IND VS SA: ଆଜି ଦ୍ବିତୀୟ ଦିନିକିଆ: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ରାଞ୍ଚିରେ ରୋମାଞ୍ଚକର ବିଜୟ ହାସଲ କରିବା ପରେ ରାୟପୁରରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଶୃଙ୍ଖଳା ବିଜୟ ମୁଣ୍ଡି ମାରିବା ଲକ୍ଷ୍ୟରେ ରହିବ ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟିକିଆ ଶୃଙ୍ଖଳାରେ....

dagadgzcczcb

ରାୟପୁର: ରାଞ୍ଚିରେ ରୋମାଞ୍ଚକର ବିଜୟ ହାସଲ କରିବା ପରେ ରାୟପୁରରେ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟଦିନିକିଆରେ ଶୃଙ୍ଖଳା ବିଜୟ ମୁଣ୍ଡି ମାରିବା ଲକ୍ଷ୍ୟରେ ରହିବ ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍‌କୁ ଜିତିଲେ ଟେଷ୍ଟ୍ ଶୃଙ୍ଖଳା ପରାଜୟର ବି ମଧୁର ପ୍ରତିଶୋଧ ନେଇ ପାରିବ। ଏଥିଲାଗି କିନ୍ତୁ ସବୁ ଦିଗରେ ପୁଣି ଥରେ ଟିମ୍ ଇଣ୍ଡିଆକୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ହାରିଥିଲେ ବି ନିଜ ବ୍ୟାଟିଂ ଦମ୍ ଦେଖାଇ ସାରିଛି। ଏଣୁ ଭାରତୀୟ ବ୍ୟାଟର୍‌ଙ୍କ ସହ ବୋଲରଙ୍କୁ ମଧ୍ୟ ରାୟପୁରରେ ଶୃଙ୍ଖଳିତ କ୍ରିକେଟ୍ ଖେଳିବାକୁ ହେବ। ଏହା ନହେଲେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଫେରିବାର କୌଣସି ଗୋଟିଏ ହେଲେ ବି ସୁଯୋଗ ହାତଛଡ଼ା କରିବନି। ପୁଣି ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ତେମ୍ବା ବଭୁମାଙ୍କ ପ୍ରତ୍ୟାବର୍ତ୍ତନ ଏକପ୍ରକାର ନିଶ୍ଚିତ ଥିବାରୁ ଦକ୍ଷିଣ ଆଫ୍ରିକାର ଶକ୍ତି ନିଶ୍ଚିତ ବଢ଼ିବ। 

FIR Against Pradeep Majhi: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଫାଇରିଂ କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ନାମରେ ଏତଲା

ସ୍ପିନର୍‌ କେଶବ ମହାରାଜଙ୍କ ଉପସ୍ଥିତି ମଧ୍ୟ ଭାରତୀୟ ବ୍ୟାଟର୍‌ଙ୍କୁ ପରୀକ୍ଷାରେ ପକାଇବ। ପ୍ରଥମ ଦିନିକିଆରେ ଏହି ଦୁଇ ଜଣଙ୍କ ବିନା ଦକ୍ଷିଣ ଆଫ୍ରକା ପଡ଼ିଆକୁ ଓହ୍ଲାଇଥିଲା। ସେପଟେ ଯୁବ ଖେଳାଳିମାନେ ଅସ୍ଥିର ପ୍ରଦର୍ଶନ ଦେଉଥିବାରୁ ଆଉ ଥରେ ଭାରତୀୟ ଦଳର ପୂରା ଭାର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ କାନ୍ଧରେ ରହିବ। ଅଧିନାୟକ କେଏଲ୍ ରାହୁଲଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ। ରାୟପୁରରେ କିନ୍ତୁ ଶୃଙ୍ଖଳା ବାଜିରେ ଥିବାରୁ ଦକ୍ଷିଣ ଆଫ୍ରିକା ତା’ର ଶ୍ରେଷ୍ଠ ଏକାଦଶ ନେଇ ପଡ଼ିଆକୁ ଓହ୍ଲାଇବ। ଏସବୁ ସତ୍ତ୍ବେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ଆଶା କମ୍ ରହିଛି। ଏଠାକାର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍‌ରେ ପୂର୍ବରୁ କେବଳ ଗୋଟିଏ ଦିବା-ରାତ୍ର ଦିନିକିଆ  ମ୍ୟାଚ୍ ଖେଳାଯାଇଛି। ଏଣୁ ଏହି ଷ୍ଟାଡିୟମ୍‌ର ପିଚ୍ ଏକପ୍ରକାର ରହସ୍ୟ ଘେରରେ ରହିଛି। ୨୦୨୩ ମସିହାରେ ଏଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ପିଚ୍ ପେସର୍‌କୁ ଭରପୂର ସହାୟତା ପ୍ରଦାନ କରିଥିଲା। ଭାରତୀୟ ପେସର୍‌ମାନେ ସେହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲେ। ତେବେ ଏଠାରେ ମଧ୍ୟ ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବାର ଅଧିକ ସମ୍ଭାବନା ଅଛି। 

Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ

ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା, ବିରାଟ କୋହଲି, ରୁତୁରାଜ ଗାଏକ୍ବାଡ୍/ଋଷଭ ପନ୍ତ, କେଏଲ୍ ରାହୁଲ (ଅଧିନାୟକ), ୱାସିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା। 

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଐଦେନ ମାର୍କରାମ, କ୍ବିଣ୍ଟନ୍ ଡି’କକ୍/ରିୟାନ ରିକେଲଟନ୍, ତେମ୍ବା ବଭୁମା (ଅଧିନାୟକ), ମାଥ୍ୟୁ ବ୍ରିଜ୍‌କେ, ଟୋନି ଡି ଜୋର୍ଜି, ଦିୱାଲ୍‌ଡ ବ୍ରେଭିସ୍, ମାର୍କୋ ୟାନସେନ୍, କର୍ବିନ ବସ୍, କେଶବ ମହାରାଜ, ନାନ୍ଦ୍ରେ ବର୍ଗର, ଓଟନିଲ ବର୍ଟମ୍ୟାନ୍। 

କୋହଲି-ପ୍ରଜ୍ଞାନ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ତାରକା ବ୍ୟାଟର୍‌ ବିରାଟ ‌କୋହଲିଙ୍କର ସୁସଂପର୍କ ନଥିବାର ଚିନ୍ତାଜନକ ରିପୋର୍ଟ ପରେ ମାମଲାର ଗୁରୁତ୍ବକୁ ହୃଦୟଙ୍ଗମ କରି ବିସିସିଆଇ ମାମଲାର ସତ୍ୟାସତ୍ୟ ଜାଣିବା ଲାଗି ପଦକ୍ଷେପ ଆରମ୍ଭ କରି ଦେଇଛି। ମଙ୍ଗଳବାର ଜାତୀୟ ଚୟନ ସମିତିର ନୂଆ ସଦସ୍ୟ ତଥା ଓଡ଼ିଆ ତାରକା ପ୍ରଜ୍ଞାନ ଓଝା ଢେର ସମୟ ପାଇଁ କୋହଲିଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରୁଥିବାର ଦୃଶ୍ୟ ଏଭଳି ସମ୍ଭାବନାକୁ ଜନ୍ମ ଦେଇଛି। ଆଜି ରାୟପୁରର ସହିଦ ବୀର ନାରାୟଣ ଷ୍ଟାଡିୟମ୍‌ରେ କୋହଲି-ପ୍ରଜ୍ଞାନଙ୍କର ଏହି ଆଲୋଚନା ହୋଇଥିଲା। ଏହା ପୂର୍ବରୁ ରାଞ୍ଚି ଦିନିକିଆ ପର ଭାରତୀୟ ଦଳର ଅନ୍ୟତମ ପୁରୁଖା ଖେଳାଳି ରୋହିତ ଶର୍ମାଙ୍କ ସହ ଗମ୍ଭୀର ମଧ୍ୟ ଢେର ସମୟ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା। 

ପ୍ରଜ୍ଞାନ ଓ କୋହଲିଙ୍କ ଆଲୋଚନା ଭାରତୀୟ ଦଳର ପରବର୍ତ୍ତୀ ସ୍ଥିତି ଏବଂ ତାଙ୍କର ‌୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାକୁ ନେଇ ଥିଲା ବୋଲି ଆକଳନ କରାଯାଉଛି। ସେହିଭଳି ଡ୍ରେସିଂ ରୁମ୍‌ର ବାତାବରଣ ଯେଭଳି ନବିଗିଡ଼େ, ସେନେଇ ଉଭୟ କଥାବାର୍ତ୍ତା ହୋଇଥିବାର ସୂଚନା ବି ମିଳିଛି। ପୂର୍ବରୁ କୋହଲି-ରୋହିତ-ଗମ୍ଭୀରଙ୍କ ସଂପର୍କରେ ସୁଧାର ଆଣିବା ଲାଗି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ମଧ୍ୟସ୍ଥି କରି ପଠାଇବାକୁ ଯୋଜନା କରିଥିଲା। ହେଲେ ଅଗରକରଙ୍କ ସହ ବି କୋହଲିଙ୍କ ସଂପର୍କ ଭଲ ନଥିବାରୁ ‌ଶେଷ ମୁହୂର୍ତ୍ତରେ ପ୍ରଜ୍ଞାନକୁ ଏହି ଦାୟିତ୍ବ ଅର୍ପଣ କରାଯାଇଥିବା ଜଣାପଡ଼ିଛି। ପ୍ରଜ୍ଞାନଙ୍କ ସହ ଆଲୋଚନା ପରେ କୋହଲି ୧୫ ବର୍ଷ ପରେ ବିଜୟ ହଜାରେ ଟ୍ରଫି ଖେଳିବାକୁ ରାଜି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe