Advertisment

Hockey: ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି: ସମ୍ବଲପୁରର କ୍ରମାଗତ ବିଜୟ

Advertisment

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁରର ବିଜୟ ଧାରା ଜାରି ରହିଥିଲା ବେ‌ଳେ କିଟ୍‌ ବିଶ୍ବବିଦ୍ୟାଳୟ ଝୁଣ୍ଟିଛି।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁରର ବିଜୟ ଧାରା ଜାରି ରହିଥିଲା ବେ‌ଳେ କିଟ୍‌ ବିଶ୍ବବିଦ୍ୟାଳୟ ଝୁଣ୍ଟିଛି।

23rkl_12_23012026_2112

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁରର ବିଜୟ ଧାରା ଜାରି ରହିଥିଲା ବେ‌ଳେ କିଟ୍‌ ବିଶ୍ବବିଦ୍ୟାଳୟ ଝୁଣ୍ଟିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଏକତରଫା ଭା‌ବେ ୯-୦ ଗୋଲ୍‌ରେ ପୁନେର ସାବିତ୍ରୀବାଈ ଫୁଲେ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ସମ୍ବଲପୁର ପକ୍ଷରୁ ସୁଦୀପ ମିଞ୍ଜ (୧୧, ୩୮, ୪୫, ୫୬ ମିନିଟ୍‌) ୪‌ ଗୋଲ୍‌ ଦେଇଥିବା ବେଳେ କରନ ଲାକ୍ରା (୪, ୫୮ ମିନିଟ୍‌) ୨ ଏବଂ ଅଧିନାୟକ ରିତିକ କୁଜୁର (୩୪ ମିନିଟ୍‌), ଅଭିଷେକ ଟପ୍ନୋ (୮ ମିନିଟ୍‌) ଓ ଅନମୋଲ ଏକ୍କା (୫୮ ମନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ଅଧିକ ପଢ଼ନ୍ତୁ: Taekwondo: ଟାଏକୋଣ୍ଡୋ ଫେଡେରେସନ୍‌ କପ୍‌: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୧୯ ପଦକ

ତେବେ କିଟ୍‌ ବିଶ୍ବବିଦ୍ୟାଳୟ ୩-୯ ଗୋଲ୍‌ରେ ରବୀନ୍ଦ୍ରନାଥ ଟାଗୋର ବିଶ୍ବବିଦ୍ୟାଳୟଠୁ ପରାସ୍ତ ହୋଇଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ ୪-୨ ଗୋଲ୍‌ରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ, ଜୈନ ବିଶ୍ବବିଦ୍ୟାଳୟ ୨-୦ ଗୋଲ୍‌ରେ ଏଲ୍‌ଏନ୍‌ଆଇପିଇ ଗ୍ବାଲିୟରକୁ, ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୩-୧ ଗୋଲ୍‌ରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟକୁ, ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ ୪-୩ ଗୋଲ୍‌ରେ ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟକୁ, ବର୍କତୁଲ୍ଲା ବିଶ୍ବବିଦ୍ୟାଳୟ ୩-୧ ଗୋଲ୍‌ରେ ଗୁରୁକୁଳ କାଙ୍ଗ୍ରି ବିଶ୍ବବିଦ୍ୟାଳୟକୁ ଏବଂ ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ ୫-୨ ଗୋଲ୍‌ରେ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି।

ଅଧିକ ପଢ଼ନ୍ତୁ: India vs New Zealand 2nd T20I: ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe