Pakistan Announce T20 World Cup Squad:ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ: ବାବର ସାମିଲ; ବାଦ୍‌ ପଡ଼ିଲେ ରୌଫ୍‌, ରିଜୱାନ

Advertisment

ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍‌ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ ୧୦ରେ ଆମେରିକା, ୧୫ରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ୧୮ରେ ନାମିବ୍ୟା ସହ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍‌ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ ୧୦ରେ ଆମେରିକା, ୧୫ରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ୧୮ରେ ନାମିବ୍ୟା ସହ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

8da383e4-6747-4485-9101-b64e2da1f068

ଲାହୋର: ବାଂଲାଦେଶକୁ ଆଇସିସି ବିଶ୍ବକପ୍‌ରୁ ବାଦ୍‌ ଦେବା ପରେ ଏହି ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୁଷ୍ଟ ଥିଲା। ଏଥିସହ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଏହି ପ୍ରତିଯୋଗିତାରୁ ଓହରିବାର ଧମକ ଦେଉଥିଲା। ହେଲେ ଶେଷରେ ଏଥିରେ ମୁଣ୍ଡ ନୁଆଁଇ ବିଶ୍ବକପ୍‌ ଲାଗି ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି। ୨୦୦୯ର ଏହି ବିଜେତା ଦଳର ନେତୃତ୍ବ ଭାର ସଲ୍‌ମାନ ଅଲୀ ଆଘାଙ୍କୁ ମିଳିଛି। ଦଳରେ ଦୁଇ ତାରକା ଖେଳାଳି ହାରିସ ରୌଫ୍‌ ଓ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳି ନଥିଲା ବେଳେ ବାବର ଆଜମ ସାମିଲ ଅଛନ୍ତି। ରୌଫ୍‌ଙ୍କ ଅନୁପସ୍ଥିତିରେ ସାହିନ ଶାହ ଆଫ୍ରିଦି ଓ ନସୀମ ଶାହ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ପାକିସ୍ତାନ ଗ୍ରୁପ୍‌-ଏ’ରେ ବିଜେତା ଭାରତ, ଆମେରିକା, ନେଦରଲାଣ୍ଡ୍‌ସ, ନାମିବ୍ୟା ସହ ରହିଛି। ହେଲେ ଏହି ଦଳ ଭାରତ ଗସ୍ତ ନକରି କଲମ୍ବୋରେ ସମସ୍ତ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍‌ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ ୧୦ରେ ଆମେରିକା, ୧୫ରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ୧୮ରେ ନାମିବ୍ୟା ସହ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍‌ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ

ଅଧିକପଢ଼ନ୍ତୁ:ପ୍ରେସ୍ ସ୍ୱାଧୀନତା ଉପରେ ବଢୁଛି ଚାପ:ପାକିସ୍ତାନରେ ସାମ୍ବାଦିକଙ୍କ କଣ୍ଠରୋଧ

ପାକିସ୍ତାନ ଦଳ: ସଲମାନ ଅଲୀ ଆଘା (ଅଧିନାୟକ), ଆବ୍ରାର ଅହମଦ, ବାବର ଆଜମ, ଫହିମ ଅଶ୍ରଫ, ଫକର୍‌ ଜାମନ୍‌, ଖୱାଜା ମହମ୍ମଦ ନାଫେ (ୱିକେଟ୍‌ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସୀମ ଶାହ, ସାହିବଜାଦା ଫର୍‌ହାନ (ୱିକେଟ୍‌ରକ୍ଷକ), ସୈମ ଆୟୁବ, ଶାହିନ ଶାହ ଆଫ୍ରିଦି, ସଦାବ ଖାନ, ଉସ୍‌ମାନ୍‌ ଖାନ୍‌, ଉସ୍‌ମାନ୍‌ ତାରିକ।

ଅଧିକପଢ଼ନ୍ତୁ:୩ ବର୍ଷରେ ଅଭିଯୁକ୍ତ ଦ୍ବାରା ୨ ଜଘନ୍ୟ ହତ୍ୟାକାଣ୍ଡ, ପୁଲିସ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe