ସିଡ୍ନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେଉଛି। ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳିମାନେ ସେମାନଙ୍କର ପୁରୁଣା ଅଭ୍ୟାସ ଅନୁଯାୟୀ ବିବୃତି ଦେବା ଆରମ୍ଭ କରି ଦେଇଛନ୍ତି।
ଏହି ସମୟରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପାଇଁ ସ୍ୱତନ୍ତ୍ର ଷଡ଼ଯନ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଫଳରେ ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ଏକ ଆକର୍ଷଣୀୟ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।
ବିରାଟ କୋହଲିଙ୍କ ବିପକ୍ଷରେ ତାଙ୍କ ଯୋଜନା ବିଷୟରେ ମିଚେଲ ମାର୍ଶ କହିଛନ୍ତି, 'ଯଦି ପର୍ଥ ଟେଷ୍ଟ ମ୍ୟାଚ୍ରେ ବିରାଟ କୋହଲି ୩୦ ରନ୍ ମଧ୍ୟରେ ପାଭିଲିୟନ ନ ଫେରନ୍ତି ତେବେ ମୁଁ ତାଙ୍କୁ କାନ୍ଧରେ ଆଘାତ କରି ଉସୁକାଇବାକୁଚେଷ୍ଟା କରିବି। ଯାହାଫଳରେ ସେ ଉତ୍ତେଜିତ ହୋଇ ୱିକେଟ୍ ହରାଇବେ।
ଅଧିକ ପଢ଼ନ୍ତୁ: ବିଜେପି ସ୍ଲୋଗାନ୍ର କଡ଼ା ଜବାବ ଦେବାକୁ ଅଣ୍ଟା ଭିଡ଼ିଲା କଂଗ୍ରେସ
ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଭଲ ରହିଛି। ବିରାଟ କୋହଲି ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ବିରାଟ କୋହଲି ହାରାହାରି ୫୪.୦୮ ହାରରେ ୧୩୫୩ ରନ୍ ସଂଗ୍ରହ କରିଛନ୍ତି। ସେଥିରେ ୪ ଶତକ ଏବଂ ୪ ଅର୍ଦ୍ଧ ଶତକ ରହିଛି।
ଅଧିକ ପଢ଼ନ୍ତୁ: ଟ୍ରମ୍ପ ଶପଥ ଗ୍ରହଣ କରିବା ମାତ୍ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବ: ଜେଲେନସ୍କିଙ୍କ ବଡ ଦାବି
Follow Us