ବୀରମହାରାଜପୁର: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରୀରେ ଆୟୋଜିତ ୧୭ତମ ଜୟ ମା’ ପଞ୍ଚଖଣ୍ଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ସାମସିଙ୍ଗା ଚାମ୍ପିଅନ୍‌ ହୋଇଛି। ସ୍ଥାନୀୟ ଅଞ୍ଚଳର ବହଲପଦରକୁ ଫର୍ମାଟ ମ୍ୟାଚ୍‌ରେ ସାମସିଙ୍ଗା ପରାସ୍ତ କରିଛି।

Advertisment

ପ୍ରଥମ ଫର୍ମାଟରେ ବହଲପଦର ବ୍ୟାଟିଂଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୪ଟି ୱିକେଟ୍‌ ହରାଇ ୮୧ ରନ୍‌ କରିଥିଲା। ଜବାବରେ ସାମସିଙ୍ଗା ଦଳ ଆବଶ୍ୟକ ରନ୍‌କୁ ୬.୫ ଓଭରରେ ହାସଲ କରିଥିଲା। ଦ୍ବିତୀୟ ଫର୍ମାଟରେ ବହଲପଦର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ବିଶିଷ୍ଟ ମ୍ୟାଚରେ ୭.୩ ଓଭରରେ ସମସ୍ତ ୱିକେଟ ହରାଇ ୭୧ ରନ୍‌ କରିଥିଲା। ଜବାବରେ ସାମସିଙ୍ଗା ଦଳ ଆବଶ୍ୟକ ରନକୁ ୭.୫ ଓଭରରେ ହାସଲ କରିଥିଲା। ଏହା ସହ ଉଭୟ ଫର୍ମାଟରେ ସାମସିଙ୍ଗା ଦଳ ବିଜୟ ଲାଭ କରିଥିଲା। 

ଆହୁରି ପଢ଼ନ୍ତୁ: Greenland : ଭେନିଜୁଏଲାରେ ଆକ୍ରମଣ, ଗ୍ରୀନଲାଣ୍ଡରେ କମ୍ପନ

ପୁରସ୍କାର ବିତରଣୀ ଉତ୍ସବ

ପୁରସ୍କାର ବିବରଣୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବହଲପଦର ସେବା ସମବାୟ ସମିତିର ସଂପାଦକ ପ୍ରଫୁଲ୍ଲ ଦନ୍ତା, ଗ୍ରାମର ୱାର୍ଡମେମ୍ବର ତ୍ରିଲୋଚନ ସାହୁ, ଗାଁସାଥୀ ପଙ୍କଜ ଧଳ, ଗ୍ରାମର ଚୈତନ୍ୟ ସାହୁ ଉପସ୍ଥିତ ଥିଲେ। ଚାମ୍ପିଅନ ଦଳକୁ ନଗଦ ୧୫,୦୦୦ ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ନଗଦ ୯,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଗତମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ଦଳର ଖେଳାଳି ବିକିଙ୍କୁ ସ୍ବର୍ଗତ ବସନ୍ତ ଓ କୈକେୟୀଙ୍କ ସ୍ମୁତିରେ ମ୍ୟାନ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର, ବହଲପଦର ଟିମ୍‌ର ବିକ୍ରମଙ୍କୁ ଶ୍ରେଷ୍ଠ ବୋଲର, ସାମସିଙ୍ଗା ଦଳର କୁନାଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଓ ବୃଷଭଙ୍କୁ ମ୍ୟାନ୍‌ ଅଫ୍‌ ଦ ଫାଇନାଲ ପୁରସ୍କାର ପ୍ରଦାନ କରାଯାଇଥିଲା।   

ଆହୁରି ପଢ଼ନ୍ତୁ: Odisha Livelihood Mission: ଓଡ଼ିଶା ଜୀବିକା ମିସନରେ କର୍ମଚାରୀ ସଙ୍କଟ!