South Africa defeated UAE
ନୂଆଦିଲ୍ଲୀ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଦକ୍ଷିଣ ଆଫ୍ରିକା ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ୟୁଏଇକୁ ୬ ୱିକେଟ୍ରେ ପରାସ୍ତ କରି ଅପରାଜେୟ ଦଳ ଭାବେ ସୁପର-୮ରେ ପ୍ରବେଶ କରିଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା।
ଦଳ ପକ୍ଷରୁ ଆଲିସାନ୍ ସରାଫୁ ୪୫ (୩୮ ବଲ୍) ଓ ମହମ୍ମଦ ଓ୍ବାସିମ୍ ୨୨ ରନ୍ (୧୨ ବଲ୍) କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କର୍ବିନ୍ ବୋସ୍ ୧୨ ରନ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୧୩.୨ ଓଭରରେ ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଡେଓ୍ବାଲ୍ଡ ଡେଭିସ୍ ୩୬ (୨୫ ବଲ୍), ରିୟାନ ରିକଲଟନ୍ ୩୦ (୧୬ ବଲ୍) ଓ ଐଦେନ ମାର୍କରାମ ୨୮ରନ୍ (୧୧ ବଲ୍) କରିଥିଲେ। ୟୁଏଇ ପକ୍ଷରୁ ହାଇଦର ଅଲ୍ଲି, ମହମ୍ମଦ ଅର୍ଫାନ୍, ମହମ୍ମଦ ଫାରୁକ୍ ଓ ମହମ୍ମଦ ଜଓ୍ବାଦୁଲ୍ଲା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। କର୍ବିନ ବୋସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଆହୁରି ପଢ଼ନ୍ତୁ: Sri Lanka’s Parliament: ଶ୍ରୀଲଙ୍କା ସଂସଦ ରାଜନେତାଙ୍କ ସୁବିଧା ସୁଯୋଗ ସମାପ୍ତ କରିବା ଦିଗରେ ଏକ ପ୍ରମୁଖ ଓ ଐତିହାସିକ ନିଷ୍ପତ୍ତି ନେଇଛି
Follow Us