ନବି ମୁମ୍ବାଇ: ଆଇସିସି ମହିଳା ଦିନିକିଆ ବିଶ୍ବକପ୍ ଭାରତ ପ୍ରଥମ ଥର ବିଜେତା ହୋଇ ଐତିହାସିକ ସଫଳତା ପାଇଛି।ଗତକାଲି ରାତିରେ, ଭାରତର ମହିଳା କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ଯାହା ହୋଇ ନଥିଲା ତାହା କରି ଦେଖାଇଥିଲା। ବ୍ୟାଟିଂ ପରେ ଦକ୍ଷିଣ ଆଫ୍ରିକାକୁ ୨୯୯ରନର ଲକ୍ଷ୍ୟ ଦେଇଥିଲା ଭାରତ। ହେଲେ ୪୫.୩ ଓଭରରେ ୨୪୬ ରନ କରି ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇଯାଇଥିଲା।ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ବିଶ୍ବକପ୍ ହାତେଇ ନେଇଥିଲା। ଏହି ଐତିହାସିକ ସଫଳତା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରତିଟି ଭାରତୀୟଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଥିଲା।
କାନ୍ଦିଲେ ରୋହିତ୍ ଶର୍ମା
ଏହି ସମୟରେ ଭାରତୀୟ ଦଳକୁ ସମର୍ଥନ କରିବାକୁ ପହଞ୍ଚିଥିବା ଷ୍ଟାର କ୍ରିକେଟର ରୋହିତ୍ ଶର୍ମାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଯେତେବେଳେ ହରମନପ୍ରୀତ୍ କୌର୍ ଶେଷ୍ କ୍ୟାଚ୍ ଧରିଥିଲେ, ଏହି ଦୃଶ୍ୟ ଦେଖି ରୋହିତ୍ ଖୁସିରେ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କ ଆଖିରେ ସେହି ଖୁସିର ଲୁହ ଷ୍ଟାଡିୟମ କ୍ୟାମେରାରେ କଏଦ ହୋଇଥିଲା, ଯାହା ଏବେ ଭାଇରାଲ ହୋଇଛି।
Team India - The New World 𝗖. 𝗛. 𝗔. 𝗠. 𝗣. 𝗜. 𝗢. 𝗡. 𝗦 🏆
— Star Sports Kannada (@StarSportsKan) November 2, 2025
ಶತಕೋಟಿ ಭಾರತೀಯರ ಕನಸು ಇಂದು ನನಸಾಗಿದೆ!! 🇮🇳
📺 ವೀಕ್ಷಿಸಿ | ICC Women’s World Cup | #SAvIND | FINAL | LIVE NOW | ನಿಮ್ಮ Star Sports 2 ಕನ್ನಡ & JioHotstar ನಲ್ಲಿ.#CWC25#WomenInBluepic.twitter.com/9pteGMSpD1
ତେବେ ଭାରତର ଏହି ସଫଳତା ଭାରତୀୟଙ୍କୁ ଖୁସି କରାଇଥିବା ବେଳେ ଶତ୍ରୁ ଦେଶ ପାକିସ୍ତାନ ମଧ୍ୟ ଏହି ସଫଳତା ଦେଖି ଖୁସି ବ୍ୟକ୍ତ କରିଛି। ସେଠାକାର କିମ୍ବଦନ୍ତୀ ପୂର୍ବତନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିବା ସହ ନିଜ ଦେଶର ଦଳକୁ ଶିଖିବାକୁ ପରାମର୍ଶ ଦେଇଛନ୍ତି।
ବ୍ୟାଟିଂ, ବୋଲିଂ, ଫିଲ୍ଡିଂରେ କମାଲ କରିଛି ଭାରତ: ୱସିମ ଅକ୍ରମ
ପୂର୍ବତନ ପାକିସ୍ତାନ ଅଧିନାୟକ ୱସିମ ଅକ୍ରମ ଭାରତୀୟ ମହିଳା ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି, "ସେମାନେ ଖେଳରେ ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ବ୍ୟାଟିଂ ହେଉ, ବୋଲିଂ ହେଉ, କିମ୍ବା ଫିଲ୍ଡିଂ ହେଉ, ସେମାନେ ତିନୋଟି କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟଟି ଟିମ୍ ଇଣ୍ଡିଆ ବନାମ ବିଶ୍ୱର ଅନ୍ୟ ଦଳ ଥିଲା।"
ଭାରତକୁ ଅଭିନନ୍ଦନ: ଶୋଏବ ଅଖତର
ବିଶ୍ୱର ଦ୍ରୁତତମ ବୋଲର ଶୋଏବ ଅଖତର କହିଛନ୍ତି ଯେ, "ମୁଁ ଭାବୁଛି ଭାରତର ବିଜୟ କୌଣସି ସଂଯୋଗ ନୁହେଁ। ସେମାନଙ୍କର କ୍ରିକେଟ୍ ବ୍ୟବସ୍ଥା ଦେଖନ୍ତୁ। ସେମାନେ ଏମିତି ସହଜରେ ସଫଳ ହୋଇନାହାନ୍ତି। ଏହା ସେମାନଙ୍କର ବର୍ତ୍ତମାନର ପରିସ୍ଥିତିକୁ ପ୍ରତିଫଳିତ କରୁଛି। ଭାରତକୁ ଅଭିନନ୍ଦନ। ତୁମେ ବହୁତ ଭଲ ଖେଳିଲ। ସେମାନଙ୍କର ପରିବର୍ତ୍ତନ ଦେଖନ୍ତୁ, ସେମାନଙ୍କର ଅଧିନାୟକଙ୍କ ଉଦ୍ଦେଶ୍ୟ ଦେଖନ୍ତୁ, ସେମାନଙ୍କର ଖେଳ ଶୈଳୀ ଦେଖନ୍ତୁ।"
ଆହୁରି ପଢ଼ନ୍ତୁ: Pakistan Praises India: ଭାରତଠାରୁ ଶିଖିବା ପାଇଁ ନିଜ ଦଳକୁ ପରାମର୍ଶ ଦେଲେ ପାକ୍ କ୍ରିକେଟର
ଆହୁରି ପଢ଼ନ୍ତୁ: Shafali Verma's Journey: ଭଲ ବ୍ୟାଟିଂ କରୁନଥିବାରୁ ଦଳରୁ ବାହାର ହୋଇଥିଲେ, ଏବେ ଦେଶକୁ ବିଶ୍ବକପ ଦେଲେ ଶେଫାଳି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/03/rohit-sharma-2025-11-03-16-58-02.jpg)