ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି ।
ଆହୁରି ପଢନ୍ତୁ : Youth Killed in Farm Accident: ବିଲରେ କାମ କରୁଥିବା ବେଳେ ଦୁର୍ଘଟଣାରେ ଚାଷୀଙ୍କର ମୃତ୍ୟୁ
ଦକ୍ଷିଣ ଆଫ୍ରିକା ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ତିଳକ ବର୍ମା ୬୨ ରନ କରିଥିବାବେଳେ ଜିତେଶ ଶର୍ମା ୨୭ ରନ ଓ ଅକ୍ଷର ପଟେଲ ୨୧ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲ ବାର୍ଟମାନ ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜାନସେନ, ଲୁଙ୍ଗି ଏନଗିଡି ଓ ଲୁଥୋ ସିମ୍ପାଲା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Modi-Trump Talks : ମୋଦୀ-ଟ୍ରମ୍ପ ଟେଲିଫୋନ ଆଲୋଚନା, ବାଣିଜ୍ୟ ଚୁକ୍ତି ଉପରେ ସହମତି ସମ୍ଭାବନା
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନର ରେଜା ହେଣ୍ଡରିକ୍ସ ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଅନ୍ୟତମ ଓପନର କ୍ବିଣ୍ଟନ ଡି’ କକ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୬ଟି ବଲରେ ୯୦ ରନ କରିଥିଲେ । ସେ ଆଇଡେନ ମାର୍କରାମଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ମାର୍କରାମ ୨୯ ରନ କରିଥିଲେ । ଡୋନୋଭନ ଫରେରା ୩୦ ରନ କରିଥିବାବେଳେ ଡେଭିଡ ମିଲର ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/11/tilak-2025-12-11-22-54-06.jpg)