Advertisment

Cricket: ପ୍ରଥମ ଦିନ ସମ୍ମାନ ବାଣ୍ଟିଲେ ଓଡ଼ିଶା-ତାମିଲନାଡୁ

Advertisment

କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ତାମିଲନାଡ଼ୁ ଷଷ୍ଠ ରାଉଣ୍ଡ୍‌ ରଣଜୀ ମୁକାବିଲା। ପ୍ରଥମ ଦିନର ସମ୍ମାନକୁ ବାଣ୍ଟି ନେଇଛନ୍ତି ଉଭୟ ଦଳ। ଗୁରୁବାର ଷ୍ଟମ୍ପ୍ସ ବେଳକୁ ତାମିଲନାଡୁ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଛି। 

କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ତାମିଲନାଡ଼ୁ ଷଷ୍ଠ ରାଉଣ୍ଡ୍‌ ରଣଜୀ ମୁକାବିଲା। ପ୍ରଥମ ଦିନର ସମ୍ମାନକୁ ବାଣ୍ଟି ନେଇଛନ୍ତି ଉଭୟ ଦଳ। ଗୁରୁବାର ଷ୍ଟମ୍ପ୍ସ ବେଳକୁ ତାମିଲନାଡୁ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଛି। 

22bbs_111_22012026_112

ଭୁବନେଶ୍ବର: କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ତାମିଲନାଡ଼ୁ ଷଷ୍ଠ ରାଉଣ୍ଡ୍‌ ରଣଜୀ ମୁକାବିଲା। ପ୍ରଥମ ଦିନର ସମ୍ମାନକୁ ବାଣ୍ଟି ନେଇଛନ୍ତି ଉଭୟ ଦଳ। ଗୁରୁବାର ଷ୍ଟମ୍ପ୍ସ ବେଳକୁ ତାମିଲନାଡୁ ୭ ୱିକେଟ୍‌ ହରାଇ ୨୮୧ ରନ୍‌ କରିଛି। ଓଡ଼ିଶା ଟସ୍‌ ଜିତି ତାମିଲନାଡ଼ୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦଳର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ରାଜେଶ ମହାନ୍ତି ତାମିଲନାଡ଼ୁକୁ ଯୁଗଳ ଝଟ୍‌କା ଦେଇ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ।

ପ୍ରତିପକ୍ଷ ଓପନର୍‌ ଏନ୍. ଜଗଦୀଶନଙ୍କୁ ସେ ପଞ୍ଚମ ଓଭରର ଦ୍ବିତୀୟ ବଲ୍‌ରେ କ୍ଲିନ୍ ବୋଲ୍ଡ କରି ଘରୋଇ ଓଡ଼ିଶାକୁ ପ୍ରଥମ ସଫଳତା ଉପହାର ଦେଇଥିଲେ। ପୁଣି ପି. ବିଦ୍ୟୁତ୍‌ଙ୍କୁ ୧୨ ରନ୍‌ରେ ସାନ୍ତନୁ ମିଶ୍ରଙ୍କ ହାତରେ କ୍ୟାଚ୍‌ କରାଇ ୪୬ ରନ୍‌ରେ ତାମିଲନାଡ଼ୁର ଦୁଇଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କ ୱିକେଟ୍‌ ଝାଡ଼ି ଦେଇଥିଲେ। ଏହା ପରେ ପ୍ରଦୋଷ ରଂଜନ ପଲ୍ (୭୮), ସି ଆନ୍ଦ୍ରେ ସିଦ୍ଧାର୍ଥ (୫୬), ଏସ୍‌ଆର୍‌ ଅତୀଶ (୫୦), ନିଧିଶ ରାଜଗୋପାଳ (୫୪*)ଙ୍କ ୪ଟି ଅର୍ଦ୍ଧଶତକୀୟ ପାଳି ବଳରେ ତାମିଲନାଡୁ ସ୍ଥିତି ସମ୍ଭାଳି ନେଇଥିଲା। ପୂର୍ବାହ୍ନରେ ରାଜେଶ ମହାନ୍ତିଙ୍କ ଭଳି ଅପରାହ୍ଣରେ ଗୋବିନ୍ଦ ପୋଦ୍ଦାର ଲଗାତାର ୱିକେଟ୍‌ ବାହାର କରି ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି।

କିଟ୍‌ ଷ୍ଟାଡିୟମ୍‌ ଚଳିତ ଋତୁରେ ଓଡ଼ିଶାର କ୍ରମାଗତ ମ୍ୟାଚ୍‌ ଆୟୋଜନ କରିଛି। ଦୁଇ ସୀମିତ ଓଭର କ୍ରିକେଟ୍‌ ପ୍ରତିଯୋଗିତା (ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି) ପାଇଁ ବିରାମ ପୂର୍ବରୁ ଓଡ଼ିଶା କିଟ୍‌ ଷ୍ଟାଡିୟମ୍‌ରେ ହିଁ ନାଗାଲାଣ୍ଡକୁ ୨୯୯ ରନ୍‌ରେ ହରାଇ ସିଜନ୍‌ର ପ୍ରଥମ ବିଜୟ ପାଇଥିଲା।

ଆହୁରି ପଢ଼ନ୍ତୁ: Journalist Dead: ସାମ୍ବାଦିକ ରବି କାନୁନଗୋଙ୍କ ପରଲୋକ

ନାଗାଲାଣ୍ଡ୍‌ ବିପକ୍ଷ ବିଜୟୀ ଦଳରେ ଓଡ଼ିଶା ୩ଟି ପରିବର୍ତ୍ତନ ସହ ଏହି ମ୍ୟାଚ୍‌ ଖେଳୁଛି। ଗୌରବ ଚୌଧୁରୀ, ସାୱନ ପାହାଡିଆ, ତାପସ ଦାସଙ୍କ ବଦଳରେ ଯଥାକ୍ରମେ ଶାନ୍ତନୁ ମିଶ୍ର, ରାଜେଶ ଧୂପର, ଦେବବ୍ରତ ପ୍ରଧାନଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। କିଟ୍‌ରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ। ଅନ୍ୟପକ୍ଷରେ ସାଇ କିଶୋରଙ୍କ ନେତୃତ୍ବାଧୀନ ତାମିଲନାଡ଼ୁ ଚଳିତ ଋତୁର ପ୍ରଥମ ବିଜୟ ହାସଲ ଆଶାରେ ଅଛି। ଉଭୟ ଦଳ କିନ୍ତୁ ନକ୍‌ଆଉଟ୍‌ ଦୌଡ଼ରୁ ବାଦ୍‌ ପଡ଼ି ସାରିଛନ୍ତି।

ସଂକ୍ଷିପ୍ତ ସ୍କୋର: ତାମିଲନାଡୁ ପ୍ରଥମ ପାଳି: ୮୩ ଓଭରରେ ୨୮୧/୭ (ପ୍ରଦୋଷ ରଂଜନ ପଲ୍-୭୮, ସି ଆନ୍ଦ୍ରେ ସିଦ୍ଧାର୍ଥ-୫୬, ଏସ୍‌ଆର୍‌ ଅତୀଶ-୫୦, ନିଧିଶ ରାଜଗୋପାଳ-୫୪*, ରାଜେଶ ମହାନ୍ତି-୨/୫୦, ଗୋବିନ୍ଦ‌ ପୋଦ୍ଦାର-୨/୮୫, ବିପ୍ଳବ ସାମନ୍ତରାୟ-୧/୨୯, ସମ୍ବିତ ବରାଳ-୧/୩୫, ଦେବବ୍ରତ ପ୍ରଧାନ-୧/୩୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe