କୋଲକାତା: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ। ସେ ପ୍ରଶିକ୍ଷକ ଭାବରେ ମଧ୍ୟ ଭାରତକୁ ICC ଟ୍ରଫି ବିଜୟୀ କରାଇଛନ୍ତି। ତାଙ୍କର ଦୁଇ ପୁଅ ମଧ୍ୟ କ୍ରିକେଟ୍ ଖେଳନ୍ତି। ଦ୍ରାବିଡଙ୍କ ସାନ ପୁଅ ଅନଭ୍ୟ ଦ୍ରାବିଡ କିଛି ସମୟ ଧରି ଖବରରେ ଅଛନ୍ତି।

Advertisment

ତାଙ୍କୁ ନିକଟରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ବାର୍ଷିକ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ଗତ ମାସରେ, ସେ ଭିନୁ ମଙ୍କଡ ଟ୍ରଫିରେ କର୍ଣ୍ଣାଟକର ଅଧିନାୟକତ୍ୱ କରିଥିଲେ। ଏବେ, ତାଙ୍କୁ ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ:Bhubaneswar Smart City Limited: ସବୁଜ ସୌନ୍ଦର୍ଯ୍ୟକରଣ ପରିବେଶ ଅନୁକୂଳ ପଦକ୍ଷେପ ବିଫଳ: ଜନପଥରେ ବାଉଁଶ ବ୍ୟାରିକେଡ୍ ବଦଳରେ ଲାଗିବ ଷ୍ଟିଲ୍ ଗ୍ରୀଲ୍

 ଭାରତୀୟ ଦଳରେ ଦ୍ରାବିଡଙ୍କ ପୁଅ ସାମିଲ

ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ବୁଧବାର ଦିନ ହାଇଦ୍ରାବାଦରେ ଆରମ୍ଭ ହେବାକୁ ଥିବା ପୁରୁଷ ୧୯ ବର୍ଷରୁ କମ୍ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଏବଂ ଯୁବ ଖେଳାଳିମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରେ। ଅନଭ୍ୟଙ୍କୁ ଖେଳୁଥିବା ଚାରିଟି ଦଳର ଟିମ୍-ସିରେ ସାମିଲ କରାଯାଇଛି।

ଅନଭ୍ୟ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା

ଟପ୍-ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ୱିକେଟ୍ କିପର ଭୂମିକା ଗ୍ରହଣ କରୁଥିବା ଅନଭ୍ୟ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ଏହି ଟୁର୍ଣ୍ଣାମେଣ୍ଟ ହାଇଦ୍ରାବାଦରେ ୨୦୨୫ନଭେମ୍ବର ୫ ରୁ ୧୧ ପର୍ଯ୍ୟନ୍ତ ଖେଳାଯିବ।


ଟିମ୍-ସିର ଅଧିନାୟକତ୍ୱ କରିବେ ଆରନ୍ ଜର୍ଜ ଏବଂ ଆର୍ଯ୍ୟନ୍ ଯାଦବ ଏହାର ଉପ-ଅଧିନାୟକ ହେବେ। ଦଳର ପ୍ରଥମ ମ୍ୟାଚ୍ ଶୁକ୍ରବାର ବେଦାନ୍ତ ତ୍ରିବେଦୀଙ୍କ ନେତୃତ୍ୱାଧୀନ ଟିମ୍=ବି ବିପକ୍ଷରେ ହେବ। ଏହି ମ୍ୟାଚ୍‌ରେ ଅନଭ୍ୟ ଦ୍ରାବିଡଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ। ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ହେବ। ଯେଉଁଠାରେ ସେ ନିଜର ଛାପ ଛାଡ଼ିବାକୁ ଚେଷ୍ଟା କରିବେ।

ଆହୁରି ପଢ଼ନ୍ତୁ:Supreme Order of Supreme Court: ବ୍ୟାଙ୍କ କର୍ମଚାରୀ ୫୮ବର୍ଷରୁ ଅଧିକ ସମୟ କାମ କରି ପରିବେ ନାହିଁ:ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ

ଏହା ଉଲ୍ଲେଖନୀୟ ଯେ, ରାହୁଲ ଦ୍ରାବିଡଙ୍କ ବଡ଼ ପୁଅ ସମିତ ଦ୍ରାବିଡ ମଧ୍ୟ ଜଣେ ବ୍ୟାଟ୍ସମ୍ୟାନ୍। ସମିତ ସମ୍ପ୍ରତି ମହାରାଜା T20 KSCA ଟ୍ରଫିରେ ଟପ୍-ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ କିଛି ମ୍ୟାଚ୍ ଖେଳିଛନ୍ତି।