ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ୧୧୭ ରନରେ ଅଲଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା । ଫଳରେ ଭାରତ ଆଗରେ ୧୧୮ ରନର ଲକ୍ଷ୍ୟ ରହିଛି ।

Advertisment

ଆହୁରି ପଢନ୍ତୁ : Naveen Pattnaik: ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା, ନବୀନ ଦେଖାଇଲେ ବଡ ହୃଦୟ

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବାରମ୍ବାର ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ସେହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା ଓ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କେବଳ ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ଡୋନୋଭନ ଫରେରା ୨୦ ରନ କରିଥିଲେ ।

ଆହୁରି ପଢନ୍ତୁ : Sydney Terror Attack: ‘ଆତଙ୍କବାଦ ପ୍ରତି ଶୂନ ସହନଶୀଳତା’ ସିଡନୀ ଆତଙ୍କବାଦୀ ଆକ୍ରମଣକୁ ମୋଦୀଙ୍କ ନିନ୍ଦା

ଭାରତ ପକ୍ଷରୁ ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, କୂଳଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।