Odisha State Judo Association Photograph: (sambad.in)
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା)ର ବାର୍ଷିକ ସାଧାରଣ ବୈଠକରେ ୨୦୨୪-୨୮ ବର୍ଷ ପାଇଁ ନୂଆ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଯୁବ ଶିଳ୍ପପତି ଅସିତ କୁମାର ପ୍ରଧାନ ନୂଆ ସଭାପତି ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଗୀତାଞ୍ଜଳି ପଣ୍ଡା ୮ ବର୍ଷ ପରେ ସମ୍ପାଦକ ପଦକୁ ଫେରିଛନ୍ତି।
ପୂର୍ବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଉପସଭାପତି, ଲୋପାମୁଦ୍ରା ପତି ଯୁଗ୍ମ ସମ୍ପାଦିକା, ଶ୍ରଦ୍ଧାଞ୍ଜଳି ପଣ୍ଡା କୋଷାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟନିର୍ବାହୀ କମିଟିକୁ ଜ୍ଞାନରଂଜନ ମହାନ୍ତି, ସୁବାଷ ଚନ୍ଦ୍ର ବେହେରା, ଚନ୍ଦ୍ରଶେଖର ବାହୁକ, ବିନାଶ କୁମାର ମିଶ୍ର, ଏସ୍ଏ ରେହାନ, ଦେବେନ୍ଦ୍ର କୁମାର ଜୈନ ମନୋନୀତ ହୋଇଛନ୍ତି।
ଲକ୍ଷ୍ମୀଧର ବେହେରା, ରାକେଶ କୁମାର ବେହେରା, ସୁଧାଂଶୁ କୁମାର ପଣ୍ଡା ସଦସ୍ୟ ମନୋନୀତ ହୋଇଛନ୍ତି। କନ୍ଦନ ମୁର୍ମୁଙ୍କୁ ଓସ୍ଜାର ଟେକନିକାଲ୍ ଅଧ୍ୟକ୍ଷ ମନୋନୀତ କରାଯାଇଛି।
ରାଜ୍ୟର ୨୨ ଜିଲ୍ଲା ସଂଘରୁ ପ୍ରତିନିଧି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ।
ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍ ପ୍ରଶାନ୍ତ କୁମାର ନାୟକ ରିଟର୍ଣ୍ଣିଂ ଅଫିସର୍ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ପଶ୍ଚିମବଙ୍ଗ ଜୁଡ଼ୋ ସଂଘ ସମ୍ପାଦକ ତପନ ବକ୍ସି ଭାରତୀୟ ଜୁଡ଼ୋ ସଂଘ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ସରକାରୀ ପ୍ରୋତ୍ସାହନ ଅଭାବ: ଲୁଗାବୁଣା ଛାଡି ଦାଦନ ଯାଉଛନ୍ତି ତନ୍ତୀ ପରିବାର
ଓଡ଼ିଶା ଅଲିମ୍ପିକ୍ ସଂଘର ପ୍ରତିନିଧି ଭାବେ ଅଶୋକ ସାହୁ, କ୍ରୀଡ଼ା ଓ ଯୁବସେବା ପ୍ରତିନିଧି ଭାବେ ଅଜୟ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ଇଥିଓପିଆରେ ମର୍ମନ୍ତୁଦ ଦୁର୍ଘଟଣା, ନଦୀରେ ଟ୍ରକ ଖସିବାରୁ ୭୧ ମୃତ
Follow Us