india Photograph: (@BCCIWomen)
ବିଶାଖାପାଟଣା : ବିଶାଖାପାଟଣାଠାରେ ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ T-20ରେ ଭାରତୀୟ ମହିଳା ଦଳ ୭ ୱିକେଟରେ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ସିରିଜରେ ୩-୦ରେ ଆଗୁଆ ରହି ସିରିଜ ହାତେଇଛି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାତ୍ର ୧୧୨ ରନ୍ କରିଥିଲା। ଦଳ ପକ୍ଷରୁ ହର୍ଷିତା ସମରବିକ୍ରମା ୩୩ ରନ ଓ ଚମରି ଅଥପଥୁ ୩୧ ରନ କରିଥିଲେ । ଭାରତ ପକ୍ଷରୁ ବୈଷ୍ଣବୀ ଶର୍ମା ଓ ଶ୍ରୀ ଚାରଣି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଆହୁରି ପଢନ୍ତୁ :SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର
ଏହାର ଜବାବରେ, ଟିମ୍ ଇଣ୍ଡିଆ ୧୪ତମ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଶେଫାଲି ବର୍ମା ମାତ୍ର ୨୪ ବଲ୍ରେ ଅର୍ଦ୍ଧଶତକ ହାସଲ କରି ଶ୍ରୀଲଙ୍କାର ଆଶାକୁ ଧୂଳିସାତ କରିଥିଲେ। ଶେଫାଲି ବର୍ମା ୪୨ ବଲ୍ରେ ୭୯ ରନ୍ର ଅପରାଜିତ ଇନିଂସ ଖେଳିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରି, ସେ ୧୧ ଚୌକା ଏବଂ ୩ ଛକା ମାରିଥିଲେ, ଯାହାର ଷ୍ଟ୍ରାଇକ୍ ରେଟ୍ ୧୮୮ ରୁ ଅଧିକ ଥିଲା। ଅଧିନାୟିକା ହରମନପ୍ରୀତ କୌର ଅପରାଜିତ ୨୧ ରନ୍ କରିଥିଲେ। କିନ୍ତୁ, ସ୍ମୃତି ମନ୍ଧାନା ବିଫଳ ହୋଇଥିଲେ, ମାତ୍ର ୧ ରନ୍ କରିଥିଲେ। ଜେମିମା ରୋଡ୍ରିଗ୍ସ ୯ ରନ୍ କରିଥିଲେ।
ଆହୁରି ପଢନ୍ତୁ : High Court: ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Follow Us