Virat Kohli Disappointed Photograph: (sambad.in)
ପର୍ଥ: ନିରାଶ କଲେ ଭାରତର ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି। ଆଜିଠୁ ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ଭଲ ପ୍ରଦର୍ଶନ କରିପାରିନାହାନ୍ତି ବିରାଟ-ରୋହିତ୍। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଥିବା ବେଳେ ଆରମ୍ଭରୁ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: ଚନ୍ଦ୍ରମାରେ ସୌର ବିସ୍ଫୋରଣର ପ୍ରଭାବ ପଡ଼ୁଥିବା ପ୍ରମାଣ କଲା ଚନ୍ଦ୍ରଯାନ-୨
ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ନିରାଶ କଲେ ବିରାଟ-ରୋହିତ
ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଏକଦିବସୀୟ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ମ୍ୟାଚ୍ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ବିଶେଷ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ରୋହିତ ଶର୍ମା ୧୪ ବଲ୍ରେ ୮ ରନ୍ କରିଥିବା ବେଳେ କୋହଲି ୮ ବଲ୍ର ସମ୍ମୁଖୀନ ହୋଇଥିଲେ ଏବଂ ନିଜର ଖାତା ଖୋଲିପାରି ନଥିଲେ।
ଆହୁରି ପଢ଼ନ୍ତୁ: ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ-ଆଫଗାନିସ୍ତାନ
ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କୋହଲି ଏକଦିବସୀୟ ମ୍ୟାଚ୍ରେ ଶୂନରେ ଆଉଟ ହୋଇଛନ୍ତି। କୋହଲି ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ଟି ଦିନିକିଆ ଇନିଂସ ଖେଳିସାରିଛନ୍ତି। ଏହି ଶୃଙ୍ଖଳାକୁ ନେଇ ଯେତିକି ଚର୍ଚ୍ଚା ହେଉନଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ହେଉଥିଲା ଗିଲ୍ଙ୍କ ଅଧୀନରେ ରୋହିତ, କୋହଲି ଖେଳିବା। ‘ରୋକୋ’ ଭାବେ ପରିଚିତ ଏହି ଦୁଇ କିଂବଦନ୍ତି ତାରକା ୭ମାସ ପରେ କ୍ରିକେଟ୍କୁ ଫେରୁଥିଲା ବେଳେ ସେମାନେ କିଭଳି ପ୍ରଦର୍ଶନ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଥିଲା। ହେଲେ ଦୁହେଁ ଏବେ ନିଜର ପ୍ରଶଂସକଙ୍କୁ ନିରାଶ କରିଛନ୍ତି।
rohit sharma
Follow Us