Rugby: ଓଡ଼ିଶା ରଗ୍‌ବିରେ ବିରଳ ରେକର୍ଡ: ଗୋଟିଏ ଦିନରେ ୫ ସ୍ବର୍ଣ୍ଣ

Advertisment

ଓଡ଼ିଶା ରଗ୍‌ବିରେ ନୂଆ ଇତିହାସ ସୃଷ୍ଟି ହୋଇଛି। ୨୦୨୬ ଫେବୁଆରି ୧ ତାରିଖ ଗୋଟିଏ ଦିନରେ ଓଡ଼ିଶାର ଭିନ୍ନ ଭିନ୍ନ ୫ ରଗ୍‌ବି ଦଳ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି। ୪ ବାଳିକା ଓ ୧ ବାଳକ ଦଳ ଏହି ୫ ସ୍ବର୍ଣ୍ଣ ପଦକ ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି।

ଓଡ଼ିଶା ରଗ୍‌ବିରେ ନୂଆ ଇତିହାସ ସୃଷ୍ଟି ହୋଇଛି। ୨୦୨୬ ଫେବୁଆରି ୧ ତାରିଖ ଗୋଟିଏ ଦିନରେ ଓଡ଼ିଶାର ଭିନ୍ନ ଭିନ୍ନ ୫ ରଗ୍‌ବି ଦଳ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି। ୪ ବାଳିକା ଓ ୧ ବାଳକ ଦଳ ଏହି ୫ ସ୍ବର୍ଣ୍ଣ ପଦକ ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି।

01bbs_129_01022026_112

ଭୁବନେଶ୍ବର: ଓଡ଼ିଶା ରଗ୍‌ବିରେ ନୂଆ ଇତିହାସ ସୃଷ୍ଟି ହୋଇଛି। ୨୦୨୬ ଫେବୁଆରି ୧ ତାରିଖ ଗୋଟିଏ ଦିନରେ ଓଡ଼ିଶାର ଭିନ୍ନ ଭିନ୍ନ ୫ ରଗ୍‌ବି ଦଳ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି। ୪ ବାଳିକା ଓ ୧ ବାଳକ ଦଳ ଏହି ୫ ସ୍ବର୍ଣ୍ଣ ପଦକ ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଚାଲିଥିବା ଅସ୍ମିତା ମହିଳା ରଗ୍‌ବି ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅମାନେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ତ୍ରିମୁକୁଟ ଅର୍ଜନ କରିଛନ୍ତି। ପ୍ରତିଯୋଗିତାରେ ତିନିଟି ଯାକ ବର୍ଗ ବରିଷ୍ଠ, କନିଷ୍ଠ (୧୮ ବର୍ଷରୁ କମ୍‌) ଓ ଉପକନିଷ୍ଠ (୧୫ ବର୍ଷରୁ କମ୍‌)ରେ ଟ୍ରଫି କରାୟତ କରିଛନ୍ତି।

୧୫ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ଓଡ଼ିଶା ୨୬-୫ରେ ବିହାରକୁ ପରାସ୍ତ କରିବା ପୂର୍ବରୁ ୧୮ ବର୍ଷରୁ କମ୍‌ ବାଳିକା ଫାଇନାଲ୍‌ରେ ଓଡ଼ିଶା ୨୯-୦ରେ ମହାରାଷ୍ଟ୍ରକୁ ମାତ୍‌ ଦେଇଥିଲା। ଶେଷରେ ଅନୁଷ୍ଠିତ ବରିଷ୍ଠ ମହିଳା ଫାଇନାଲ୍‌ରେ ଓଡ଼ିଶା ଏକତରଫା ଭାବେ ୪୧-୫ରେ ବିହାରକୁ ପରାସ୍ତ କରିଥିଲା। ଏଠାରେ ଦୁଇ ସପ୍ତାହ ତଳେ ବିହାର ଉପକନିଷ୍ଠ ବାଳିକାରେ ବିଜେତା ହୋଇଥିବାରୁ ଓଡ଼ିଶା ଏହାର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି। ବରିଷ୍ଠ ବର୍ଗରେ କିନ୍ତୁ ଓଡ଼ିଶା ଗତ ଜାତୀୟ ରଗ୍‌ବି ପ୍ରତିଯୋଗିତା ଫାଇନାଲ୍‌ର ପୁନରାବୃତ୍ତି କରି ବିଜେତା ହୋଇଛି। ପ୍ରତିବର୍ଗର ବିଜେତାକୁ ୧.୪୪ ଲକ୍ଷ ଏବଂ ଉପ ବିଜେତାକୁ ୧.୨୦ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଅନ୍ୟ ଦୁଇ ସେମିଫାଇନାଲିଷ୍ଟ୍‌କୁ ୯୬,୦୦୦ ଟଙ୍କା ଲେଖାଏଁ ମିଳିଛି। ୧୫ ବର୍ଷରୁ କମ୍‌ ବର୍ଗରେ ଓଡ଼ିଶାର ସୁମି ଗଗରାଇ ୭୧ ପଏଣ୍ଟ୍‌ ସହ ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ।

