ପରାଜୟ ପରେ ରୋହିତଙ୍କ ବଡ଼ ବିବୃତି: ଭାରତ କାହିଁକି ଜିତିଲା ନାହିଁ ଖୋଲି କହିଲେ

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡଠାରୁ ୨୫ରନ୍‌ରେ ପରାସ୍ତ ହୋଇଛି। ଏହା ସହ ଭାରତ ସିରିଜ ୩-୦ରେ ହାରିଛି। ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବଡ଼ ବିବୃତି ପ୍ରଦାନ କରିଛନ୍ତି...

WhatsApp Image 2024-11-03 at 2.08.12 PM


ମୁମ୍ବାଇ: ଟେଷ୍ଟ ସିରିଜରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡଠାରୁ  ଭାରତୀୟ ଦଳ ୩-୦ରେ ସିରିଜ୍ ହାରିଛି। ଏହା ପରେ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳିଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ଏହି ପରାଜୟ ଯୋଗୁ ଟିମ୍ ଇଣ୍ଡିଆ ମଧ୍ୟ ଡବ୍ଲୁଟିସି ପଏଣ୍ଟ ଟେବୁଲରେ ଅନେକ କ୍ଷତି ସହିଛି। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବହୁତ ନୈରାଶଜନକ ରହିଥିଲା।

ଭାରତୀୟ ବ୍ୟାଟ୍ସମ୍ୟାନ୍ ନ୍ୟୁଜିଲ୍ୟାଣ୍ଡର ସ୍ପିନ୍ ବୋଲରଙ୍କର ମୁକାବିଲା କରି ପାରି ନ ଥିଲେ। ଅଧିନାୟକ ରୋହିତ ଶର୍ମା ଏହି ପୁରା ସିରିଜରେ ଫ୍ଲପ୍  ପ୍ରମାଣିତ ହୋଇଥିଲେ। ଏହି ପରାଜୟ ପରେ ଏବେ ରୋହିତ ଶର୍ମାଙ୍କର ଏକ ବଡ ବିବୃତି ଆସିଛି। ରୋହିତ କହିଛନ୍ତି ଟିମ୍ ଇଣ୍ଡିଆକୁ କେଉଁ  କାରଣରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା।

ପରାଜୟ ପରେ ରୋହିତ କହିଛନ୍ତି, ହଁ ଅବଶ୍ୟ, ସିରିଜ୍ ହାରିବା, ଟେଷ୍ଟ ହାରିବା କେବେ ସହଜ ନୁହେଁ। ଏହା ଏପରି କିଛି ଯାହା ସହଜରେ  ସହ୍ୟ ହୁଏ ନାହିଁ। ପୁନଶ୍ଚ, ଆମେ ଆମର ଶ୍ରେଷ୍ଠ କ୍ରିକେଟ୍ ଖେଳି ନାହୁଁ, ଆମେ ଜାଣୁ ଏବଂ ଏହାକୁ ଗ୍ରହଣ କରିବାକୁ ପଡିବ। ଆମ ଅପେକ୍ଷା ନ୍ୟୁଜିଲ୍ୟାଣ୍ଡ ବହୁତ ଭଲ ପ୍ରଦର୍ଶନ କରିଥିଲା ​। ଆମେ ବହୁତ ଭୁଲ କରିଛୁ ଏବଂ ଏହାକୁ ସ୍ୱୀକାର କରିବାକୁ ପଡିବ।

ଅଧିକ ପଢ଼ନ୍ତୁ: ସିରିଜ୍ ପୋଛିନେଲା ନ୍ୟୁଜିଲ୍ୟାଣ୍ଡ: ୨୫ ରନ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ଆମେ ବେଙ୍ଗାଲୁରୁ ଏବଂ ପୁଣେରେ ପର୍ଯ୍ୟାପ୍ତ ରନ୍ ସ୍କୋର କରିନାହୁଁ ତଥା ଖେଳରେ ଆମେ ବହୁତ ପଛରେ ରହିଥିଲୁ। ଏଠାରେ ଆମେ ୩୦ ରନ୍‌ର ଅଗ୍ରଣୀ ପାଇଲୁ, ଆମେ ଅନୁଭବ କଲୁ ଯେ ଆମେ ଆଗରେ ଅଛୁ, ଲକ୍ଷ୍ୟ ମଧ୍ୟ ହାସଲ ଯୋଗ୍ୟଥିଲା। ଆମକୁ ଚେଷ୍ଟା କରିବାକୁ ପଡିଥାନ୍ତା ଯାହା ଆମେ କରିବାରେ ବିଫଳ ହୋଇଥିଲୁ । ମୋ ନିଜ ବ୍ୟାଟିଂ ମଧ୍ୟ ନୈରାଶ୍ୟଜନକଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଇନିଂସରେ ୧୭୪ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୪୭

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe