ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୧ରେ ବରୋଦାରେ ଆରମ୍ଭ ହେବ ଓ ଜାନୁଆରୀ ୧୮ରେ ଶେଷ ହେବ। ଏହା ପରେ ଜାନୁଆରି ୨୧ରୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଏହି ସିରିଜ ପରେ ପରେ ଟି-୨୦ ବିଶ୍ବକପ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଆହତଜନିତ କାରଣରୁ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କୁ ଟି-୨୦ ସିରିଜରୁ ବାଦ୍ ଦିଆଯାଇଛି।
ବିସିସିଆଇ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି ଏ ସଂପର୍କରେ ସୂଚନା ଦିଆଯାଇଛି । ଏହି ସୂଚନା ଅନୁସାରେ ତିଲକ ବର୍ମାଙ୍କୁ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚରୁ ବାଦ ଦିଆଯାଇଛି । ପରବର୍ତ୍ତି ୨ଟି ମ୍ୟାଚରେ ତାଙ୍କ ଖେଳିବା ତାଙ୍କ ଫିଟନେସ ଉପରେ ନିର୍ଭର କରିବ ।
ଆହୁରି ପଢନ୍ତୁ : Mamata Banarjee Target Amit Shah: ପ୍ରଧାନମନ୍ତ୍ରୀ ନିଜ ଗୃହମନ୍ତ୍ରୀଙ୍କୁ କଣ୍ଟ୍ରୋଲରେ ରଖନ୍ତୁ: ମମତା ବାନାର୍ଜୀ
ରାଜକୋଟରେ ହାଇଦ୍ରାବାଦ ପକ୍ଷରୁ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ ଖେଳୁଥିବାବେଳେ ତିଳକ ନିଜର ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ହସପିଟାଲରେ ଭର୍ତ୍ତିକରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତୁରନ୍ତ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ତାଙ୍କର ସଫଳ ଅପରେସନ କରାଯାଇଥିଲା । ଡାକ୍ତର ତାଙ୍କୁ ତିନି ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦେଇଥିବାରୁ ସେ ଆଗାମୀ ବିଶ୍ବକପ ଖେଳିବା ନେଇ ବି ଆଶଙ୍କା ଦେଖାଦେଇଛି ।
ଆହୁରି ପଢନ୍ତୁ : Pakistan : ଗିରଫ ହେବେ କି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/11/tilak-2025-12-11-22-54-06.jpg)