ତାମିଲନାଡୁ ଡ୍ରାଗନ୍ସର ବିଜୟଧାରା ଜାରି: ଦିଲ୍ଲୀ ଏସଜି ପାଇପର୍ସକୁ ହରାଇଲା

ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡୁ ଡ୍ରାଗନ୍ସ ହକି ଇଣ୍ଡିଆ ଲିଗରେ ନିଜର ବିଜୟଧାରା ଅବ୍ୟାହତ ରଖିଛି। ଏହାସହ ଟେବୁଲଲ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି...

Tamil Nadu Dragons' winning streak continues,  beat Delhi SG Pipers

Tamil Nadu Dragons' winning streak continues, beat Delhi SG Pipers Photograph: (sambad.in)

ରାଉରକେଲା: ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବାଧୀନ ତାମିଲନାଡୁ ଡ୍ରାଗନ୍ସ ହକି ଇଣ୍ଡିଆ ଲିଗରେ ନିଜର ବିଜୟଧାରା ଅବ୍ୟାହତ ରଖିଛି। ଏହାସହ ଟେବୁଲଲ ତାଲିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ସୋମବାର ଡ୍ରାଗନ୍ସ ସଂଘର୍ଷପୂର୍ଣ ମ୍ୟାଚରେ ୩-୨ ଗୋଲରେ ଦିଲ୍ଲୀ ଏସଜି ପାଇପର୍ସ କୁ ପରାସ୍ତ କରିଛି।

ମ୍ୟାଚର ଦ୍ଵିତୀୟ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ପ୍ରଥମ ଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ଷଷ୍ଠ ମିନିଟରେ ଡ୍ରାଗନ୍ସ ର ଜିପ ଯାନସେନ ଗୋଲା ସୁଝାଇ ସ୍କୋର ୧-୧ରେ ବରାବର କରିଥିଲେ।

ଅଧିକ ପଢ଼ନ୍ତୁ: ଅମୀରଙ୍କୁ ଛାଡ଼ପତ୍ର ଦେବା ସହଜ ନଥିଲା

ଏହାପାରେ ଡ୍ରାଗନ୍ସ ର ନାଥନ ଏଫ୍ରାମସ (୧୯), ବ୍ଲାକ ଗୋଭାର୍ସ (୨୧) ଦୁଇଟି ଗୋଲଦେଇ ବ୍ୟବଧାନକୁ ୩-୨ ବଢ଼ାଇଥିଲେ। 

୩୭ତମ ମିନିଟରେ ଦିଲ୍ଲୀର ତୋମାସ ଡୋମିନି ଆଉ ଏକ ଗୋଲଦେଇ କେବଳ ବ୍ୟବଧାନକୁ ୨-୩ ଗୋଲାକୁ ହ୍ରାସ କରିଥିଲେ। ଶେଷ କ୍ୱାର୍ଟର ରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ଆଉ କେହି କାହାରିକୁ ଗୋଲା ଦେଇପାରିନଥିଲେ। ଫଳରେ ଡ୍ରାଗନ୍ସ ୩-୨ ଗୋଲରେ ମ୍ୟାଚ ଜିତିନେଇଥିଲା।

ଅଧିକ ପଢ଼ନ୍ତୁ: ଗ୍ରାମୀଣ ଅର୍ଥନୀତିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ରାଷ୍ଟ୍ରପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe