world cup controversy: ବିବାଦରୁ ବର୍ତ୍ତିନି ବିଶ୍ବକପ୍‌

Advertisment

ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ଆଲୋଡ଼ା ଅଧ୍ୟାୟ ଦେଖିବାକୁ ମିଳିଛି। ବାଂଲାଦେଶ ରୂପରେ ପ୍ରଥମ ଥର ଏକ ଦଳ ସଂପୂର୍ଣ୍ଣ ପ୍ରତିଯୋଗିତାରୁ ବହିଷ୍କୃତ ହୋଇଛି। ତେବେ କ୍ରିକେଟ୍‌ ବିଶ୍ବକପ୍‌ରେ ଅତୀତରେ ମଧ୍ୟ ଅନେକ ବିବାଦୀୟ ଘଟଣା ଘଟିଛି।

ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ଆଲୋଡ଼ା ଅଧ୍ୟାୟ ଦେଖିବାକୁ ମିଳିଛି। ବାଂଲାଦେଶ ରୂପରେ ପ୍ରଥମ ଥର ଏକ ଦଳ ସଂପୂର୍ଣ୍ଣ ପ୍ରତିଯୋଗିତାରୁ ବହିଷ୍କୃତ ହୋଇଛି। ତେବେ କ୍ରିକେଟ୍‌ ବିଶ୍ବକପ୍‌ରେ ଅତୀତରେ ମଧ୍ୟ ଅନେକ ବିବାଦୀୟ ଘଟଣା ଘଟିଛି।

fhjgdjgjgjdgj

ଦୁବାଇ: ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଏକ ଆଲୋଡ଼ା ଅଧ୍ୟାୟ ଦେଖିବାକୁ ମିଳିଛି। ବାଂଲାଦେଶ ରୂପରେ ପ୍ରଥମ ଥର ଏକ ଦଳ ସଂପୂର୍ଣ୍ଣ ପ୍ରତିଯୋଗିତାରୁ ବହିଷ୍କୃତ ହୋଇଛି। ତେବେ କ୍ରିକେଟ୍‌ ବିଶ୍ବକପ୍‌ରେ ଅତୀତରେ ମଧ୍ୟ ଅନେକ ବିବାଦୀୟ ଘଟଣା ଘଟିଛି। ବିଶେଷ କରି ୫୦ ଓଭରିଆ ବିଶ୍ବକପ୍‌ରେ ଏକାଧିକ ନାଟକୀୟ ତଥା ବିତର୍କିତ ପରିସ୍ଥିତି ସୃଷ୍ଟି ହୋଇସାରିଛି। କେତେବେଳେ ଅଂଶଗ୍ରହଣକାରୀ ଦଳ ଆୟୋଜକ ରାଷ୍ଟ୍ରକୁ ଯାତ୍ରା କରିବାକୁ ମନା କରି ଦେଇଛନ୍ତି ତ ଆଉ କେତେବେଳେ ବିଭିନ୍ନ କାରଣକୁ ଆଳ କରି କିଛି ନିର୍ଦ୍ଦିଷ୍ଟ ମୁକାବିଲାରୁ ଓହରି ଯାଇଛନ୍ତି। ୨୦୦୭ ବିଶ୍ବକପ୍‌ ବେଳେ ପାକିସ୍ତାନର ପ୍ରଶିକ୍ଷକ ବବ୍‌ ଉଲମର୍‌ଙ୍କ ରହସ୍ୟଜନକ ମୃତ୍ୟୁଠାରୁ ୨୦୦୩ ବିଶ୍ବକପ୍‌ରୁ ଦିବଂଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍ ୱର୍ଣ୍ଣ ବିଦା ହେବା, ୧୯୯୬ କ୍ରିକେଟ୍‌ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦର୍ଶକଙ୍କ ଉଗ୍ର ରୂପ କ୍ରିକେଟ୍‌ର ଏହି ମହାକୁମ୍ଭକୁ ବିବାଦୀୟ କରିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ଏଥରର ଟଣାଓଟରା କିନ୍ତୁ ସବୁ ସୀମା ଟପି ଯାଇଛି। ଅତୀତର ସେହି ବିଶ୍ବକପ୍‌ ବିବାଦ ଉପରେ ଆସନ୍ତୁ ନଜର ପକାଇବା। 

Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ

ଶ୍ରୀଲଙ୍କା ଗଲେନି ଅଷ୍ଟ୍ରେଲିଆ, ଇଣ୍ଡିଜ୍
୧୯୯୬ ମସିହାର ବିଶ୍ବକପ୍‌କୁ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ। ‌ହେଲେ କଲମ୍ବୋରେ ବୋମା ବିସ୍ଫୋରଣ ପରେ ସୁରକ୍ଷା କାରଣ ଦର୍ଶାଇ ଶ୍ରୀଲଙ୍କାରେ ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଥିଲେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌। ଉଭୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରାଯାଇଥିଲା। 

ଜିମ୍ବାୱେ, କେନିଆ ମ୍ୟାଚ୍‌କୁ ବର୍ଜନ
୨୦୦୩ ବିଶ୍ବକପ୍‌ରେ ହରାରେରେ ଜିମ୍ବାୱେ, ନାଇରୋବିରେ କେନିଆ ବିପକ୍ଷ ମ୍ୟାଚ୍‌ ଖେଳିବାକୁ ମନା କରି ଦେଇଥିଲେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଫଳରେ ଉଭୟ ମ୍ୟାଚ୍‌ର ଘରୋଇ ଦଳ ଜିମ୍ବାୱେ ଏବଂ କେନିଆ ୱାକ୍‌ଓଭର ପାଇଥିଲେ। ଜିମ୍ବାୱେର ରବର୍ଟ ମୁଗାବେ ସରକାରଙ୍କୁ ବିରୋଧ କରି ସେହି ଦେଶର ଦୁଇ କ୍ରିକେଟର୍‌ ଆଣ୍ଡି ଫ୍ଲାୱାର ଓ ହେନରି ଓଲଙ୍ଗା ନିଜନିଜ ବାହୁରେ କଳା ପଟି ପିନ୍ଧି ଖେଳିବା ବେଶ୍‌ ବିବାଦୀୟ ହୋଇଥିଲା। ଏହି ବିଶ୍ବକପ୍‌ରେ ମଧ୍ୟ ଅଷ୍ଟ୍ରେଲିଆର କିବଂଦନ୍ତି ସ୍ପିନର ସେନ୍‌ ୱର୍ଣ୍ଣ ନିଶା ସେବନ କରି ଧରାପଡ଼ିଥିଲେ। ଫଳରେ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଓହରିବାକୁ ବାଧ୍ୟ ହୋଇଥିଲେ। 

ଉଲ୍‌ମର୍‌ଙ୍କ ରହସ୍ୟଜନକ ମୃତ୍ୟୁ
ୱେଷ୍ଟଇଣ୍ଡିଜ୍‌ରେ ଖେଳାଯାଇଥିବା ୨୦୦୭ ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ରେ ଆୟର୍ଲାଣ୍ଡ୍‌ଠାରୁ ଅପ୍ରତ୍ୟାଶିତ ଭାବେ ହାରି ପାକିସ୍ତାନ ବିଦାୟ ନେବାର କିଛି ଘଣ୍ଟା ପରେ ବଡ଼ ଅଘଟଣ ଘଟିଥିଲା। ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ବବ୍‌ ଉଲ୍‌ମର୍‌ଙ୍କ ନିର୍ଜୀବ ଶରୀର ଜାମାଇକାର ହୋଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଥିଲା। ଜାମାଇକା ପୁଲିସ ଏହି ମାମଲାରେ ବେଶ୍‌ କିଛି ଦିନ ତଦନ୍ତ କରିଥିଲା। ବହୁଦିନ ପରେ ଉଲମର୍‌ଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ଦର୍ଶାଇ ମାମଲାକୁ ବନ୍ଦ କରି ଦେଇଥିଲା। 

Horoscope 2026 February 06 : ଜାଣନ୍ତୁ ଆଜିର ରାଶିଫଳ

ଦର୍ଶକଙ୍କ ବୋତଲ ମାଡ଼
ଐତିହାସିକ ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୧୯୯୬ ମସିହା ବିଶ୍ବକପ୍‌ର ଭାରତ-ଶ୍ରୀଲଙ୍କା ସେମିଫାଇନାଲ୍‌ରେ ଭାରତ ପରାଜୟ ଦ୍ବାରଦେଶରେ ପହଞ୍ଚିବା ପରେ ଦର୍ଶକଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ଗ୍ୟାଲେରିରେ ନିଆଁ ଲଗାଇବା ସହ ପଡ଼ିଆ ଭିତରକୁ ସେମାନେ ବୋତଲ ମାଡ଼ କରିଥିଲେ। ଏଥିଲାଗି ୨୦ ମିନିଟ୍‌ ଧରି ଖେଳ ବନ୍ଦ ରହିଥିଲା। ଖେଳାଳିମାନେ ଡ୍ରେସିଂ ରୁମ୍‌କୁ ଚାଲି ଯାଇଥିଲେ। ସେମାନେ ଫେରିବା ପରେ ଅଧିକରୁ ଅଧିକ ବୋତଲ ମାଡ଼ ହୋଇଥିଲା। ଫଳରେ ମ୍ୟାଚ୍‌ ରେଫରି କ୍ଲାଇବ୍‌ ଲୟଡ୍‌ ଶେଷରେ ଶ୍ରୀଲଙ୍କାକୁ ବିଜୟୀ ଘୋଷଣା କରିଥିଲେ। ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲି କାନ୍ଦିକାନ୍ଦି ପ୍ୟାଭିଲିୟନ ଫେରୁଥିବାର ଦୃଶ୍ୟ ଢେର୍‌ କିଛି ଦିନ ପର୍ଯ୍ୟନ୍ତ କ୍ରିକେଟ୍‌ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା। 

ଦକ୍ଷିଣ ଆଫ୍ରିକାକୁ କାଳ ଡିଏଲ୍‌ଏସ୍‌
୧୯୯୨ରେ ଡକୱର୍ଥ/ ଲୁଇସ୍‌ ନିୟମକୁ ନେଇ ବଡ଼ ବିବାଦ ଦେଖା ଦେଇଥିଲା। ୨୨ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଦକ୍ଷିଣ ଆଫ୍ରିକା ସିଡ୍‌ନିରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ଦୃଢ଼ ସ୍ଥିତିରେ ଥିଲା। ବିଜୟ ପାଇଁ ୧୬ ବଲ୍‌ରୁ ମାତ୍ର ୨୨ ରନ୍‌ ଦରକାର କରୁଥିଲା। ଏତିକି ବେଳେ ବର୍ଷା ହୋଇଥିଲା। ପୁଣି ଥରେ ଖେଳ ଆରମ୍ଭ ହେବା ବେଳକୁ ଏହି ଦଳକୁ ଗୋଟିଏ ବଲ୍‌ରୁ ୨୨ ରନ୍‌ର ଅସମ୍ଭବ ଲକ୍ଷ୍ୟ ମିଳିଥିଲା। ୨୦୦୩ ମସିହାରେ ମଧ୍ୟ ଏହି ନିୟମ ଯୋଗୁ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ରୁ ସଅଳ ବିଦାୟ ନେଇଥିଲା।

ବାଉଣ୍ଡରି କାଉଣ୍ଟ୍‌ରେ ବିଜେତା
ଘରୋଇ ପରିବେଶରେ ଖେଳିଥିବା ୨୦୧୯ ଏକଦିବସୀୟ ବିଶ୍ବକପ୍‌ରେ ଇଂଲଣ୍ଡ ବିବାଦୀୟ ଢଙ୍ଗରେ ପ୍ରଥମ ଥର ପାଇଁ ବିଜେତା ହୋଇଥିଲା। ଫାଇନାଲ୍ ମ୍ୟାଚ୍‌ ଓ ସୁପର ଓଭର ଦୁଇଥର ଟାଇ ରହିବା ପରେ ବାଉଣ୍ଡରି କାଉଣ୍ଟ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଯାଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ୍‌ ଲେଖାଏଁ କରିବା ସହ ସୁପର ଓଭରରେ ପ୍ରତ୍ୟେକ ୧୫ ରନ୍‌ କରିଥିଲେ। ମ୍ୟାଚ୍‌ର ୫୦ତମ ଓଭରରେ ବେନ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବଲ୍‌ ବାଜି ୪ ଓଭର ଥ୍ରୋ ରନ୍‌ ଇଂଲଣ୍ଡକୁ ମିଳିବା ବିବାଦୀୟ ହୋଇଥିଲା। ପ୍ରତିଯୋଗିତାରେ ତିନିଟି ମ୍ୟାଚ୍‌ ହାରି ବିଜେତା ହେବାରେ ପାକିସ୍ତାନ ପରେ ଇଂଲଣ୍ଡ ବିଶ୍ବର ଦ୍ବିତୀୟ ଦଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe