ଭୁବନେଶ୍ୱର: ଦେଶର ‘ଖୋ ଖୋ’ ଖେଳ ପାଇଁ ଆସିଛି ଏକ ସୁବର୍ଣ୍ଣ ସମୟ। ଓଡ଼ିଶା ସରକାର ଏହି ଖେଳକୁ ଯୋଗାଇ ଦେବେ ପ୍ରୋତ୍ସାହନ। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଖବର ପଢ଼ନ୍ତୁ: ୮୦ ବର୍ଷରୁ ବୟସ ଅଧିକ ହୋଇଥିଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ୩୫୦୦ ଟଙ୍କା
ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରିରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହି ଖବର ପଢ଼ନ୍ତୁ: ବରଗଡ଼ ପାଲଟିଲା ମଥୁରାନଗରୀ, ଅମ୍ବାପାଲି ହେଲା ଗୋପପୁର
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାର ‘ଖୋ ଖୋ’ ଖେଳର ଜାତୀୟ ଟିମକୁ ଆଗାମୀ ୩ ବର୍ଷ ପାଇଁ ସ୍ପନସର କରିବେ। ଏହି ସ୍ପନସରସିପର ଅବଧି ୨୦୨୫ ଜାନୁଆରିରୁ ୨୦୨୭ ଡିସେମ୍ବର ପର୍ଯ୍ୟନ୍ତ ରହିବ। ଏଥିପାଇଁ ବର୍ଷକୁ ୫ କୋଟି ଟଙ୍କା ଲେଖାଏଁ ସମୁଦାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡିଶା ଖଣି ନିଗମ ପକ୍ଷରୁ ଏହି ଅର୍ଥ ପ୍ରଦାନ କରାଯିବ। ଏହାଦ୍ୱାରା ଭାରତୀୟ ଖୋ ଖୋ ଖେଳାଳି ପ୍ରୋତ୍ସାହନ ପାଇବା ସହିତ ଓଡ଼ିଶା ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ବ୍ରାଣ୍ଡିଂ ଜରିଆରେ ବିଶ୍ୱସ୍ତରରେ ରାଜ୍ୟର ଛବିକୁ ଉଜ୍ଜଳ କରିପାରିବ।
ଏହି ଖବର ପଢ଼ନ୍ତୁ: ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଖେଳାଳି ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଗୋଟିଏ ପରେ ଗୋଟିଏ କାମ ହାତକୁ ନେଉଛନ୍ତି। ରାଜ୍ୟ ସରକାର ପୂର୍ବରୁ ହକି ଇଣ୍ଡିଆର ପ୍ରାୟୋଜକ ଅଛନ୍ତି। ଏବେ ଜାତୀୟ ଖୋ କୋ ଟିମ୍ର ପ୍ରାୟୋଜକ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏହି ଖବର ପଢ଼ନ୍ତୁ: ‘ଆପ୍’କୁ ’ଆପଦା’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)