01bbs_130_01022026_112

ଦୁଇ ଦିନିଆ ଏହି ପ୍ରତିଯୋଗିତାରେଏହି ତିନିଟି ବର୍ଗରେ ଓଡ଼ିଶା ସମେତ ମୋଟ ୨୪ଟି ଦଳ ଓ ୩୩୬ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସ୍ମିତା ପଦକ୍ଷେପ ମାଧ୍ୟମରେ ଏହାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରଗବି ଫୁଟ୍‌ବଲ୍‌ ସଂଘ ସହଯୋଗରେ ଭାରତୀୟ ରଗବି ଫୁଟ୍‌ବଲ୍ ୟୁନିୟନ ପକ୍ଷରୁ ଆୟୋଜନ କରାଯାଉଛି। ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଓଡ଼ିଶା ଉଠା ଜଳସେଚିନ ନିଗମ ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ବଲ, ରଗ୍‌ବି ଇଣ୍ଡିଆ ଉପ ସଭାନେତ୍ରୀ ସନାୟା ମେହେଟ୍ଟା, କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ ସୋନାଲି ଚାନ୍ଦ, ସୋନାଲି ଶୁଭଦର୍ଶିନୀ, ଧୀରଜ କୁମାର ପଟ୍ଟନାୟକ, ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ ସଭାପତି ପ୍ରିୟଦର୍ଶି ମିଶ୍ର, ଉପସଭାପତି ଉପେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Cricket: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଭାରତୀୟ ଦଳ

ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୬୯ତମ ଜାତୀୟ ସ୍କୁଲ୍‌ କ୍ରୀଡ଼ାର ରଗ୍‌ବି (୧୯ ବର୍ଷରୁ କମ୍‌) ପ୍ରତିଯୋଗିତାରେ ଓଡ଼ିଶା ରବିବାର ଦ୍ବିମୁକୁଟ ଅର୍ଜନ କରିଛି। ତ୍ୟାଗରାଜ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଓଡ଼ିଶା ବାଳିକା ୨୦-୦ରେ ବିହାରକୁ ଏବଂ ବାଳକ ୧୨-୫ରେ ମହାରାଷ୍ଟ୍ରକୁ ପରାସ୍ତ କରି ଏହି ଗୌରବ ଆଣିଛନ୍ତି। ପୂର୍ବରୁ ସେମିଫାଇନାଲ୍‌ରେ ଓଡ଼ିଶା ବାଳକ ୧୭-୭ରେ ଦିଲ୍ଲୀକୁ ଏବଂ ବାଳିକା ୧୯-୧୦ରେ ମହାରାଷ୍ଟ୍ରକୁ ମାତ୍‌ ଦେଇଥିଲେ। ଏହି ଐତିହାସିକ ଗୌରବ ପାଇଁ ଖେଳାଳିଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓର୍‌ଫା ଉପ ସଭାପତି ଉପେନ୍ଦ୍ର କୁମାର ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: President Of India: ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ବିରଜାକ୍ଷେତ୍ର: ସୁରକ୍ଷା କଡ଼ାକଡ଼ି, ଜଗିବେ ୨୦ ପ୍ଲାଟୁନ୍‌ ଫୋର୍ସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe