ଆମେ ଭାରତର ପ୍ରକୃତ ରତ୍ନକୁ ହରାଇ ଦେଇଛୁ: ବିରେନ୍ଦ୍ର ସେହୱାଗ

Advertisment

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ଏକ୍ସରେ ଲେଖିଛନ୍ତି, "ଆମେ ଭାରତର ପ୍ରକୃତ ରତ୍ନ ରତନ ଟାଟା ଜିଙ୍କୁ ହରାଇ ଦେଇଛୁ। ତାଙ୍କ ଜୀବନ ଆମ ପାଇଁ ପ୍ରେରଣା ହୋଇ ରହିଥିଲା ଓ ରହିବ ମଧ୍ୟ।’

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ଏକ୍ସରେ ଲେଖିଛନ୍ତି, "ଆମେ ଭାରତର ପ୍ରକୃତ ରତ୍ନ ରତନ ଟାଟା ଜିଙ୍କୁ ହରାଇ ଦେଇଛୁ। ତାଙ୍କ ଜୀବନ ଆମ ପାଇଁ ପ୍ରେରଣା ହୋଇ ରହିଥିଲା ଓ ରହିବ ମଧ୍ୟ।’

୮ଦ୬ୗ୭ଯ


ନୂଆଦିଲ୍ଲୀ: ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ଦେଶରେ ଶୋକର ଛାୟା ଖେଳି ଯାଇଛି।  ରତନ ଟାଟାଙ୍କ ପରଲୋକ ଖବର ପାଇବା ପରେ କ୍ରୀଡା ଜଗତରେ ବି ଶୋକର ଲହରି ଖେଳି ଯାଇଛି। କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ଠାରୁ ନୀରଜ ଚୋପ୍ରା ପର୍ଯ୍ୟନ୍ତ କ୍ରୀଡା ଜଗତର ଅନେକ କିମ୍ବଦନ୍ତୀ ରତନ ଟାଟାଙ୍କୁ ସୋସିଆଲ ମିଡିଆ ଜରିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ଏକ୍ସରେ ଲେଖିଛନ୍ତି, "ଆମେ ଭାରତର ପ୍ରକୃତ ରତ୍ନ ରତନ ଟାଟା ଜିଙ୍କୁ ହରାଇ ଦେଇଛୁ। ତାଙ୍କ ଜୀବନ ଆମ ପାଇଁ ପ୍ରେରଣା ହୋଇ ରହିଥିଲା ଓ ରହିବ ମଧ୍ୟ। ଓମ୍ ଶାନ୍ତି।"

ଏହି କ୍ରମ‌ରେ ଭାରତର ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରା ଲେଖିଛନ୍ତି,‘ ଶ୍ରୀ ରତନ ଟାଟା ଜିଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ଲାଗିଛି। ତାଙ୍କ ସହିତ ମୋର ହୋଇଥିବା କଥାବାର୍ତ୍ତାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ମୁଁ ପ୍ରାର୍ଥନା କରୁଛି ଏ ଦୁଃଖକୁ ସହିବାକୁ ଭଗବାନ ତାଙ୍କ ପ୍ରିୟଜନମାନଙ୍କୁ ଶକ୍ତି ପ୍ରାପ୍ତ କରନ୍ତୁ।


ପୂର୍ବତନ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଇରଫାନ୍ ପଠାନ୍ ଲେଖିଛନ୍ତି, "ଶ୍ରୀ ରତନ ଟାଟା ଜିଙ୍କର ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖୀତ। ରତନ ଟାଟା ଜି କେବଳ ଜଣେ ବ୍ୟବସାୟିକ ନେତା ନୁହଁନ୍ତି ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଥିବା ମଣିଷଟିଏ ଥିଲେ। ଆମେ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇ ଦେଇଛୁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।’

 

ସେହିଭଳି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ, ପୂର୍ବତନ ସ୍ପିନର ହରଭଜନ ସିଂ, ପୂର୍ବତନ ସ୍ପିନର ପ୍ରୟାଗନ୍ ଓଜା, ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ, ପୂର୍ବତନ ବ୍ୟାଟ୍ସମ୍ୟାନ୍ କୃଷ୍ଣମାଚରୀ ଏବଂ ୟୁସୁଫ ପଠାନଙ୍କ ପରି ଅନେକ ମହାନ ବ୍ୟକ୍ତି ସମବେଦନା ଜଣାଇଛନ୍ତି।

ଅଧିକପଢ଼ନ୍ତୁ:https://sambad.in/business/sunder-pichai-remembers-last-meeting-with-ratan-tata-7304905

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe