ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଚ୍‌ ଗେମ୍ସରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୭ ପଦକ ପାଇ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ଶୁକ୍ରବାର ଶେଷ ଦିନରେ ଓଡ଼ିଶା ମହିଳା ବିଚ୍‌ ଫୁଟ୍‌ବଲ୍‌ ଦଳ ବିଜେତା ହୋଇ ରାଜ୍ୟକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲା ବେଳେ ପେନ୍‌ଚାକ୍‌ ସିଲାଟ୍‌ରୁ ଗୋଟିଏ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ ଏବଂ ସିପକ୍‌ଟାକ୍ରରୁ ଗୋଟିଏ କାଂସ୍ୟ ପଦକ ମିଳିଥିଲା। 

Advertisment

MGNAREGA: ୨ବର୍ଷ ହେବ ୨୩୧୩୮ ପ୍ରକଳ୍ପର ସରୁନି ନିର୍ମାଣ

ଶୁକ୍ରବାର ପ୍ରଥମ ସଂସ୍କରଣ ବିଜେତା ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳ ଫାଇନାଲ୍‌ରେ ୨-୧ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରିଥିଲା। ୧୩ତମ ମିନିଟ୍‌ରେ ମନୀଷା ନାଏକଙ୍କ ଗୋଲ୍‌ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତେବେ ଭୂମିକ୍ଷା ଦ୍ରାବିଡ଼ ଗୋଲ୍‌ଟି ଶୁଝି ସ୍ଥିତି ବରାବର କରି ଦେଇଥିଲେ। ଅମ୍ବିକା ଖୁଣ୍ଡୋଙ୍ଗବାମ (୨୮ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ବିଜୟ ବାନା ଉଡ଼ାଇବା ସହ ଟ୍ରଫି ବଜାୟ ରଖିଥିଲା। ଶନିବାର ଉଦ୍‌ଯାପିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୧୦୦ରୁ ଅଧିକ ଖେଳାଳି ୮ଟି ଖେଳରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିରେ ମଧ୍ୟପ୍ରଦେଶ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୧ କାଂସ୍ୟ ସହ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।

ପେନ୍‌ଚାକ୍‌ ସିଲାଟ୍‌ରୁ ୫ ପଦକ

Amit Shah: ଆତଙ୍କବାଦ ବିରୋଧରେ ପରବର୍ତ୍ତୀ ପିଢ଼ିର ସୁରକ୍ଷା କବଚ ସାଜିବ ଏନ୍ଆଇଡିଏମ୍ଏସ୍: ଶାହ

ଦ୍ବିତୀୟ ଖେଲୋ ଇଣ୍ଡିଆ ବିଚ୍‌ ଗେମ୍ସର ପେନ୍‌ଚାକ୍‌ ସିଲାଟ୍‌ରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ଖେଳରୁ ଓଡ଼ିଶା ୫ ପଦକ ଅମଳ କରିଛି। ବିଚ୍‌ ପେନ୍‌ଚାକ୍‌ ସିଲାଟ୍‌ ଟାଣ୍ଡିଂ ଇଭେଣ୍ଟ୍‌ (କ୍ଲାସ୍‌ ସି) ୫୫ରୁ ୬୦ କେଜି ବର୍ଗରେ ଓଡ଼ିଶାର ସୋହିଲ ଗୁରୁଙ୍ଗ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଟାଣ୍ଡିଂ ପୁରୁଷ କ୍ଲାସ୍‌-୧ ୮୦ରୁ ୯୦ କେଜି ବର୍ଗ‌ରେ ଓଡ଼ିଶାର ରୁଦ୍ରପ୍ରତାପ ଷଡ଼ଙ୍ଗୀ ଏବଂ ମହିଳା କ୍ଲାସ୍‌-ଡି ୬୦ରୁ ୬୫ କେଜି ବର୍ଗରେ ପିୟୁ ଦାସ କାଂସ୍ୟ ପଦକ ଜିତିଥିଲେ। ପୁରୁଷ ରେଗୁ ଦଳ କାଂସ୍ୟ ପଦକ ପାଇଛି। ରାହୁଲ ସ’, ସୋନୁ ସେମିଲା ଓ ଅଂଶୁମାନ ଭୌମିକଙ୍କୁ ନେଇ ଗଠିତ ପୁରୁଷ ଦଳ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲା। ପୂର୍ବରୁ ମହିଳା ରେଗୁ ଦଳ ସ୍ବର୍ଣ୍ଣ ଜିତିଥିଲା। ଏହି ସଫଳତା ଲାଗି ଖେଳାଳିମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ ଅଭିନନ୍ଦନ ଜଣାଇଛି।