ଭୁବନେଶ୍ୱର: କିସ୍‍ ଛାତ୍ରୀ ତଥା ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ଶବର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ପାଇଛନ୍ତି। ଶୁକ୍ରବାର ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ଜ୍ୟୋତ୍ସ୍ନାଙ୍କୁ ପ୍ରଦାନ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗଜପତି ଜିଲ୍ଲାର ଜ୍ୟୋତ୍ସ୍ନା ଏବେ କିସ୍‌ରେ +୨ କଳା ଶ୍ରେଣୀର ଛାତ୍ରୀ। ୨୦୨୪ ଦୋହା ଏସିଆନ୍‍ ଯୁବ ଭାରୋତ୍ତୋଳନରେ ଜ୍ୟୋତ୍ସ୍ନା ୪୦ କେଜି ବର୍ଗରେ ଯୁବ ଏସିଆ କୀର୍ତ୍ତିମାନ ସହ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। 

Advertisment

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ସେହିପରି ଗତ ବର୍ଷ ପେରୁରେ ହୋଇଥିବା ଆଇଡବ୍ଲୁଏଫ୍‌ ବିଶ୍ୱ ଯୁବ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ଏସୀୟ କନିଷ୍ଠ ଓ ଯୁବ ପ୍ରତିଯୋଗିତା ୨୦୨୩ରେ ଦୁଇଟି କାଂସ୍ୟ ଓ ୨୦୨୩ ଯୁବ ବିଶ୍ବ ଭାରୋତ୍ତୋଳନରେ ରୌପ୍ୟ ପଦକ ହାସଲ କରିଥିଲେ। ୨୦୨୩ ଓ ୨୦୨୪ରେ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ୪୦ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଅଲିମ୍ପିକ୍ସରେ ପଦକ ଜିତିବା ତାଙ୍କ ଲକ୍ଷ୍ୟ ବୋଲି ଜ୍ୟୋତ୍ସ୍ନା କହିଛନ୍ତି। ଜ୍ୟୋତ୍ସ୍ନାଙ୍କ ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଉଦୀୟମାନ ବ୍ୟାଟିଂ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରିଛନ୍ତି।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