Advertisment

Twenty20 World Cup 2026 ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬ର ତୃତୀୟ ହିଟ୍‌ ଓ୍ବିକେଟ୍‌

Advertisment

ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ଓ୍ବିକେଟ୍‌।

ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ଓ୍ବିକେଟ୍‌।

Twenty20 World Cup 2026

Twenty20 World Cup 2026

ପାଲେକେଲ୍‌: ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସୁପର-୮ ମ୍ୟାଚ୍‌ରେ ଶ୍ରୀଲଙ୍କା ବ୍ୟାଟର୍‌ ଦୁସାନ ହେମନ୍ତା ହିଟ୍‌ ଓ୍ବିକେଟ୍‌ ହୋଇଯାଇଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଷଷ୍ଠ ହିଟ୍‌ ଓ୍ବିକେଟ୍‌। ତେବେ ରୋଚକ କଥା ହେଉଛି ଯେ କେବଳ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତିନିଜଣ ବ୍ୟାଟର୍‌ ହିଟ୍‌ ଓ୍ବିକେଟ୍‌ ହୋଇସାରିଲେଣି। ଚଳିତ ବିଶ୍ବକପ୍‌ରେ ପ୍ରଥମ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ ନାମିବ୍ୟାର ଜେନ୍‌ ଗ୍ରିନ୍‌। ଚଳିତ ଫେବ୍ରୁଆରି ୧୨ରେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ସେହିପରି ଫେବ୍ରୁଆରି ୧୬ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୟୁଏଇର ମହମ୍ମଦ ଅର୍ଫାନ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ।

୨୦୨୨ ସଂସ୍କରଣରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଓ୍ବିକେଟ୍‌ ହୋଇଥିଲେ

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ପ୍ରଥମ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ କେନିୟାର ଡେଭିଡ୍‌ ଓବୁୟା। ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ୨୦୨୧ ସଂସ୍କରଣରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶର ନସୁମ୍‌ ଅହମ୍ମଦ ହିଟ୍‌-ଓ୍ବିକେଟ୍‌ ହୋଇଥିଲେ। ୨୦୨୨ ସଂସ୍କରଣରେ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ହିଟ୍‌ ଓ୍ବିକେଟ୍‌ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୬୩ ରନ୍‌ କରିଥିବାବେଳେ ହିଟ୍‌ ଓ୍ବିକେଟ୍‌ ହୋଇଥିଲେ।

Mukul Roy Death ପରଲୋକରେ ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମ୍‌ସି ନେତା ମୁକୁଲ ରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe