା ନଥିବାରୁ ଦକ୍ଷିଣ ଆଫ୍ରିକା ଆଶ୍ବସ୍ତ ରହିଛି, ତଥାପି ଭାରତ ଏକ ଶକ୍ତିଶାଳୀ ଦଳ ବୋଲି ସେ ସ୍ବୀକର କରିଥିଲେ। ନୂଆ କିଛି ରଣକୌଶଳ ସହ ଦଳ ଏହି ଫର୍ମାଟ ଖେଳିବ ବୋଲି ମାର୍କରାମ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/09/fshhfxvbbvbv-2025-12-09-02-24-53.jpg)