ଭୁବନେଶ୍ବରରେ ଭାରତ-ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଖେଳାଳି; କାଲି କରିବେ ଅଭ୍ୟାସ

ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।

ଅଦ୍ୟତନ ହୋଇଛି
Team India in Odisha

Team India in Odisha Photograph: (sambad.in)

ଭୁବନେଶ୍ବର: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଦଳୀୟ ହୋଟେଲରେ ପହଞ୍ଚିଛନ୍ତି। ହୋଟେଲରେ  ପହଞ୍ଚିଲା ପରେ ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଓଡ଼ିଶାର ପାରଂପରିକ ବାଦ୍ୟ ଓ ନୃତ୍ୟର ତାଳେତାଳେ ସ୍ବାଗତ ଓ ଶୁଭେଚ୍ଛା ଦିଆଯାଇଥିଲା। ଉଭୟ ଖେଳାଳି ଓ ପ୍ରଶଂସକ ଉତ୍ସାହିତ ଥିଲେ। 

ବାରବାଟୀ  ମୁକାବିଲା ପାଇଁ ପୂର୍ବରୁ କମିସନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଛି। ମକ୍ ଡ୍ରିଲ୍ ସହ କାର୍ କେଡ୍ରେ ଦୁଇ ଦଳର ବସ୍କୁ ନିଆଯିବାର ରିହରସାଲ୍ କରାଯାଇଛି। ଭାରତୀୟ ଖେଳାଳିଙ୍କୁ ଦେଖିବା ପାଇଁ ଓଡ଼ିଶାର ଯୁବପିଢ଼ିଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। 

ଏହି ଖବର ପଢ଼ନ୍ତୁ: ବିଭିନ୍ନ ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ ରାଜ୍ୟ ସରକାର

ରୋହିତ ଶର୍ମାଙ୍କ ଟିମ୍‌ରେ ଶୁବମାନ୍ ଗିଲ୍, ଶ୍ରେୟସ ଆୟର, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଋଷଭ ପନ୍ତ, କେଏଲ୍ ରାହୁଲ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, ୱାଶଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସାମି ପ୍ରମୁଖ ସାମିଲ ଅଛନ୍ତି।  

 

ଏହି ଖବର ପଢ଼ନ୍ତୁ: ଘରୋଇ ହିଂସାରେ କୌଣସି ସମ୍ପର୍କୀୟଙ୍କୁ ଫସାଇବା ଭୁଲ: ସୁପ୍ରିମକୋର୍ଟ

ଖେଳାଳିମାନଙ୍କୁ କମିସନରେଟ୍ ପୁଲିସ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବ। ଶନିବାରଠାରୁ ସୋମବାର ଖେଳାଳିମାନେ ବାହୁଡ଼ିବା ପର୍ଯ୍ୟନ୍ତ ହୋଟେଲ ବାହାରେ କଡ଼ା ପହରା ବ୍ୟବସ୍ଥା କରାଯିବ। ସେହିଭଳି ଶୁକ୍ରବାର ଖେଳାଳିମାନେ ବିଶ୍ରାମ ନେବା ପରେ ଶନିବାର କଟକ ଯାଇ ବାରବାଟୀରେ ଅଭ୍ୟାସ କରିବେ। ଇଂଲଣ୍ଡ ଖେଳାଳିମାନେ ଅପରାହ୍ଣ ୧ରୁ ୪ ଏବଂ ଭାରତୀୟ ଦଳ ୪ରୁ ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ଦଳୀୟ ହୋଟେଲକୁ ଫେରିବେ। ରବିବାର କଟକ ଯାଇ ମ୍ୟାଚ୍ ଖେଳିବେ। ସେହିଦିନ ଭୁବନେଶ୍ବରରେ ରହି ପରଦିନ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳିବା ଲାଗି ଗୁଜରାଟର ଅହମଦାବାଦ ଯାତ୍ରା କରିବେ।

ଏହି ଖବର ପଢ଼ନ୍ତୁ: ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ବାରବାଟୀରେ ପ୍ରାୟ ୩ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳାଯାଉଥିବାରୁ ଦର୍ଶକମାନଙ୍କ ମନରେ ଭିନ୍ନ ପ୍ରକାରର ଉତ୍ସାହ ଦେଖାଯାଇଛି। ଅଫ୍‌ଲାଇନ୍‌ କ୍ରିକେଟ୍‌ ବିକ୍ରି ସମୟରେ ଏହି ଉତ୍ସାହ ସ୍ପଷ୍ଟ ହୋଇଛି। ଦିବାରାତ୍ର ମ୍ୟାଚ୍‌ ପାଇଁ ଅଫ୍‌ଲାଇନ୍‌ରେ ପ୍ରାୟ ୧୨ ହଜାର ଟିକେଟ୍‌ ବିକ୍ରି କରାଯାଇଥିବା ବେଳେ ବାରବାଟୀ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ୩୦ ହଜାରରୁ ଅଧିକ କ୍ରକେଟ୍‌ପ୍ରେମୀଙ୍କର ଭିଡ଼ ଦେଖିବାକୁ ମିଳିଥିଲା। 

ଏହି ଖବର ପଢ଼ନ୍ତୁ: ଟିକେଟ୍ କଳାବଜାରୀ କରି ବନ୍ଧା ହେଲେ ୭ ଅଭିଯୁକ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe