କଲମ୍ବୋ: ରବିବାର କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ ମୁକାବିଲାକୁ ସାରା ବିଶ୍ବର କ୍ରିକେଟ୍ପ୍ରେମୀ ଚାହିଁ ବସିଥିବାବେଳେ ଏହା ବର୍ଷା ଯୋଗୁଁ ଧୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରବିବାର ଦିନବେଳେ ବର୍ଷା ହେବାର ୬୫ ପ୍ରତିଶତ ଏବଂ ସଂଧ୍ୟାରେ ବର୍ଷା ହେବାର ୨୫ ପ୍ରତିଶତ ଆଶଙ୍କା ରହିଛି। ଏପରିକି ବର୍ଷା ଯୋଗୁଁ ଟସ୍ ବିଳମ୍ବିତ ହୋଇପାରେ। ସେପଟେ ପାଣିପାଗ ବିଭାଗର ଆଉ ଏକ ପୂର୍ବାନୁମାନ ସ୍ଥିତିକୁ ଆହୁରି ଜଟିଳ କରିବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରୁ ବର୍ଷା ପରିମାଣ ବଢିବାର ଆଶଙ୍କା ରହିଛି। ବର୍ଷା କାରଣରୁ ମ୍ୟାଚ୍ ସମ୍ଭବ ନହେଲେ ଉଭୟ ଦଳ ପଏଣ୍ଟ ଭାଗ କରିବେ। ତେବେ ଏ ନେଇ ଶନିବାର ରାତି କିମ୍ବା ରବିବାର ସକାଳ ସୁଦ୍ଧା ସ୍ଥିତି ଅଧିକ ସ୍ପଷ୍ଟ ହେବ।
Demand: ଭଦ୍ରକରେ କେବେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ?
ମୁମ୍ବାଇ: ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାକୁ କ୍ରିକେଟ୍ପ୍ରେମୀମାନେ ଅପେକ୍ଷା କରିଥିବାବେଳେ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ସାଜିଛି ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା। ସେ ଏହି ମ୍ୟାଚ୍ରେ ଖେଳିବାନେଇ ଏବେ ବି ଦ୍ବନ୍ଦ୍ବ ଦୂର ହୋଇନାହିଁ। କାରଣ ପେଟ ସଂକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ମଧ୍ୟ ସେ ଏବେ ବି ଦୁର୍ବଳ ଅନୁଭବ କରୁଛନ୍ତି। ଏପରିକି ତାଙ୍କର ୨ କିଲୋଗ୍ରାମ୍ ଓଜନ କମିଯାଇଛି ବୋଲି ସେ ନିଜେ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଅର୍ଶଦୀପ ସିଂଙ୍କ ଦ୍ବାରା ସେୟାର୍ କରାଯାଇଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ସେ ଏବେ କେବଳ ଭାତ, ଡାଲି ପରି ହାଲକା ଖାଦ୍ୟ ଖାଉଛନ୍ତି। ସେ ଶୁକ୍ରବାର ଅଳ୍ପସମୟ ପାଇଁ ଅଭ୍ୟାସ କରିଥିଲେ ବି ରବିବାର ସେ ଖେଳିବା ନେଇ ସଂଶୟ ଲାଗି ରହିଛି। ଏପରି ସ୍ଥିତିରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ବୟାନ ଚିନ୍ତା ବଢାଇ ଦେଇଛି। ସେ କହିଛନ୍ତି ଯେ ଅଭିଷେକ ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ଓ ସେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳି ନପାରନ୍ତି। କିନ୍ତୁ ସ୍ପିନର ବରୁଣ ଚକ୍ରବର୍ତ୍ତିଙ୍କ ଏକ ବୟାନ ଆଶାର ଆଲୋକ ଦେଖାଇଛି। ବରୁଣ କହିଛନ୍ତି ଯେ ଅଭିଷେକ ସୁସ୍ଥ ହେଉଛନ୍ତି ଓ ସେ ଆଜି ଅଭ୍ୟାସ ମଧ୍ୟ କରିଥିଲେ। ଦଳକୁ ଫେରିବା ନେଇ ସେ ଆଶାବାଦୀ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଭିଷେକ ଫିଟ୍ ନ ହେଲେ ପୁଣି ଥରେ ସଂଜୁ ସାମସନ୍ ଖେଳିବା ସମ୍ଭାବନା ରହିଛି।
ତାରିକ୍ଙ୍କ ପାଇଁ କିଛି ଯୋଜନା ନାହିଁ: ଈଶାନ
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ରବିବାର ମୁକାବିଲା ପୂର୍ବରୁ ନାମ୍ବିବ୍ୟା ବିପକ୍ଷରେ ଭାରତ ୯୩ ରନ୍ର ବଡ଼ ବିଜୟ ପାଇଥିଲା। ହେଲେ ଆୟୋଜକ ଭାରତ ଶେଷ ୨ ଓଭର ମଧ୍ୟରେ ମାତ୍ର ୫ ରନ୍ରେ ୫ ୱିକେଟ୍ ହରାଇଥିଲା। ଏପରିକି ନାମିବ୍ୟାର ଅନାମଧନ୍ୟ ସ୍ପିନର୍ ଗେରାଲ୍ଡ ଏରାସ୍ମୁସ ୪/୨୦ ବୋଲିଂ ସଫଳତା ପାଇଥିଲେ। ଫଳରେ ପାକିସ୍ତାନର ରହସ୍ୟମୟ ସ୍ପିନର୍ ଉସ୍ମାନ୍ ତାରିକ୍ଙ୍କୁ ଭାରତୀୟ ବ୍ୟାଟର୍ କିପରି ମୁକାବିଲା କରିବେ ତାହା ଉପରେ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ଚର୍ଚ୍ଚାକୁ ଭାରତର ତାରକା ବ୍ୟାଟର୍ ଈଶାନ କିଶନ ଅତି ସାଧାରଣ କହି ଏଡାଇ ଦେଇଛନ୍ତି। ଭାରତ ଶିବିରରେ ତାରିକ୍ଙ୍କୁ ନେଇ କୌଣସି ଚିନ୍ତା ଥିବା ଜଣାପଡ଼ୁନି। ମୁଁ ଭାବୁଛି ସବୁପ୍ରକାର ମୁକାବିଲାକୁ ସାମ୍ନା କରିବାକୁ ପ୍ରସ୍ତୁତ। ଆମେ ଆମ ସ୍ବାଭାବିକ ଖେଳ ଖେଳିବୁ। ବ୍ୟାଟର୍ ଭାବେ ଆମେ ବଲ୍କୁ ମାରିବୁ। ଟ୍ବେଣ୍ଟି-୨୦ ଖେଳରେ ଭଲ ସ୍କୋର୍ କରିବାକୁ ପଡ଼ିବ। ଏଥିପାଇଁ ଆମକୁ ଆମ ଶକ୍ତି ଓ ସାମର୍ଥ୍ୟ ଉପରେ ବିଶ୍ବାସ ରଖିବାକୁ ପଡ଼ିବ। ଏଭଳି ବୋଲର ପାଇଁ ଆମର କିଛି ସ୍ବତନ୍ତ୍ର ପ୍ରସ୍ତୁତି ନାହିଁ। ଏହି ସ୍ତରରେ କେବଳ ଭିଡିଓ ଦେଖୁ ଏବଂ କିପରି ବୋଲିଂର ସାମ୍ନା କରିବୁ ତାହାର ଧାରଣା ନେଉ। ଆମେ ଏହାକୁ ସରଳରେ ରଖିଛୁ ବୋଲି ଈଶାନ କହିଛନ୍ତି। ନାମ୍ବିବ୍ୟା ବିପକ୍ଷରେ ଈଶାନ ୬ ଚୌକା ଓ ୫ ଛକା ସହାୟତାରେ ୨୪ ବଲ୍ରୁ ୬୧ ରନ୍ର ବିସ୍ଫୋରକ ପାଳି ଖେଳିଥିଲେ।
Horoscope 2026 February 14 : ଜାଣନ୍ତୁ ଆଜିର ରାଶିଫଳ
