Sports: ଜାତୀୟ ପୋଲଭୋଲ୍ଟ୍ ଖେଳାଳିଙ୍କୁ ଟ୍ରେନରୁ ଓହ୍ଲାଇଦେଲେ

Advertisment

ଭାରତ ସରକାର ୨୦୩୬ ଅଲମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଓ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦେଶର ଆଥଲେଟମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହାର ଏକ ପ୍ରମାଣ ମିଳିିଛି ମୁମ୍ବାଇର ପାନଭେଲ୍ ରେଳ ଷ୍ଟେସନରେ।

ଭାରତ ସରକାର ୨୦୩୬ ଅଲମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଓ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦେଶର ଆଥଲେଟମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହାର ଏକ ପ୍ରମାଣ ମିଳିିଛି ମୁମ୍ବାଇର ପାନଭେଲ୍ ରେଳ ଷ୍ଟେସନରେ।

Dev

ମୁମ୍ବାଇ: ଭାରତ ସରକାର ୨୦୩୬ ଅଲମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଓ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦେଶର ଆଥଲେଟମାନଙ୍କ ପ୍ରତି କିପରି ବ୍ୟବହାର କରାଯାଉଛି ତାହାର ଏକ ପ୍ରମାଣ ମିଳିିଛି ମୁମ୍ବାଇର ପାନଭେଲ୍ ରେଳ ଷ୍ଟେସନରେ। ବୈଧ ଟିକେଟ୍ ଥିବା ସତ୍ତ୍ବେ ଦେଶର ଦୁଇ ବରିଷ୍ଠ ପୋଲଭୋଲ୍ଟ୍ ଆଥଲେଟ୍ ଦେବ ମୀନା ଓ କୁଳଦୀପ ଯାଦବଙ୍କୁ ମଙ୍ଗଳବାର ଟ୍ରେନରୁ ଓହ୍ଲାଇ ଦେଇଥିଲେ ଟିକେଟ୍ ନିରୀକ୍ଷକ (ଟିଟିଇ)। ଏହା ପରେ ଷ୍ଟେସନରେ ପ୍ରାୟ ୫ ଘଣ୍ଟା ଧରି ସେମାନେ ଅଟକି ରହିଥିଲେ।

ସୂଚନା ଅନୁସାରେ ଉଭୟ ଆଥଲେଟ୍ ମାଙ୍ଗାଲୁରୁରେ ଆୟୋଜିତ ସର୍ବଭାରତୀୟ ଆନ୍ତର୍ବିଶ୍ବବିଦ୍ୟାଳୟ ଆଥଲେଟିକ୍ ପ୍ରତିଯୋଗିତା ୨୦୨୬ରେ ଭାଗ ନେଇ ଭୋପା​ଳ ଫେରୁଥିଲେ। ମୁମ୍ବାଇର ପନଭେଲ୍ ଷ୍ଟେସନରେ ଟିଟିଇ ସେମାନଙ୍କୁ ଟ୍ରେନରୁ ଓହ୍ଲାଇଯିବାକୁ କହିଥିଲେ। ସେମାନେ ନିଜ ପାଖରେ ପୋଲ୍ ଭୋଲ୍ଟ ରଖିଥିବାରୁ ସେମାନଙ୍କୁ ଓହ୍ଲାଇଯିବାକୁ କୁହାଯାଇଥିଲା। ଏହି ସାମଗ୍ରୀ ଟ୍ରେନରେ ନିଆଗଲେ ଅନ୍ୟ ଯାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଟିଟିଇ ଏପରି କହିଥିଲେ।

ଆହୁରି ପଢ଼ନ୍ତୁ: Cricket: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦, ନଜରରେ ରହିବେ ସୂର୍ଯ୍ୟକୁମାର

ରେଳ ଷ୍ଟେସନରେ ୫ଘଣ୍ଟା ଅପେକ୍ଷା

ଏହା ପରେ ସେମାନେ ଷ୍ଟେସନରେ ପ୍ରାୟ ୫ ଘଣ୍ଟା ଅଟକି ରହିଥିଲେ। ପରେ ପୋଲଭୋଲ୍ଟ ପାଇଁ ଜରିମାନା ଦେବାପରେ ସେମାନଙ୍କୁ ଅନ୍ୟଏକ ଟ୍ରେନରେ ଚଢିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଏହି ଘଟଣାକୁ ନେଇ ଉଭୟ ଆଥଲେଟ୍ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଦେଶର ବରିଷ୍ଠ ଆଥଲେଟମାନଙ୍କ ପ୍ରତି ଯଦି ଏପରି ବ୍ୟବହାର ହେଉଛି କନିଷ୍ଠ ଆଥଲେଟଙ୍କ ଅବସ୍ଥା କଣ ହେବ?

ଆହୁରି ପଢ଼ନ୍ତୁ: Bikrant and Supriya Thakur: ମୁଁ ମୋ ସ୍ତ୍ରୀଙ୍କୁ ହତ୍ୟା କରିଛି, କିନ୍ତୁ ଏହା ମର୍ଡର ନୁହେଁ: ଅଷ୍ଟ୍ରେଲିଆ କୋର୍ଟରେ ଭାରତୀୟଙ୍କ ଅଜବ ଯୁକ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe