Satyavrat-Tapan Memorial Football: ସତ୍ୟବ୍ରତ-ତପନ ସ୍ମାରକୀ ଫୁଟ୍‌ବଲ୍‌: ଫାଓ ଏକାଦଶ, ସମ୍ବଲପୁର ଏଫ୍‌ଏ ବିଜୟୀ

Advertisment

ରାଜ୍ୟର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ୍ ଅନୁଷ୍ଠାନ କ୍ଲବ୍‌-୭୩ ପକ୍ଷରୁ ସତ୍ୟବ୍ରତ-ତପନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଫାଓ ଏକାଦଶ ଓ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ବିଜୟୀ ହୋଇଛନ୍ତି।

ରାଜ୍ୟର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ୍ ଅନୁଷ୍ଠାନ କ୍ଲବ୍‌-୭୩ ପକ୍ଷରୁ ସତ୍ୟବ୍ରତ-ତପନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଫାଓ ଏକାଦଶ ଓ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ବିଜୟୀ ହୋଇଛନ୍ତି।

shfshxbv

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ୍ ଅନୁଷ୍ଠାନ କ୍ଲବ୍‌-୭୩ ପକ୍ଷରୁ ସତ୍ୟବ୍ରତ-ତପନ ସ୍ମାରକୀ ରାଜ୍ୟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଫାଓ ଏକାଦଶ ଓ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଫାଓ ଏକାଦଶ ୨-୦ ଗୋଲ୍‌ରେ କଟକର ଇଣ୍ଡିପେଣ୍ଡେଣ୍ଟ୍ କ୍ଲବ୍‌କୁ  ପରାସ୍ତ କରିଛି। ଦ୍ବିତୀୟାର୍ଦ୍ଧର ଶେଷ ୧୦ ମିନିଟ୍‌ରେ ଫାଓ ଏକାଦଶ ଏହି ଗୋଲ୍ ଦୁଇଟି ଦେଇଥିଲା। ଅରବିନ୍ଦ ଲାକ୍ରା (୮୩ ମିନିଟ୍‌) ଓ ହରିଶଙ୍କର ନାୟକ (୯୦+୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ

ହରିଶଙ୍କରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ପ୍ରଦ୍ୟୁମ୍ନ ପାଢ଼ୀ। ସୁଧାକର ପାଢ଼ୀ, ଏସ୍‌ଆର୍‌ ପରିଜା ଏହି ମ୍ୟାଚ୍‌ର ଅତିଥି ଥିଲେ। ଶିବଶଙ୍କର ପଣ୍ଡା, ପ୍ରଦୀପ୍ତ ନାୟକ, ଚନ୍ଦ୍ରକାନ୍ତ ବାରିକ, ସୁଜିତ କୁମାର ପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ସମ୍ବଲପୁର ଫୁଟ୍‌ବଲ୍ ଏକାଡେମୀ ୪-୦ ଗୋଲ୍‌ରେ କିଶୋର କ୍ଲବ୍‌କୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ହରି ଦାସ (୩୨ ମିନିଟ୍‌) ଗୋଟିଏ ଗୋଲ୍ ଦେଇଥିବ‌ା ବେଳେ ଦ୍ବିତୀୟାର୍ଦ୍ଧରେ ସମ୍ବଲପୁର ପାଇଁ ମହମ୍ମଦ ନିହାଲ (୭୫ ଓ ୭୬ ମିନିଟ୍‌) ଓ ସାମସନ୍‌ (୬୧ ମିନିଟ୍‌) ଗୋଟିଏ ଗୋଲ୍ ‌ଦେଇଥିଲେ। ନିହାଲଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ମ୍ୟାଚ୍‌ ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଓଡ଼ିଶା ଅଲିମ୍ପିକ୍ ସଂଘ ସଭାପତି ସମୀର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Mandei: ମଣ୍ଡେଇ-୨୫ ଉଦ୍‌ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe