ଭୁବନେଶ୍ବର/କଟକ: କଟକର ଜବାହରଲାଲ୍ ନେହରୁ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତକୁ ଦ୍ବିମୁକୁଟ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ରବିବାର ମସସ୍ତ ବର୍ଗର ସେମିଫାଇନାଲ୍‌ ପରେ ଏଭଳି ଆଶା ଦେଖାଦେଇଛି। ପୁରୁଷ ଏକକ ଫାଇନାଲ୍‌ରେ ଇଣ୍ଡୋନେସିଆ ଖେଳାଳି ମହମ୍ମଦ ୟୁସୁଫ ଭେଟିବେ ଭାରତର କିରଣ ଜର୍ଜଙ୍କୁ। ସେମିଫାଇନାଲ୍‌ରେ ୟୁସୁଫ୍‌ ନିଜ ଦେଶର ବିସ୍ମ ରାୟ ଅକଟୋରାଙ୍କୁ ୨୧-୧୨, ୨୧-୧୮ରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ସେମିଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି କିରଣ ଜର୍ଜ ଅନ୍ୟତମ ଭାରତୀୟ ରୋନକ ଚୌହାନଙ୍କୁ ୨୧-୧୯, ୮-୨୧, ୨୧-୧୬ରେ ପରାସ୍ତ କରିଛନ୍ତି। ସେହିଭଳି ମହିଳା ଏକକରେ ଦୁଇ ଭାରତୀୟ ଖେଳାଳି ଉନ୍ନତି ହୁଡ଼ା ଓ ଈଶାରାଣୀ ବରୁଆଙ୍କ ମଧ୍ୟରେ ଫାଇନାଲ୍ ଖେଳାଯିବ। ଶୀର୍ଷ ମାନ୍ୟତାପ୍ରାପ୍ତ ଉନ୍ନତି ହୁଡ଼ା ୧୮-୨୧, ୨୧-୧୬, ୨୧-୧୬ରେ ନିଜ ଦେଶର ତସନିମ୍ ମୀରଙ୍କୁ ପରାସ୍ତ କରିଥିଲେ। ଅନ୍ୟ ସେମିଫାଇନାଲଟିରେ ଆସାମୀ ଝିଅ ଈଶାରାଣୀ ବରୁଆ ୧୮-୨୧, ୨୧-୧୭, ୨୧-୭ରେ ନିଜ ଦେଶର ତାନ୍ୟା ହେମନ୍ତାଙ୍କୁ ପରାସ୍ତ କରିଥିଲେ।

Advertisment

Messi's event: ମେସିଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ: ଚୌକି, ଟେବୁଲ ଭାଙ୍ଗି ଷ୍ଟାଡିୟମ୍‌କୁ ଫିଙ୍ଗିଲେ

ମିଶ୍ରିତ ଯୁଗଳ ଫାଇନାଲ୍‌ ମ୍ୟାଚ୍‌ ଉଭୟ ଇଣ୍ଡୋନେସିଆ ଯୋଡି ଡି ଫେର୍ଡିନେନସି ଓ ବି ୱାର୍ଡନା ଏବଂ ଏମ ଫାଜା ଓ ଏ ପ୍ରଣତାଙ୍କ ମଧ୍ୟରେ ଖେଳାଯିବ। ମହିଳା ଯୁଗଳରେ ବୁଲଗେରିଆ ଯୋଡ଼ି ଗାବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା ଏବଂ ମାଲେସିଆ ଯୋଡ଼ି ଅଙ୍ଗ ଜିନ ୟୀ ଓ  କାର୍ମେନ ଟିଙ୍ଗଙ୍କ ମଧ୍ୟରେ ଖେଳାଯିବ। ସେହିଭଳି ପୁରୁଷ ଯୁଗଳରେ ମାଲେସିଆର କଂଗ ଖାଇ ଜିଙ୍ଗ ଓ ଆରୋନ ତାଇ ଏବଂ ଇଣ୍ଡୋନେସିଆର ଅଲୀ ରେହାନ ଓ ଡେଭିନ ଅର୍ଥା ୟାହୁଦିଙ୍କ ମଧ୍ୟରେ ଖେଳାଯିବ। ଫଳରେ ସମସ୍ତ ୩ଟି ଯୁଗଳ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍‌ଗୁଡ଼ିକ ରବିବାର ଅପରାହ୍ଣ ୧ଟାରୁ ଆରମ୍ଭ ହେବ ବୋଲି ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ପ୍ରକାଶ କରିଛନ୍ତି।

ଦିବ୍ୟାଙ୍ଗଙ୍କୁ  ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