ମେଲବର୍ଣ୍ଣ : ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ୪ର୍ଥ ଆସେସ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ ହୋଇଯାଇଥିଲା । ଏହାର ପିଚ୍ ବ୍ୟାଟିଂ ପାଇଁ ଏତେ ଅନୁପଯୋଗୀ ଥିଲା ଯେ ମ୍ୟାଚର ପ୍ରଥମ ଦିନରେ ୨୦ଟି ଓ ଦ୍ବିତୀୟ ଦିନରେ ୧୬ଟି ଓ୍ବିକେଟ ପଡ଼ିଥିଲା । ଏହା ସହିତ କୌଣସି ବ୍ୟାଟ୍ସମ୍ୟାନ ଶତକ ତ ଦୂରର କଥା ଅର୍ଦ୍ଧଶତକଟିଏ ମଧ୍ୟ ଅର୍ଜନ କରିପାରିନଥିଲେ ।
ଆହୁରି ପଢନ୍ତୁ : Aravalli Hills Controversary : ନିଜ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଏହା ପରେ ଏବେ ଆକ୍ସନ ମୋଡକୁ ଆସିଯାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଆଇସିସି ପକ୍ଷରୁ ଏହି ଗ୍ରାଉଣ୍ଡକୁ ଅନସାଟିସଫାକ୍ଟରି (ସନ୍ତୋଷଜନକ ନୁହେଁ) ଘୋଷଣା କରିଛି । ଏହା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଛି । ‘ଆଇସିସି ପିଚ୍ ଓ ଆଉଟଫିଲଡ୍ ମନିଟରିଂ ପଦ୍ଧତି’ ଅନୁସାରେ ଏହି ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଇଛି ।
ଆହୁରି ପଢନ୍ତୁ : Thalapathy Vijay: ଆଉ ଅଭିନୟ କରିବେନି ଥଲାପତି ବିଜୟ, କହିଲେ ମୋର ପ୍ରଶଂସକଙ୍କ ପାଇଁ ମୁଁ ଏପରି କରୁଛି
ଏହି ନିଷ୍ପତ୍ତି ଶୁଣାଇ ଆଇସିସି ମ୍ୟାଚ ରେଫରି ଏଲିଟ୍ ପ୍ୟାନେଲର ସଦସ୍ୟ ଜେଫ କ୍ରୋ କହିଛନ୍ତି ଯେ ଏହି ପିଚ୍ ସଂପୂର୍ଣ୍ଣଭାବେ ବୋଲରଙ୍କ ପକ୍ଷରେ ଥିଲା । ମ୍ୟାଚର ପ୍ରଥମ ଦିନରେ ୨୦ଟି ଓ ଦ୍ବିତୀୟ ଦିନରେ ୧୬ଟି ଓ୍ବିକେଟ ପଡ଼ିଥିଲା, ଏହା ସହିତ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମଧ୍ୟ ମାରିପାରିନଥିଲେ । ଏଥିରୁ ଜଣାପଡ଼ୁଛି ଯେ ପିଚଟି ଖେଳିବା ପାଇଁ ଅନୁପଯୋଗୀ ଥିଲା । ଏଣୁ ନିୟମାବଳୀ ଅନୁସାରେ ଏହି ଗ୍ରାଉଣ୍ଡକୁ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/29/mcg-2025-12-29-17-55-41.jpg)