ଆମେ ତାଙ୍କଠୁ ଆଗରେ: ବରୁଣ
ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଗୁରୁବାର ନାମିବ୍ୟାକୁ ହରାଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିବା ଆୟୋଜକ ଭାରତ ରବିବାର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ବରୁଣ ଚକ୍ରବର୍ତ୍ତୀ କହିଛନ୍ତି ‘‘ଭାରତର ସ୍ପିନ୍ ପ୍ରାଧାନ୍ୟ ଏବଂ ପାକିସ୍ତାନର ସ୍ପିନ୍-କୈନ୍ଦ୍ରିତ ରଣନୀତି ବଡ଼ ମୁକାବିଲା ହେବ। ଏଥି ପାଇଁ ପ୍ରସ୍ତୁତ ଅଛୁ। ଆମେ ମଧ୍ୟ ତାଙ୍କଠୁ ଆଗରେ’’। ଆମେରିକା ବିପକ୍ଷ ମ୍ୟାଚ୍ରେ ପାକିସ୍ତାନ ସ୍ପିନ୍ ଉପରେ ବହୁତ ନିର୍ଭର କରିଥିଲା। ସୈମ ଆୟୁବ, ଅବ୍ରାର ଅହମଦ, ମହମ୍ମଦ ନୱାଜ, ସଦାବ ଖାନ ଓ ସେମାନଙ୍କର ‘ଏକ୍ସ-ଫ୍ୟାକ୍ଟର’ ଉସ୍ମାନ୍ ତାରିକ୍ଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲା। ଏହି ରଣନୀତି ବି କାମ କଲା, ସ୍ପିନର୍ମାନେ ୭ ୱିକେଟ ବାଣ୍ଟି ନେଇଥିଲେ।
ସେ ପୁଣି କହିଛନ୍ତି ଯେ ‘‘ବିଶ୍ୱକପ୍ରେ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନ ମ୍ୟାଚ୍ ପାଇଁ ଆମେ ଉତ୍ସାହିତ ଏବଂ ଏହା ଏକ ମଜାଦାର ଚ୍ୟାଲେଞ୍ଜ ହେବ। ସ୍ପିନ୍ ବିପକ୍ଷରେ ଆମେ ଦୃଢ଼ ଏବଂ ଆମ ପାଖରେ ଭଲ ସ୍ପିନ୍ ଆକ୍ରମଣ ଅଛି। ମୁଁ ନିଶ୍ଚିତ ଯେ ଆମେ ତାଙ୍କଠୁ ଆଗରେ ରହିବୁ। ଯଦିଓ ସେମାନେ ସମାନ ପରିସ୍ଥିତିରେ ଲଗାତାର ଖେଳୁଛନ୍ତି। ଏହାର ଲାଭ ଉଠାଇ ପାରିବେ। କିନ୍ତୁ ମୋର ବିଶ୍ବାସ ଗୋଟିଏ ଦଳ ଭାବେ ଆମେ ସେମାନଙ୍କଠାରୁ ଭଲ କ୍ରିକେଟ୍ ଖେଳିଛୁ ଏବଂ ଭଲ ଭାବରେ ପ୍ରସ୍ତୁତ ଅଛୁ।’’
ନିକଟରେ ବି ପାକିସ୍ତାନ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି। ପାକିସ୍ତାନ ବିପକ୍ଷ ଗତ ୭ ମୁକାବିଲାରେ ଭାରତ ବିଜୟୀ ହୋଇଛି। ପାକିସ୍ତାନ ଶେଷ ଥର ଲାଗି ୨୦୨୨ ସେପ୍ଟେମ୍ବର ୪ରେ ଦୁବାଇ ଖେଳାଯାଇଥିବା ଭାରତ ବିପକ୍ଷ ଏସିଆ କପ୍ ମ୍ୟାଚ୍ ଜିତିଥିଲା। ସେବେଠାରୁ ଉଭୟ ଦଳ ମଧ୍ୟରେ ୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ବେଳେ ଭାରତ ୮ଟି ଜିତିଛି, ଅନ୍ୟଟି ବର୍ଷା ଯୋଗୁଁ ଫଳାଫଳ ବିନା ଶେଷ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/14/fsfhhfshfxvb-2026-02-14-01-35-59.jpg)