ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲରେ କରିବାକୁ ସହମତି ନେଇ ପିସିବିରେ କନ୍ଦଳ

ପାକିସ୍ତାନ କ୍ରିକେଟ୍ ବୋର୍ଡ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ହାଇବ୍ରିଡ୍ ମଡେଲକୁ ଗ୍ରହଣ କରିଛି। ଭାରତ ନିଜ ମ୍ୟାଚ୍ ଦୁବାଇରେ ଖେଳିବ। ଏହାକୁ ନେଇ ପିସିବିରେ କନ୍ଦଳ ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟରମାନେ ଏହାକୁ ଆଇସିସି ଦ୍ୱାରା ଏକ ଷଡ଼ଯନ୍ତ୍ର ବୋଲି କହିଛି...

6ap0091244

ନୂଆଦିଲ୍ଲୀ: ହାଇବ୍ରିଡ ମଡେଲରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ପାକିସ୍ତାନ ଗସ୍ତକୁ ମନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ ପିସିବିରେ କନ୍ଦଳ ଜାରି ରହିବା ସହିତ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ନିଷ୍ପତ୍ତିରେ ଅନେକ ସଦସ୍ୟ ଖୁସି ନୁହନ୍ତି।

ଆଇସିସି ଏହି ହାଇବ୍ରିଡ୍ ମଡେଲକୁ ନିଶ୍ଚିତ କରିଛି। ଏହା ଅନ୍ତର୍ଗତ ଭାରତ ଦୁବାଇରେ ନିଜର ମ୍ୟାଚ୍ ଖେଳିବ। ବାକି ଟୁର୍ନାମେଣ୍ଟ ପାକିସ୍ତାନରେ ଅନୁଷ୍ଠିତ ହେବ। ଏହାର ପ୍ରତିବଦଳରେ କଲମ୍ବୋରେ ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ଏହାର ମ୍ୟାଚ୍ ଖେଳିବାକୁ ଅନୁମତି ପାଇଛି। ଏହା ସହିତ ୨୦୨୭ପରେ ଆଇସିସି ମହିଳା କାର୍ଯ୍ୟକ୍ରମର ଆୟୋଜନ କରିବା ଅଧିକାର ମଧ୍ୟ ପାକିସ୍ତାନକୁ ଦିଆଯାଇଛି।

ପିସିବି ହାଇବ୍ରିଡ ମଡେଲ ସୂତ୍ର ଗ୍ରହଣ କରିବା ପରେ, ଏହାକୁ ନେଇ ବୋର୍ଡ ମଧ୍ୟରେ ଏକ ବିବାଦ ଆରମ୍ଭ ହୋଇଛି। ସୂଚନାନୁସାରେ, କିଛି ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ, ପିସିବି ମୁଖ୍ୟ ମୋହସିନ୍ ନାକଭି ଆଇସିସିର ଚାଲାକିର  ଶିକାର ହେବା ଉଚିତ୍ ନୁହେଁ। ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ ମଧ୍ୟ ଏହି ହାଇବ୍ରିଡ ମଡେଲରେ ଖୁସି ନୁହନ୍ତି। ସେ କହିଛନ୍ତି ୨୦୨୭ ପରେ ମହିଳା କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ ପାଇଁ ସହମତି ଦେବା ହାଇବ୍ରିଡ୍ ମଡେଲରେ ସିଟି-୨୦୨୫ର କ୍ଷତିପୂରଣ ନୁହେଁ ।

ରସିଦ ଲତିଫଙ୍କ ବ୍ୟତୀତ ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ମଧ୍ୟ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ। ସେ କହିଛନ୍ତି, ବର୍ତ୍ତମାନ କୁହାଯାଉଛି ଯେ, ୨୦୨୭ କିମ୍ବା୨୦୨୮ ମସିହାରେ ମହିଳା ବିଶ୍ୱକପ ଆୟୋଜନ ଦାୟିତ୍ବ ପାକିସ୍ତାନକୁ ଦିଆଯିବ। 

ଅଧିକ ପଢ଼ନ୍ତୁ: ଏକ ଦେଶ ଏକ ନିର୍ବାଚନ: ୨୦୩୪ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ

ଏହି ସମଗ୍ର ଘଟଣାକ୍ରମରେ ପିସିବିର ସ୍ଥିତି ଦୁର୍ବଳ ଦେଖାଯାଉଛି। ଭାରତ ଚାପରେ ଆଇସିସି ଏହି ହାଇବ୍ରିଡ ମଡେଲକୁ ଲାଗୁ କରିଛି। ପାକିସ୍ତାନ ନିଜ ମାଟିରେ ସମଗ୍ର ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ପାଇନାହିଁ। 

ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ନିରାଶାଜନକ। ଏହା କ୍ରିକେଟ୍ କ୍ଷେତ୍ରରେ ପାକିସ୍ତାନର ପ୍ରତିଷ୍ଠାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ବୋଲି ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ହସିନାଙ୍କ ସମସ୍ୟା ବଢ଼ିଲା: ଲୋକଙ୍କୁ ନିଖୋଜ କରାଇଥିବା ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe