ଗୋଟେ କମ୍ପାନି ପାଇଁ ବ୍ରାଣ୍ଡିଂ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏହା କମ୍ପାନିର ପରିଚୟ, ବିଶ୍ବସନୀୟତା, ଦୀର୍ଘକାଳୀନ ମୂଲ୍ୟ ଏବଂ ସ୍ଥାୟିତ୍ବକୁ ପରିଭାଷା ପ୍ରଦାନ କରିଥାଏ। ଏହା କେବଳ ନାମ କିମ୍ବା ଲୋଗୋ ନୁହେଁ। ଗ୍ରାହକଙ୍କୁ କମ୍ପାନି ଦେଉଥିବା ପ୍ରତିଶ୍ରୁତିକୁ ଏହା ବୁଝାଇଥାଏ। ବଜାରରେ ଗୋଟିଏ କମ୍ପାନିର ପ୍ରାରମ୍ଭିକ ଦୃଶ୍ୟମାନତା ମାର୍କେଟିଂ ଜରିଆରେ ହାସଲ ହୋଇପାରେ। କିନ୍ତୁ ପ୍ରକୃତ ବ୍ରାଣ୍ଡିଂ ସମୟ ସହ ତାଳ ଦେଇ ହୋଇଥାଏ। ଏପରିକି ଏଥିପାଇଁ ଅନେକ ବର୍ଷ ମଧ୍ୟ ଲାଗିଯାଇଥାଏ। ପ୍ରତିଷ୍ଠିତ ସଂସ୍ଥାଠାରୁ ପୁରସ୍କାର ବା ସ୍ବୀକୃତି ଗ୍ରାହକ, ନିବେଶକ ଏବଂ ସହଯୋଗୀଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିଥାଏ।
Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ
ଏଥିଯୋଗୁ ବ୍ୟବସାୟ ସଂପ୍ରସାରଣ ସହଜ ହୋଇଥାଏ। ଉଦ୍ୟୋଗୀଙ୍କୁ ମଧ୍ୟ ସ୍ବୀକୃତି ବା ପୁରସ୍କାର ପ୍ରେରଣା ଯୋଗାଇଥାଏ। ସୁଯୋଗ ଓ ସହବନ୍ଧନର ଦ୍ବାରକୁ ଖୋଲି ଦେଇଥାଏ। ସମ୍ବାଦର ବ୍ରାଣ୍ଡ୍ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ଓଡ଼ିଶାର ଉଦ୍ୟୋଗଗୁଡ଼ିକୁ ଜାତୀୟସ୍ତରର ବ୍ରାଣ୍ଡ୍ ହେବାରେ ସହାୟକ ହେଉଛି। ଏହି ପୁରସ୍କାର ନୈତିକ ବ୍ୟବସାୟକୁ ବଳିଷ୍ଠ ସ୍ବୀକୃତିି ପ୍ରଦାନ କରୁଛି ବୋଲି ଚକୋଲାକାର ଦୁଇ ସହପ୍ରତିଷ୍ଠାତା ରୀତା ବଳିୟାରସିଂହ ଓ ଶାନ୍ତା ବଳିୟାରସିଂହ କୁହନ୍ତି।
Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/09/hsfhshfhf-2026-01-09-02-21-55.jpg)