ରାୟପୁର: ଏଠାରେ ଖେଳାଯାଇଥିବା ଘରୋଇ ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୪ ୱିକେଟ୍ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ଏହି ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳା ୧-୧ ସ୍ତରକୁ ଆସିବା ସହ ଜୀବନ୍ତ ରହିଛି। ୩୫୯ ରନ୍ର ସ୍କୋର୍କୁ ପିଛା କରୁଥିବା ଭ୍ରମଣକାରୀ ଦଳ ୨୬ ରନ୍ରେ କ୍ବିଣ୍ଟନ ଡି’କକ୍ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଐଦେନ ମାର୍କରାମ ଓ ଅଧିନାୟକ ତେମ୍ବା ବଭୁମା (୪୬) ଶତକୀୟ ଭାଗୀଦାର ଗଢ଼ି ସ୍ଥିତି ସମ୍ଭାଳି ନେଇଥିଲେ। ବଭୁମା (୪୬) ଅର୍ଦ୍ଧଶତକ ପୂର୍ବରୁ ଏବଂ ମାର୍କରାମ (୧୧୦) ଶତକ ପରେ ଆଉଟ୍ ହୋଇଥିଲେ। ଏମାନଙ୍କ ପରେ ମାଥ୍ୟୁ ବ୍ରିଜ୍କେ ଓ ଡେୱାଲ୍ଡ ବ୍ରେଭିସ୍ ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟ ନିକଟତର କରିଥିଲେ। ଶେଷରେ କର୍ବିନ ବଚ୍ ୧୫ ବଲ୍ରୁ ୨୯* ରନ୍ କରି ଦଳକୁ ବିଜୟୀ କରାଇଥିଲେ।
Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି
ହୃଦୟ ଜିତିଲା ଅଭିଜ୍ଞ-ଯୁବ ଭାଗୀଦାର
ବୁଧବାର ଭାରତୀୟ ଦଳ ଲଗାତାର ୨୦ତମ ଥର ପାଇ ଦିନିକିଆରେ ଟସ୍ ହାରିଥିଲା। ଅନ୍ୟପକ୍ଷରେ ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ନିଜ ଦଳରେ ତିନିଟି ପରିବର୍ତ୍ତନ କରିଥିଲା। ତା’ ସହିତ ଭାରତକୁ ରାଞ୍ଚି ଭଳି ରାୟପୁରରେ ମଧ୍ୟ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଦେଖି ଚାହିଁ ପାଳି ଆରମ୍ଭ କରିଥିଲେ। ବିଶେଷ କରି ଜୟସ୍ବାଲଙ୍କ ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ ରୋହିତଙ୍କ ଉପରେ ଅଦରକାରୀ ଚାପ ସୃଷ୍ଟି କରିଥିଲା। ଏଣୁ ରନ୍ ହାର ବଢ଼ାଇବା ଲକ୍ଷ୍ୟରେ ଭାରତ ପାଳିର ପଞ୍ଚମ ଓଭରରେ ନାନ୍ଦ୍ରେ ବର୍ଗରଙ୍କୁ ତିନିଟି ଲଗାତାର ଚୌକା ମାରିବା ପରେ ପଞ୍ଚମ ବଲ୍ରେ ରୋହିତ ପ୍ରତିପକ୍ଷ ୱିକେଟ୍ରକ୍ଷକ କ୍ବିଣ୍ଟନ୍ ଡି’କକ୍ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରି ଯାଇଥିଲେ। ଜୟସ୍ବାଲ ମଧ୍ୟ ୩୮ ବଲ୍ ପର୍ଯ୍ୟନ୍ତ ଲଢ଼ିବା ପରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ୬୨ ରନ୍ରେ ଦୁଇ ୱିକେଟ୍ ହରାଇ ଭାରତୀୟ ଦଳ ଆଶା ଆଶଙ୍କାରେ ଥିଲା ବେଳେ କିଂବଦନ୍ତି କୋହଲି ପୁଣି ଥରେ ଟିମ୍ ଇଣ୍ଡିଆର ରକ୍ଷାକର୍ତ୍ତା ସାଜିଥିଲେ। ବର୍ଗରଙ୍କୁ ପଏଣ୍ଟ୍ ଉପରେ ଛକା ମାରି ଖାତା ଖୋଲିଥିବା କୋହଲି ଆରମ୍ଭରୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରିଥିଲେ।
Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ସେହିଭଳି ପ୍ରଥମ ଶ୍ରେଣୀ କ୍ୟାରିୟରରେ ପ୍ରଥମ ଥର ଚତୁର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ଯୁବ ଋତୁରାଜ ଗାଏକ୍ବାଡ୍ଙ୍କୁ ପ୍ରତି କ୍ଷଣରେ ମାର୍ଗଦର୍ଶନ କରି ତୃତୀୟ ୱିକେଟ୍ରେ ୧୯୫ ରନ୍ର ମହତ୍ତ୍ବପୂର୍ଣ୍ଣ ଓ ଦ୍ରୁତ ଭାଗୀଦାରି ଗଢ଼ିଥିଲେ। ଯାହା ଭାରତ ପାଳିର ମେରୁଦଣ୍ଡ ପାଲଟିଥିଲା। ଗାଏକ୍ବାଡ୍ ୭୭ ବଲ୍ରୁ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିବାର ଠିକ୍ ପରେ ପରେ କୋହଲି ୯୦ ବଲ୍ରୁ ନିଜ ୫୩ତମ ଏବଂ ଚଳିତ ଶୃଙ୍ଖଳାର ଲଗାତାର ଦ୍ବିତୀୟ ଶତକ ଅର୍ଜନ କରି ରାୟପୁର ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଋତୁରାଜଙ୍କୁ ଆଉଟ୍ କରି ମାର୍କୋ ୟାନସେନ୍ ଉଭୟଙ୍କୁ ଅଲଗା କରିବା ପୂର୍ବରୁ ଭାରତ କିନ୍ତୁ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଥିଲା। ଏହା ପରେ ଅଧିନାୟକ କେଏଲ୍ ରାହୁଲ ମଧ୍ୟ କ୍ରମାଗତ ଭାବେ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତ ସ୍କୋର୍କୁ ୩୫୦ ରନ୍ ପାର କରାଇ ଦେଇଥିଲେ। ଅବିଭାଜିତ ଷଷ୍ଠ ୱିକେଟ୍ରେ ସେ ଓ ରବୀନ୍ଦ୍ର ଜାଡ଼େଜା ୫୦ ବଲ୍ରୁ ୬୯ ରନ୍ ଯୋଡ଼ିଥିଲେ।
ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ-୩୫୮/୫ (ଋତୁରାଜ ଗାଏକ୍ବାଡ୍ ୧୦୫, ବିରାଟ କୋହଲି ୧୦୨, କେଏଲ୍ ରାହୁଲ ୬୬*, ରବୀନ୍ଦ୍ର ଜାଡ଼େଜା ୨୪*, ମାର୍କୋ ୟାନସେନ୍ ୨/୬୩, ନାନ୍ଦ୍ରେ ବର୍ଗର ୧/୪୩, ଲୁଙ୍ଗି ଏନ୍ଗିଡ଼ି ୧/୫୧)। ଦକ୍ଷିଣ ଆଫ୍ରିକା ୪୯.୨ ବଲ୍ ୩୬୨/୬ (ଐଦେନ ମାର୍କରାମ ୧୧୦, ମାଥ୍ୟୁ ବ୍ରିଜ୍କେ ୬୮, ଡେୱାଲ୍ଡ ବ୍ରେଭିସ୍ ୫୪, ଅର୍ଶଦୀପ ସିଂହ ୨/୫୪, ପ୍ରସିଦ୍ଧ କ୍ରିଷ୍ଣା ୨/୮୫, ହର୍ଷିତ ରାଣା ୧/୭୦, କୁଲଦୀପ ଯାଦବ ୧/୭୮)।
Follow Us