Bangladesh
ଢାକା : ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରି ୩ଟି ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚଗୁଡ଼ିକ ସେପ୍ଟେମ୍ବର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଖେଳାଯିବ ।
ଆହୁରି ପଢନ୍ତୁ : S Jaishankar Target Pakistan: ଆମକୁ ଖରାପ ପଡୋଶୀ ମିଳିଛନ୍ତି; ଏଭଳି କହି ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର
ଭାରତର ଏହି ଗସ୍ତ ୨୦୨୫ ଅଗଷ୍ଟ-ସେପ୍ଟେମ୍ବର ମାସରେ ହେବାକୁ ଥିଲେ ବି ସେଠାକାର ରାଜନୈତିକ ପରିସ୍ଥିତି ଓ ସୁରକ୍ଷା କାରଣକୁ ଦୃଷ୍ଟିରେ ରଖି ତାହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଦୁଇ ଦେଶର ବୋର୍ଡ ଏକ ବୟାନ ଜାରି କରି କହିଥିଲେ ଅନ୍ତର୍ଜାତୀୟ କ୍ରିକେଟ କମିଟମେଣ୍ଟ ଓ ସିଡ୍ୟୁଲିଂ ସୁବିଧା ପାଇଁ ସିରିଜକୁ ଘୁଞ୍ଚାଯାଉଛି । ଏବେ ଦୁଇ ଦେଶର କ୍ରିକେଟ ବୋର୍ଡ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡ ନୂଆ ସିଡ୍ୟୁଲ୍ ସ୍ଥିର କରିଛନ୍ତି ।
ଆହୁରି ପଢନ୍ତୁ : Recruitment Bank Of India: ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ:ଖାଲି ଅଛି ୪୦୦ଟି ପଦବୀ
ନୂଆ ସିଡ୍ୟୁଲ୍ ଅନୁସାରେ ଭାରତୀୟ ଦଳ ଅଗଷ୍ଟ ୨୮ରେ ବାଂଲାଦେଶରେ ପହଞ୍ଚିବ । ୧, ୩ ଓ ୬ ସେପ୍ଟେମ୍ବରରେ ଦିନିକିଆ ମ୍ୟାଚ ଖେଳାଯିବ । ସେହିପରି ସେପ୍ଟେମ୍ବର ୯, ୧୨ ଓ ୧୩ ତାରିଖରେ ୩ଟି ଯାକ ଟି-୨୦ ମ୍ୟାଚ ଖେଳାଯିବ ।
ଭାରତର ଏହି ଗସ୍ତ ସମ୍ପର୍କିତ ଘୋଷଣା ଏପରି ସମୟରେ ହୋଇଛି ଯେତେବେବେଳେ କି ବାଂଲାଦେଶରେ ରାଜନୈତିକ ପରିସ୍ଥିତି ଅସ୍ଥିର ରହିଛି । ଏହା ସହିତ ସେଠାରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ହେଉଛି । ଏହି କାରଣରୁ ଭାରତରେ ବାଂଲାଦେଶ ବିରୋଧୀ ଜନମତ ବୃଦ୍ଧି ପାଇଛି ।
Follow Us