ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ବୁଧବାର ଲକ୍ଷ୍ନୌରେ ଖେଳାଯିବ। ଏହି ମ୍ୟାଚ୍ ହେଉ ଅବା ଅହମଦାବାଦରେ ଭାରତ ଜିତିଲେ କ୍ରମାଗତ ଭାବେ ୧୪ଟି ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ବିଜୟୀ ହେବ। କିନ୍ତୁ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାରିବା ଏବଂ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିଥିବା ଭାରତ ନିଶ୍ଚିତ ଭାବେ ଏହି ଶୃଙ୍ଖଳାକୁ ୪-୧ରେ ଜିତିଲେ ସମ୍ମାନ ରଖିପାରିବ। ଅନ୍ୟପକ୍ଷରେ ପଛୁଆ ପଡ଼ିଯାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ଲକ୍ଷ୍ନୌ ମୁକାବିଲା ‘କର ବା ମର’ ହୋଇଯାଇଛି। ଏବେ ସେମାନେ ମୁକ୍ତରେ ଖେଳି ଭାରତକୁ ଶୃଙ୍ଖଳା ବିଜୟ ପାଇଁ ଅହମଦାବାଦ (ଡିସେମ୍ବର ୧୯) ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହିବେ।
Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍ ଆସିଲା ଟାର୍ଗେଟ୍ ନାହିଁ
ଭାରତର ଅର୍ଶଦୀପ ସିଂହ ଏବଂ ଦକ୍ଷିଣ ଆଫ୍ରିକାର ରିଜା ହେଣ୍ଡ୍ରିକ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରତ୍ୟାବର୍ତ୍ତନରେ ହେଣ୍ଡ୍ରିକ୍ସ (୦ ଓ ୮) ବିଫଳ ହୋଇଥିବାରୁ ଏବେ ଚାପରେ ରହିଛନ୍ତି। ଏପରିକି ଭାରତ ବିପକ୍ଷରେ ସେ ୧୫ ପାଳିରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ଖେଳିବା ତାଙ୍କ ପାଇଁ ପୁଣି ଏକ ଆହ୍ବାନ ଆଣିଛି। ଯଶପ୍ରୀତ୍ ବୁମ୍ରା ମଧ୍ୟ ଏହି ମ୍ୟାଚ୍ ନ ଖେଳିବା ସମ୍ଭାବନା ରହିଛି। ଅସୁସ୍ଥ ଅକ୍ଷର ପଟେଲ୍ ନ ଥିବାରୁ ଭାରତ ଗତ ମ୍ୟାଚ୍ ଦଳରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା କମ୍ ରହିବ। କ୍ବିଣ୍ଟନ୍ ଡି’କକ୍ଙ୍କ ବିପକ୍ଷରେ ସମସ୍ତ ଫର୍ମାଟ୍ ଟ୍ବେଣ୍ଟି-୨୦ରେ ଅର୍ଶଦୀପ ୫୬ ବଲ୍ ବୋଲିଂ କରି ୫ ଥର ଆଉଟ୍ କରିଛନ୍ତି ମାତ୍ର ୬୬ ରନ୍ ବିନିମୟରେ। ସୂର୍ଯ୍ୟକୁମାର ଗତବର୍ଷ ଅକ୍ଟୋବର ପରଠାରୁ ଅର୍ଦ୍ଧଶତକ ମାରି ନାହାନ୍ତି। ଏହି ସମୟରେ ୨୧ ପାଳିରୁ ୧୧୯.୫ ଷ୍ଟ୍ରାଇକ୍ ରେଟ୍ରେ ୨୩୯ ରନ୍ କରିଛନ୍ତି।ପିଚ୍: ଧରମ୍ଶାଲା ଭଳି ଥଣ୍ଡାଳିଆ ପରିବେଶ ଲକ୍ଷ୍ନୌରେ ରହିବ ନାହିଁ। ତଥାପି ତାପମାତ୍ରା ୧୦ ଡିଗ୍ର ସେଲସିୟସ୍ ପାଖାପାଖି ରହିବ। ସ୍ପିନ୍ ଅନୁକୂଳ ପିଚ୍ ପ୍ରସ୍ତୁତ କରିବା କଷ୍ଟକର କଥା। ଗ୍ରୀଷ୍ମ ଋତୁରେ ଖେଳାଯାଉଥିବା ଆଇପିଏଲ୍ ସମୟରେ ଏଠାରେ ଉଭୟ ପାଳିରେ ସନ୍ତୁଳନ ଦେଖିବାକୁ ମିଳିଥାଏ। ପ୍ରଥମେ ବ୍ୟାଟିଂ କରିଥିବା ଦଳ ବି ଡିଫେଣ୍ଡ୍ କରିବା ରେକର୍ଡକୁ ପ୍ରଶଂସନୀୟ ଭାବେ ୮-୧୧ ରଖିଛି। କିନ୍ତୁ ଏବେ ଶୀତ ଋତୁରେ କାକର ପ୍ରଭାବ କାରଣରୁ ଟସ୍ ଜିତିବା ଦଳ ନିଶ୍ଚିତ ପଶ୍ଚାତ୍ଥାବନ କରିବାକୁ ପସନ୍ଦ କରିବ।
Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍ ଆସିଲା ଟାର୍ଗେଟ୍ ନାହିଁ
ଭାରତୀୟ ଏକାଦଶ (ସମ୍ଭାବ୍ୟ): ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ୱିକେଟ୍ରକ୍ଷକ), ରିଜା ହେଣ୍ଡ୍ରିକ୍ସ, ଐଦେନ ମାର୍କରାମ (ଅଧିନାୟକ), ଦିୱାଲ୍ଦ ବ୍ରେଭିସ୍, ଡେଭିଡ୍ ମିଲର୍, ଡୋନୋଭାନ୍ ଫେରେଇରା, ମାର୍କୋ ୟାନ୍ସେନ୍, କର୍ବିନ ବଶ୍ଚ୍, ଜର୍ଜ ଲିଣ୍ଡେ/କେଶବ ମହାରାଜ/ଅନରିକ୍ ନର୍ଖିୟା, ଲୁଙ୍ଗି ଏନ୍ଗିଡି, ଓଟନେଲ୍ ବାର୍ଟମ୍ୟାନ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/17/ind-vs-sa-2025-12-17-02-27-47.jpg)