RCCL: ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍: ‘ଗ୍ରୁପ-ଏ’ରୁ କ୍ବାର୍ଟରକୁ ଗଲେ ଜ୍ୟୋତି ମୋଟର୍ସ, କାନାରା ବ୍ୟାଙ୍କ

Advertisment

ଭୁବନେଶ୍ବରର ଇନ୍ଦିରା ମୈଦାନରେ ଆରମ୍ଭ ହୋଇଛି ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍ (ଆରସିସିଏଲ୍)। ଏହାକୁ ‘ସମ୍ବାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କର୍ପୋରେଟ ଜଗତ ସହ ଲୋକମାନଙ୍କୁ ଯୋଡ଼ିବା ଲାଗି ଆମର ଏହା ଏକ ଉଦ୍ୟମ।

Updated On

ଭୁବନେଶ୍ବରର ଇନ୍ଦିରା ମୈଦାନରେ ଆରମ୍ଭ ହୋଇଛି ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍ (ଆରସିସିଏଲ୍)। ଏହାକୁ ‘ସମ୍ବାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କର୍ପୋରେଟ ଜଗତ ସହ ଲୋକମାନଙ୍କୁ ଯୋଡ଼ିବା ଲାଗି ଆମର ଏହା ଏକ ଉଦ୍ୟମ।

ଅଦ୍ୟତନ ହୋଇଛି
RCCL

ଭୁବନେଶ୍ବର: ଭୁବନେଶ୍ବରର ଇନ୍ଦିରା ମୈଦାନରେ ଆରମ୍ଭ ହୋଇଛି ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍ (ଆରସିସିଏଲ୍)। ଏହାକୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହାକୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କର୍ପୋରେଟ ଜଗତ ସହ ଲୋକମାନଙ୍କୁ ଯୋଡ଼ିବା ଲାଗି ଆମର ଏହା ଏକ ଉଦ୍ୟମ। ସମ୍ବାଦ, କନକ ଟିଭି ଓ ରେଡିଓ ଚକଲେଟ୍ ସବୁବେଳେ ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆଗଭର ହୋଇଥାଏ। ଏହା ଆମର ହବି ନୁହେଁ, ଆମର କର୍ତ୍ତବ୍ୟ । କାରଣ ଗଣମାଧ୍ୟମର ଦାୟିତ୍ବ ହେଲା ଲୋକମାନଙ୍କୁ ଲୋକମାନଙ୍କ ସହ ଯୋଡ଼ିବା ଓ ଲୋକଙ୍କ ସମସ୍ୟାକୁ ଉଜାଗର କରିବା। ସାରା ଦେଶର କର୍ପୋରେଟ ଜଗତର ଦୃଷ୍ଟି ଏବେ ଓଡ଼ିଶା ଉପରେ ରହିଛି। ଏହାଦ ଦ୍ବାରା ଓଡ଼ିଶା ଆଗକୁ ବଢୁଛି। କର୍ପୋରେଟ ଜଗତର ବ୍ୟସ୍ତବହୁଳ ଜୀବନର ଚାପ ମଧ୍ୟରେ ସେମାନଙ୍କୁ ଏକାଠି କରିବାକୁ ଆମର ଏହା ଏକ ଉଦ୍ୟମ । ଏଣୁଏହା ଆମ ପାଇଁ ଏକ ଆନନ୍ଦର ବିଷୟ। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବାରୁ କର୍ପୋରେଟ ଜଗତର ଖେଳାଳିମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମ୍ବାଦର ସଂପାଦିକା ତନୟା ପଟ୍ଟନାୟକ ଓ ସମ୍ବାଦଗ୍ରୁପ ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଉପସ୍ଥିତ ଥିଲେ।

