ମୁମ୍ବାଇ: ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ବ୍ୟବସ୍ଥାରେ ବିସିସିଆଇ କେତେକ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। ପ୍ରସ୍ତାବିତ ଯୋଜନା ଅନୁସାରେ ଏବେ ପ୍ରଚଳିତ ଏ-ପ୍ଲସ୍ ଗ୍ରେଡ୍‌କୁୁ ହଟାଇ ଦିଆଯିବ ଏବଂ କେବଳ ଏ, ବି ଓ ସି ଗ୍ରେଡ୍ ରହିବ। ଅଜିତ ଆଗରକରଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଏବେ ଏହା ବିଚାରାଧୀନ ରହିଛି। ବିସିସିଆଇର ପରବର୍ତ୍ତୀ ଆପେକ୍ସ କାଉନସିଲ୍ ବୈଠକରେ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ। 

Advertisment

Life has become a joke: ଥଟ୍ଟାମଜାରୁ ଝଡ଼ିଗଲା ଜୀବନ: ଭଣଜା ପେଟରେ ଭୁଜାଲି ଭୁସିଦେଲା ସମ୍ପର୍କୀୟ ମାମୁ

ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ବିରାଟ କୋହଲି, ରୋହିତ ଶର୍ମା, ରବୀନ୍ଦ୍ର ଜାଡ଼େଜା ଓ ଯଶପ୍ରୀତ ବୁମ୍‌ରାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଗ୍ରେଡ୍ ହ୍ରାସ ପାଇବ। ଏବେ ଏହି ଚାରି ଜଣ ଖେଳାଳି ଏ-ପ୍ଲସ ଗ୍ରେଡ୍‌ରେ ଅଛନ୍ତି। କିନ୍ତୁ ନୂଆ ବ୍ୟବସ୍ଥାରେ ସେମାନଙ୍କୁ ବି ଗ୍ରେଡ୍‌ରେ ରଖାଯିବ, ଅର୍ଥାତ୍ ପ୍ରାୟ ଏକ ଦଶନ୍ଧି ପରେ ସେମାନଙ୍କର ପଦାବନତି ହେବ। ବର୍ତ୍ତମାନ ଏ-ଗ୍ରେଡ୍‌ରେ କେଏଲ୍‌ ରାହୁଲ, ଋଷଭ ପନ୍ତ, ମହମ୍ମଦ ସିରାଜ, ମହମ୍ମଦ ସାମି, ଶୁବମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି। ସେହିପରି ବି-ଗ୍ରେଡ୍‌ରେ ଅଛନ୍ତି ସୂର୍ଯ୍ୟକୁମାର ଯାଦବ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟର। ଗ୍ରେଡ୍‌-ସି’ରେ ୧୯ ଜଣ ଖେଳାଳି ଅଛନ୍ତି।  ଗ୍ରେଡ୍‌-ଏ’ ପ୍ଲସ୍ ଖେଳାଳିଙ୍କୁ ବର୍ଷକୁ ୭ କୋଟି ଟଙ୍କା ଦିଆଯାଉଥିବା ବେଳେ ଗ୍ରେଡ୍-ଏ’ ଖେଳାଳିମାନଙ୍କୁ ବାର୍ଷିକ ୫ କୋଟି ଓ ଗ୍ରେଡ୍‌-ବି ଖେଳାଳିମାନଙ୍କୁ ୩ କୋଟି ଦିଆଯାଏ।

industrial superpower: ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ୧.୬୭ ଲକ୍ଷ କୋଟି ନିବେଶ ହେବ