Guwahati Test : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟର ୩ୟ ଦିନର ଷ୍ଟମ୍ସ ଅପସାରଣ ହୋଇଛି । ୩ୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ କୌଣସି ଓ୍ବିକେଟ ନ ହରାଇ ୨୬ ରନ କରିଛି । ଏହା ସହିତ ଭାରତ ଆଗରେ ଆଉ ଏକ ପରାଜୟର ଆଶଙ୍କା ଦୃଢ ହେବାରେ ଲାଗିଛି । 

Advertisment

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ମାତ୍ର ୨୦୧ ରନ କରି ଅଲଆଉଟ୍ ହୋଇଯାଇଥିଲା । ଫଳରେ ପ୍ରଥମ ଇନିଂସ ସ୍କୋର ଭିତ୍ତିରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୨୮୮ ରନରେ ଆଗୁଆ ଥିଲା । ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ଏପର୍ଯ୍ୟନ୍ତ ୨୬ ରନ କରିଥିବାରୁ ଏହି ଦଳ ଏପର୍ଯ୍ୟନ୍ତ ମୋଟ ୩୧୪ ରନରେ ଆଗୁଆ ହୋଇଯାଇଛି ।

ଆହୁରି ପଢନ୍ତୁ : Dharmendra Sisir Mishra ଓଡ଼ିଆ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ଟାଡା’ରେ ଅଭିନୟ କରିଥିଲେ ଧର୍ମେନ୍ଦ୍ର

ଭାରତର ଇନିଂସ

ଭାରତର ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୮ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୪୮ ରନ କରିଥିଲେ । ସେହିପରି କେଏଲ ରାହୁଲ ୨୨ ରନ ଓ କୁଳଦୀପ ଯାଦବ ୧୯ ରନ କରିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ବିଶେଷକରି ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାର୍କୋ ଜାନସେନଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ନିସ୍ପ୍ରଭ ଜଣାପଡ଼ୁଥିଲେ । ଜାନସେନ ୬ଟି ଓ୍ବିକେଟ ନେଇଥିଲେ । 

ଆହୁରି ପଢନ୍ତୁ : Muthusamy's: ମୁଣ୍ଡବ୍ୟଥା ବଢ଼ାଇଲେ ମୁଥୁସାମି: ଦକ୍ଷିଣ ଆଫ୍ରିକା ୪୮୯