ଏମ୍‌ସିଏଲ୍‌କୁ ହରାଇଲା କାନାରା ବ୍ୟାଙ୍କ

ଆରସିସିଏଲର ଉଦଘାଟନୀ ମ୍ୟାଚରେ କାନାରା ବ୍ୟାଙ୍କ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ)କୁ ୨୪ ରନ୍‌ର ପରାସ୍ତ କରିଛି। ଏହି ମ୍ୟାଚରେ କାନାରା ବ୍ୟାଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭରରେ ୫ ଓ୍ବିକେଟ ହରାଇ ୮୫ ରନ୍‌ କରିଥିଲା। ଦଳ ପକ୍ଷରୁ ସତ୍ୟଜିତ ପ୍ରଧାନ ୨୮ ରନ୍‌ କରିଥିବା ବେଳେ ସୁଦିପ୍ତ ସାମଲ ୨୭ ରନ୍‌ କରିଥିଲେ। ଏହାର ଜବାବରେ ଏମସିଏଲ ନିର୍ଦ୍ଧାରିତ ୬ ଓଭରରେ ୨ ଓ୍ବିକେଟ ହରାଇ ୬୧ ରନ କରିଥିଲା। ଦଳ ପକ୍ଷରୁ ଶୁଭମ୍ ୩୨ ରନ କରିଥିବାବେଳେ ସୌମିତ୍ ସେନାପତି ୧୪ ରନ କରିଥିଲେ। ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଏମସିଏଲ୍ ଦ୍ବିତୀୟ ମ୍ୟାଚରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବା ସହ ଲଜାଇଲ୍ ଇଣ୍ଡିଆକୁ ୯୬ ରନରେ ପରାସ୍ତ କରିଥିଲା। ଏମସିଏଲ ପ୍ରଥମେ ବ୍ୟାଟିଂ କରି ସାଗର ମହାନ୍ତିଙ୍କ ବିସ୍ଫୋରକ ୮୨ ରନ ବଦଳରେ ନିର୍ଦ୍ଧାରିତ ୬ ଓଭରରେ ୩ ଓ୍ବିକେଟ ହରାଇ ୧୧୯ ରନ କରିଥିଲା। ଏହାର ଜବାବରେ ଲଜାଇଲ୍ ଇଣ୍ଡିଆ ନିର୍ଦ୍ଧାରିତ ୬ ଓଭରରେ ୯ ଓ୍ବିକେଟ ହରାଇ ମାତ୍ର ୨୩ ରନ କରିଥିଲା। ପ୍ରତିଯୋଗିତାର ପରବର୍ତ୍ତି ମ୍ୟାଚରେ ଜ୍ୟୋତି ମୋଟର୍ସ ଏମସିଏଲକୁ ୯ ଓ୍ବିକେଟରେ ପରାସ୍ତ କରିଥିଲା।

‘ଗ୍ରୁପ-ଏ’ରୁ କାନାରା ବ୍ୟାଙ୍କ ଓ ଜ୍ୟୋତି ମୋଟର୍ସ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଜ୍ୟୋତି ମୋଟର୍ସ ୩ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ସହ ମୋଟ ୬ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଥିବାବେଳେ କାନାରା ବ୍ୟାଙ୍କ ୩ଟି ମ୍ୟାଚରୁ ୨ ବିଜୟ ସହ ୪ ପଏଣ୍ଟ ପାଇଁ ୨ୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଏମସିଏଲ୍ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଥିବାବେଳେ ଲଜାଇଲ୍ ଇଣ୍ଡିଆ ନିଜର ସମସ୍ତ ମ୍ୟାଚରେ ପରାଜୟ ବରଣ କରିବା ସହ ପଏଣ୍ଟ ଟେବୁଲରେ ଖାତା ଖୋଲିପାରିନାହିଁ।

ଆହୁରି ପଢ଼ନ୍ତୁ: Dibyanga: ଦିବ୍ୟାଙ୍ଗ ଦୃଷ୍ଟିହୀନ ଝିଆରୀଙ୍କ ଆଖି ସାଜିଲେ ବଡ଼ମା’ ଧନମତୀ

୧୬ଟି ଦଳର ଅଂଶଗ୍ରହଣ

ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦ​ଳ ଅଂଶଗ୍ରହଣ କରୁଛନ୍ତି। ଏସବୁ ଦଳ ମଧ୍ୟରେ ଅଛନ୍ତି ମହାନଦୀ କୋଲଫିଲ୍ଡସ ଲିଃ, ଡିକବି ଲିଃ, ସୂଚନା ଓ ଲୋକସଂପର୍କ ବିଭାଗ, କାନାରା ବ୍ୟାଙ୍କ, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ଜ୍ୟୋତି ମୋଟର୍ସ, ଲଜାଇଲ ଇଣ୍ଡିଆ, ଟିସିଏସ, ଓ୍ବିପ୍ରୋ, ନ୍ୟୁଏଟେଟ୍, ଏଚବି ସଲ୍ୟୁସନ, ମଣିପାଲ ହସପିଟାଲ । ଏହି ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକମାନଙ୍କ ମଧ୍ୟରେ ଅଛନ୍ତି କାନାରା ବ୍ୟାଙ୍କ, ପର୍ଫରମାକ୍ସ, ବର୍ଦ୍ଧମ ହୋମ୍ସ, ଉତ୍କଳିକା, ଡିକବି, ଆଦିତ୍ୟ ମୋଟର୍ସ, ମହାନଦୀ କୋଲଫିଲ୍ଡସ ଲିଃ ଓ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ। ଶୁଶ୍ରୁତ ହସପିଟାଲ ଓ ଟ୍ରମା କେୟାର ଏହାର ସ୍ବାସ୍ଥ୍ୟସେବା ପାର୍ଟନର ଥିବାବେଳେ ଶ୍ରୀ ଛପନ ଭୋଗ ମିଷ୍ଟାନ୍ନ ପାର୍ଟନର ଅଛି। ଏହି ପ୍ରତିଯୋଗିତା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ: Maharashtra Election: ବିଏମ୍‌ସିରେ ବିପୁଳ ବିଜୟ ଅଭିମୁଖେ ବିଜେପି, କାମ ଦେଲାନି ଠାକରେ ପରିବାରର ପୁନର୍ମିଳନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe