IndvSA
India Vs SA : କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ଆଜି ଥିଲା ପ୍ରଥମ ଦିବସ । ପ୍ରଥମ ଦିବସରେ ହିଁ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି ।ଏହା ଫଳରେ ଏପର୍ଯ୍ୟନ୍ତ ଭାରତ ୧୨୨ ରନରେ ଆଗୁଆ ରହିଛି ।
ଅଧିକପଢ଼ନ୍ତୁ:ନୀତୀଶ ହେବେ ତ ମୁଖ୍ୟମନ୍ତ୍ରୀ ?
ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆଇଡେନ ମାର୍କରାମ ଓ ରିୟାନ ରିକଲଟନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୭ ରନ କରିଥିଲେ । ମାର୍କରାମ ୩୧ ରନ କରିଥିବାବେଳେ ରିକଲଟନ ୨୩ ରନ କରିଥିଲେ । ସେହିପରି ଓ୍ବିଆନ ମୋଲଡର ୨୪ ରନ କରିଥିବାବେଳେ ଟୋନି ଡେ ୨୪ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି ବିପର୍ଯ୍ୟୟ ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଥିଲା ।
ଅଧିକପଢ଼ନ୍ତୁ:ଖେଳପ୍ରେମୀଙ୍କ ପାଇଁ ଖୁସି ଖବର; ଆଗାମୀ ଆଇପିଏଲରେ ପଡ଼ିଆକୁ ଓହ୍ଲାଇବେ ଧୋନି, ହଳଦିଆ ଜର୍ସିରେ ଆସିବେ ନଜର
ଦକ୍ଷିଣ ଆଫ୍ରିକାର ୧୫୯ ରନ ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୩ ଓ ଓ୍ବାସିଂଟନ ସୁନ୍ଦର ୬ ରନ କରି ଖେଳୁଛନ୍ତି ।
Follow Us