ନୂଆଦିଲ୍ଲୀ: ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର Shreyas Iyer। ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ Shreyas। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ରେ କ୍ୟାଚ୍ ନେବା ସମୟରେ ଶ୍ରେୟସ ଆୟରଙ୍କ ପଞ୍ଜରାରେ ଆଘାତ ଲାଗିଥିଲା। ଏହି ଘଟଣା ପରେ ଏବେ ଉପ-ଅଧିନାୟକ ଗୁରୁତର ଆଘାତ ପାଇ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପ୍ରଥମେ ICUରେ ରଖାଯାଇଥିବା ବେଳେ ଏବେ ସେ ଆଇସିୟୁରୁ ବାହାରକୁ ଆସିଛନ୍ତି।
ଶ୍ରେୟସଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜଣାଇ କ୍ରିକେଟର ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, "ଆମେ ଦୁଇ ଦିନ ହେଲା କଥା ହେଉଛୁ। ସେ ଫୋନରେ ଏବେ କଥା ହେଉଛନ୍ତି, ଯାହାର ଅର୍ଥ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତର ତାଙ୍କ ସହିତ ଅଛନ୍ତି। ସେ କଥା ହେଉଛନ୍ତି ଏହା ବହୁତ ଭଲ କଥା। କିନ୍ତୁ ସେ ଆହୁରି କିଛି ଦିନ ସତର୍କ ରହିବେ ବୋଲି କହିଛନ୍ତି। ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଖୁବଶୀଘ୍ର ତାଙ୍କ ପରିବାର ଲୋକେ ସିଡନୀରେ ପହଞ୍ଚିବେ।"
କେମିତି ଘଟିଥିଲା ଘଟଣା
ସିଡନୀ ODI ସମୟରେ ଶ୍ରେୟସ ଆୟର ଅଷ୍ଟ୍ରେଲିୟ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ସେ Backward Pointରୁ ପଛକୁ ଯାଇ କ୍ୟାଚ୍ ନେଇଥିଲେ। କିନ୍ତୁ, କ୍ୟାଚ୍ ସମୟରେ ଶ୍ରେୟସ ତାଙ୍କର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଲା। ଫିଲ୍ଡିଂ ପରେ ଯେତେବେଳେ ସେ ଡ୍ରେସିଂ ରୁମକୁ ଫେରିଲେ, ସେତେବେଳେ ତାଙ୍କର ଯନ୍ତ୍ରଣା ବଢ଼ିଥିଲା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା। ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତ ଫେରିବେ।
ଆହୁରି ପଢ଼ନ୍ତୁ: Amazon Layoffs: ଖର୍ଚ୍ଚ କାଟିବା ପାଇଁ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଆମାଜନ୍
ଆହୁରି ପଢ଼ନ୍ତୁ: 🔴 Cyclone Montha LIVE UPDATES: ବାତ୍ୟା ପାଇଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ମୋନ୍ଥା ମୁକାବିଲା ପାଇଁ ମହାପ୍ରସ୍ତୁତି...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/28/iyer-2025-10-28-11-12-05.jpg)