Questions about Gambhir's skills: ଗମ୍ଭୀରଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ

Advertisment

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତର ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ନାନା ପ୍ରଶ୍ନ ଉଠିଛି। ତାଙ୍କ ସାମାଜିକ ଗଣମାଧ୍ୟମରେ କଠୋର ଭାଷାରେ ଟ୍ରୋଲ୍ କରାଯାଉଛି।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତର ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ନାନା ପ୍ରଶ୍ନ ଉଠିଛି। ତାଙ୍କ ସାମାଜିକ ଗଣମାଧ୍ୟମରେ କଠୋର ଭାଷାରେ ଟ୍ରୋଲ୍ କରାଯାଉଛି।

dgdagdafhfs

ଇନ୍ଦୋର: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତର ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ନାନା ପ୍ରଶ୍ନ ଉଠିଛି। ତାଙ୍କ ସାମାଜିକ ଗଣମାଧ୍ୟମରେ କଠୋର ଭାଷାରେ ଟ୍ରୋଲ୍ କରାଯାଉଛି। କାରଣ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଉପରକୁ ଉଠିବ କ’ଣ, ଓଲଟି ତଳକୁ ଖସିଚାଲିଛି। 

ନୈରାଶ୍ୟଜନକ ରେକର୍ଡ
ଗମ୍ଭୀରଙ୍କ ଅଧୀନରେ ପ୍ରଶିକ୍ଷଣରେ ଭାରତ ୨୦ଟି ଦିନିକିଆ ଖେଳି ୧୨ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି ଓ ଗୋଟିଏ ମ୍ୟାଚ ଟାଇ ହୋଇଛି। ଅର୍ଥାତ ସଫଳତା ହାର ୬୦ ପ୍ରତିଶତ। ଟେଷ୍ଟ୍‌ ପ୍ରଦର୍ଶନର ସ୍ଥିତି ଆହୁରି ଖରାପ। ଏହି ଫର୍ମାଟରେ ଭାରତ ୧୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ଓ ୨ଟି ଡ୍ର’ ହୋଇଛି। ଅର୍ଥାତ୍ ସଫଳତା ହାର ମାତ୍ର ୩୬.୮୪ ପ୍ରତିଶତ ରହିଛି। ଏବେ ଆଉ କିଛି ଲଜ୍ଜାଜନକ ରେକର୍ଡ ଉପରେ ନଜର ପକାଯାଉ। ଗୌତମଙ୍କ ସମୟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍‌ ଶୃଙ୍ଖଳାକୁ  ୧-୩ରେ ହାରିଯାଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟିକିଆ ଟେଷ୍ଟ୍ ଶୃଙ୍ଖଳାକୁ ୩-୦ରେ ଜିତି କ୍ଲିନ୍‌ ସୁଇପ୍‌ କରିଥିଲା। ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ୍ ଭାରତ ମାଟିରେ ଏହି ସଫଳତା ହାସଲ କରିଥିଲା। ୨୦୨୫ରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ୍ ଶୃଙ୍ଖଳା ହାରିଥିଲା, ଯାହାକି ଗତ ୨ ଦଶନ୍ଧି ମଧ୍ୟରେ ପ୍ରଥମ ଥିଲା। ସେହିପରି ବିଗତ ୨୮ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଦଳ ନିଜ ମାଟିରେ ଏକ ଦିନିକିଆ ଶୃଙ୍ଖଳାକୁ ୨-୦ରେ ଜିତିଥିଲା। ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରାଜୟ ଗୌତମଙ୍କ ରେକର୍ଡକୁ ଆହୁରି ଖରାପ କରିଦେଇଛି। 

ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲିଟେରାରି ସିମ୍ପୋଜିୟମ

ଖେଳାଳି ଚୟନକୁ ନେଇ ବିବାଦ
ଅନ୍ୟପକ୍ଷରେ  କେବଳ ପଡ଼ିଆ ଭିତରେ ନୁହେଁ ପଡ଼ିଆ ବାହାରେ ବି ଚର୍ଚ୍ଚାରେ ରହିଛନ୍ତି ଗୌତମ। ଭାରତୀୟ ଦଳର ବରିଷ୍ଠ ସଦସ୍ୟଙ୍କ ସହ ତାଙ୍କର ସଂପର୍କକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ସେହିପରି ଦଳ ଚୟନକୁ ନେଇ ତାଙ୍କର କେତେକ ନିଷ୍ପତ୍ତି ବିବାଦରେ ରହିଆସିଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଅଲ୍‌ରାଉଣ୍ଡର୍‌ ଅକ୍ଷର ପଟେଲକୁ ବିଶ୍ରାମ ଦିଆଯିବା ଏବଂ ଆହତ ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ଆୟୁଷ ବଡ଼ୋନିଙ୍କ ସାମିଲକୁ ନେଇ କିଛି ପୂର୍ବତନ ଖେଳାଳି ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe